୧୮୦ ବିଲିୟନ ଡଲାର ହରାଇ ରେକର୍ଡ କଲେ ଏଲନ ମସ୍କ…

ଓ୍ବାଶିଂଟନ,୧୦।୧ : ଟେସଲାର ଶେୟାରରେ ଏକ ବଡ଼ ଧରଣର ହ୍ରାସ ପରେ ଏହାର ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି କମିବାରେ ଲାଗିଛି। ଟେସଲାର ଷ୍ଟକରେ ଏହି ପତନ ପରେ ଏଲନ ମସ୍କ ବ୍ୟକ୍ତିଗତ ସମ୍ପତ୍ତି ହରାଇବା ଦୃଷ୍ଟିରୁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନାମ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଗତ ଏକ ବର୍ଷ ମଧ୍ୟରେ ଏଲନ ମସ୍କ ୧୮୦ ବିଲିୟନ ଡଲାର ସମ୍ପତ୍ତି ହରାଇଛନ୍ତି। ଫୋର୍ବସ ପତ୍ରିକା ଅନୁଯାୟୀ, ୨୦୨୧ ମସିହାରେ ଏଲନ ମସ୍କଙ୍କ ସମ୍ପତ୍ତି ୩୨୦ ବିଲିୟନ ଡ଼ଲାର ଥିଲା। ଯାହା ଜାନୁଆରୀ୨୦୨୩ ରେ କମି ୧୩୮ ବିଲିୟନ ଡ଼ଲାରରେ ପହଞ୍ଚିଛି।

ଏଲନ ମସ୍କ ଏତେ କମ ସମୟ ମଧ୍ୟରେ ସମ୍ପତ୍ତି ହରାଇବା ଦୃଷ୍ଟିରୁ ୨୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେକର୍ଡ ଜାପାନର ଟେକ ନିବେଶକ ମାସାୟୋଶୀ ସୋନଙ୍କ ନାମରେ ଥିଲା, ଯିଏ ୨୦୦୦ ରେ ୫୮.୬ ବିଲିୟନ ଡଲାର ହରାଇଥିଲେ। କିନ୍ତୁ ବର୍ତ୍ତମାନ ଏଲନ ମସ୍କ ତାଙ୍କ ନାମରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି।

ଏଲନ ମସ୍କଙ୍କର ସମ୍ପତ୍ତିରେ ହ୍ରାସ ଘଟିବା ସହିତ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେବାର ମାନ୍ୟତା ମଧ୍ୟ ହରାଇଥିଲେ। ଫ୍ରାନ୍ସର ବିଳାସପୂର୍ଣ୍ଣ ବ୍ରାଣ୍ଡ ଲୁଇ ଭ୍ୟୁଟନ୍ର ପ୍ରମୋଟର ବର୍ନାର୍ଡ ଆର୍ନାଲ୍ଟ ମସ୍କଙ୍କୁ ଥଟ୍ଟା କରିଥିଲେ। ବର୍ନାର୍ଡ ଆର୍ନାଲ୍ଟଙ୍କ ସମ୍ପତ୍ତି ହେଉଛି ୧୯୦ ବିଲିୟନ ଡଲାର। ଦୁନିଆର ସବୁଠାରୁ ଧନୀ ତାଲିକାରେ ଏଲୋନ ମସ୍କ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ମସ୍କ ମଧ୍ୟ ଦୁନିଆର ଦ୍ୱିତୀୟ ଧନୀ ହେବାର ଟାଇଟଲ ହରାଇବାକୁ ଯାଉଛନ୍ତି। ଭାରତର ଗୌତମ ଆଦାନୀ ମସ୍କଙ୍କୁ ଯେକୌଣସି ସମୟରେ ପଛରେ ପକାଇ ପାରିବେ ବୋଲି ଚର୍ଚ୍ଚା ହେଉଛି। ଆଦାନୀଙ୍କ ସମ୍ପତ୍ତି ୧୨୦ ବିଲିୟନ ଡ଼ଲା ରହିଛି।

ଯେହେତୁ ମସ୍କ ଟୁଇଟର କିଣିଛନ୍ତି, ଟେସଲାର ଶେୟାରରେ କ୍ରମାଗତ ହ୍ରାସ ଘଟିଛି । ବଜାର ତାଙ୍କ ନିଷ୍ପତ୍ତିକୁ ପସନ୍ଦ କରୁ ନ ଥିଲା। ବଜାର ଅନୁଭବ କରୁଛି ଯେ ଟୁଇଟର ଚଳାଇବା ପାଇଁ ମସ୍କ ଅଧିକ ଟେସଲା ଶେୟାର ବିକ୍ରି କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?