୧୮୦ ବିଲିୟନ ଡଲାର ହରାଇ ରେକର୍ଡ କଲେ ଏଲନ ମସ୍କ…

ଓ୍ବାଶିଂଟନ,୧୦।୧ : ଟେସଲାର ଶେୟାରରେ ଏକ ବଡ଼ ଧରଣର ହ୍ରାସ ପରେ ଏହାର ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି କମିବାରେ ଲାଗିଛି। ଟେସଲାର ଷ୍ଟକରେ ଏହି ପତନ ପରେ ଏଲନ ମସ୍କ ବ୍ୟକ୍ତିଗତ ସମ୍ପତ୍ତି ହରାଇବା ଦୃଷ୍ଟିରୁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନାମ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଗତ ଏକ ବର୍ଷ ମଧ୍ୟରେ ଏଲନ ମସ୍କ ୧୮୦ ବିଲିୟନ ଡଲାର ସମ୍ପତ୍ତି ହରାଇଛନ୍ତି। ଫୋର୍ବସ ପତ୍ରିକା ଅନୁଯାୟୀ, ୨୦୨୧ ମସିହାରେ ଏଲନ ମସ୍କଙ୍କ ସମ୍ପତ୍ତି ୩୨୦ ବିଲିୟନ ଡ଼ଲାର ଥିଲା। ଯାହା ଜାନୁଆରୀ୨୦୨୩ ରେ କମି ୧୩୮ ବିଲିୟନ ଡ଼ଲାରରେ ପହଞ୍ଚିଛି।

ଏଲନ ମସ୍କ ଏତେ କମ ସମୟ ମଧ୍ୟରେ ସମ୍ପତ୍ତି ହରାଇବା ଦୃଷ୍ଟିରୁ ୨୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେକର୍ଡ ଜାପାନର ଟେକ ନିବେଶକ ମାସାୟୋଶୀ ସୋନଙ୍କ ନାମରେ ଥିଲା, ଯିଏ ୨୦୦୦ ରେ ୫୮.୬ ବିଲିୟନ ଡଲାର ହରାଇଥିଲେ। କିନ୍ତୁ ବର୍ତ୍ତମାନ ଏଲନ ମସ୍କ ତାଙ୍କ ନାମରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି।

ଏଲନ ମସ୍କଙ୍କର ସମ୍ପତ୍ତିରେ ହ୍ରାସ ଘଟିବା ସହିତ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେବାର ମାନ୍ୟତା ମଧ୍ୟ ହରାଇଥିଲେ। ଫ୍ରାନ୍ସର ବିଳାସପୂର୍ଣ୍ଣ ବ୍ରାଣ୍ଡ ଲୁଇ ଭ୍ୟୁଟନ୍ର ପ୍ରମୋଟର ବର୍ନାର୍ଡ ଆର୍ନାଲ୍ଟ ମସ୍କଙ୍କୁ ଥଟ୍ଟା କରିଥିଲେ। ବର୍ନାର୍ଡ ଆର୍ନାଲ୍ଟଙ୍କ ସମ୍ପତ୍ତି ହେଉଛି ୧୯୦ ବିଲିୟନ ଡଲାର। ଦୁନିଆର ସବୁଠାରୁ ଧନୀ ତାଲିକାରେ ଏଲୋନ ମସ୍କ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ମସ୍କ ମଧ୍ୟ ଦୁନିଆର ଦ୍ୱିତୀୟ ଧନୀ ହେବାର ଟାଇଟଲ ହରାଇବାକୁ ଯାଉଛନ୍ତି। ଭାରତର ଗୌତମ ଆଦାନୀ ମସ୍କଙ୍କୁ ଯେକୌଣସି ସମୟରେ ପଛରେ ପକାଇ ପାରିବେ ବୋଲି ଚର୍ଚ୍ଚା ହେଉଛି। ଆଦାନୀଙ୍କ ସମ୍ପତ୍ତି ୧୨୦ ବିଲିୟନ ଡ଼ଲା ରହିଛି।

ଯେହେତୁ ମସ୍କ ଟୁଇଟର କିଣିଛନ୍ତି, ଟେସଲାର ଶେୟାରରେ କ୍ରମାଗତ ହ୍ରାସ ଘଟିଛି । ବଜାର ତାଙ୍କ ନିଷ୍ପତ୍ତିକୁ ପସନ୍ଦ କରୁ ନ ଥିଲା। ବଜାର ଅନୁଭବ କରୁଛି ଯେ ଟୁଇଟର ଚଳାଇବା ପାଇଁ ମସ୍କ ଅଧିକ ଟେସଲା ଶେୟାର ବିକ୍ରି କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri