ପୁଟିନ୍‌ଙ୍କୁ ମସ୍କଙ୍କ ଚ୍ୟାଲେଞ୍ଜ

ଓ୍ବାଶିିଂଟନ୍‌, ୧୪ା୩: ବୈଦ୍ୟୁତିକ କାର୍‌ ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ତଥା ମହାକାଶଯାନ ନିର୍ମାତା ସ୍ପେସ୍‌ଏକ୍ସର ମାଲିକ ଏଲନ୍‌ ମସ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ପୁଟିନ୍‌ ସାମ୍‌ନାକୁ ଆସି ତାଙ୍କ ସହ ହାତାହାତି ହୁଅନ୍ତୁ। ଏଥିରେ ୟୁକ୍ରେନ୍‌କୁ ବାଜି ଲଗାଯିବ। ଯିଏ ଜିତିବ ସେ ୟୁକ୍ରେନ୍‌ର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ମସ୍କ ସୋମବାର ଟୁଇଟ୍‌ କରି ପୁଟିନ୍‌ଙ୍କୁ ଏଭଳି ଚେତାବନୀ ଦେଇଛନ୍ତି। ଟୁଇଟ୍‌ରେ ସେ ପୁଟିନ୍‌ଙ୍କ ନାଁକୁ ରୁଷିଆ ବର୍ଣ୍ଣମାଳାରେ ଏବଂ ୟୁକ୍ରେନ୍‌କୁ ୟୁକ୍ରେନୀୟ ଅକ୍ଷରରେ ଲେଖିଛନ୍ତି। ପୁଟିନ୍‌ଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟ ନ ଥିବାରୁ ମସ୍କ କ୍ରେମ୍‌ଲିନ୍‌ ହ୍ୟାଣ୍ଡେଲ୍‌କୁ ଟ୍ୟାଗ୍‌ କରିଛନ୍ତି। କ’ଣ ତୁମେ ଲଢ଼େଇ ପାଇଁ ପ୍ରସ୍ତୁତ ବୋଲି ମସ୍କ ଲେଖିଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ମସ୍କ ଏହି ପୂର୍ବ ୟୁରୋପୀୟ ଦେଶକୁ ସହାୟତା ଯୋଗାଇଆସୁଛନ୍ତି। ଷ୍ଟାରଲିଙ୍କ୍‌ ସାଟେଲାଇଟ୍‌ ମାଧ୍ୟମରେ ୟୁକ୍ରେନ୍‌କୁ ସେ ଇଣ୍ଟରନେଟ ସେବା ପ୍ରଦାନ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଇଓ୍ବାନ-ଦକ୍ଷିଣ ଚାଇନା ସାଗର ଉପରେ ଜିନପିଙ୍ଗଙ୍କ ନଜର…

ବେଜିଂ,୧୪।୧୧ : ଲଦାଖରେ ସୀମା ବିବାଦକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବେ...

ବିଶ୍ୱ ସ୍ତରରେ ବଢ଼ିବେ ୨୫ ଲକ୍ଷ ବେକାର

ଜାତିସଂଘ,୨୨ା୧: ସାରା ବିଶ୍ୱରେ ବେକାରି ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରି ହାର ବଢ଼ିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ...

ଶୁଦ୍ଧ ବାୟୁମଣ୍ଡଳର ଦେଶ ଫିନ୍‌ଲ୍ୟାଣ୍ଡ୍‌

ଭାରତର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଏବେ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। କେବଳ ଦିଲ୍ଲୀ ନୁହେଁ, ବାୟୁପ୍ରଦୂଷଣ ଦୃଷ୍ଟିରେ ଦୁନିଆର ସବୁଠୁ ଅଧିକ ପ୍ରଦୂଷିତ...

କାଲିଫର୍ନିଆରେ ବନ୍ୟା: ଲକ୍ଷାଧିକ ପ୍ରଭାବିତ

ଲସ୍‌ଏଞ୍ଜେଲ୍ସ, ୨୩।୩: ଆମେରିକାର କାଲିଫର୍ନିଆରେ ଝଡ଼, ବର୍ଷା ଯୋଗୁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଫଳରେ ଟୁଲେ ନଦୀରେ ବନ୍ୟା ଆସିବାରୁ ୧୪,୦୦୦...

ୟୁକ୍ରେନରେ ରୁଷିଆ ସେନାର ଜୋର୍‌ଦାର ଆକ୍ରମଣ

କିଭ୍‌,୨ା୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୩ ମାସ ଅତିକ୍ରମ କରିଥିଲେ ମଧ୍ୟ ଶେଷ ହେବାର ନାଁ ନେଉନି। ଆଗାମୀ ଦିନରେ, ଏହି ଯୁଦ୍ଧର ଫଳାଫଳ...

ହିରୋସିମା ପରେ କ୍ୱେଟାରେ ପଡ଼ିଥାନ୍ତା ପରମାଣୁ ବୋମା, ମାତ୍ର ଶେଷ ମୂହୁର୍ତ୍ତରେ ହନିମୁନ ସ୍ମୃତି ଯୋଗୁ ନାଗାସାକିରେ ରଚାଗଲା ତାଣ୍ଡବ…

ଓ୍ବାଶିଂଟନ,୧।୮ : ଏହା ୧୯୨୦ ଦଶକ ଥିଲା। ତତ୍କାଳୀନ ଆମେରିକାର ଯୁଦ୍ଧ ମନ୍ତ୍ରୀ ହେନେରୀ ଏଲ ଷ୍ଟିମସନ ତାଙ୍କ ସ୍ତ୍ରୀଙ୍କ ସହ ହନିମୁନ ପାଇଁ ଜାପାନର...

ଚାଇନାରେ ମହିଳା ନିର୍ଯାତନାରେ ବୃଦ୍ଧି, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…

ବେଜିଂ,୩।୭ : ପାରିବାରିକ ହିଂସା ମାମଲା ଚାଇନାର ଯୁବବର୍ଗମାନଙ୍କ ମଧ୍ୟରେ ବିବାହକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ହାଇ ପ୍ରୋଫାଇଲ ଘରୋଇ...

ବିପଦ ଆସୁଛି ମାଡ଼ି, ୯ ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ିଯିବ ଏସିଆର ୭ ବଡ଼ ସହର…

ଆମଷ୍ଟେରଡାମ୍‌,୧୨।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ତାପନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ମେରୁ ଅଞ୍ଚଳରେ ଥିବା ହିମ ପାହାଡ଼ ତରଳିବା ଧାରା ଜାରି ରହିଛି। ଏହାଯୋଗୁ...

Advertisement
Archives

Model This Week