ଗଣତନ୍ତ୍ର ଏବେ ରଣତନ୍ତ୍ର ପାଲଟିଛି

ଢେଙ୍କାନାଳ,୭ା୧୦ (ରତନ ନାୟାର): ଗଣତନ୍ତ୍ର ଏବେ ରଣତନ୍ତ୍ର, ଜଣତନ୍ତ୍ର ଓ ଭୋଗତନ୍ତ୍ରରେ ପରିଣତ ହେଲାଣି। ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ”ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢି“ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରଣଜିତ ପ୍ରଧାନ ଏହା କହିଛନ୍ତି। ଗଣମାଧ୍ୟମ ଓ ଯୁବପିଢି ଚାହିଁଲେ ସମାଜରେ ଦେଖାଦେଇଥିବା ଏହି ନୈତିକ ଅଧୋପତନରେ ସୁଧାର ଆଣିପାରିବେ। ବକ୍ତୃତା ପ୍ରତିଯୋଗିତାର ବିଷୟବସ୍ତୁ ଏକ ତ୍ରିଭୁଜ ଭଳି। ପରସ୍ପର ପରିପୂରକ ରହିଥିବାରୁ ସବୁ ଦିଗରେ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଅଧ୍ୟକ୍ଷ କହିଛନ୍ତି, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଅବଦାନ ଯୋଗୁ ଆଜି ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର ବ୍ୟାପକ ହୋଇପାରିଛି। ପଞ୍ଜାବ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନରେ ନାନକ ଭବନକୁ ଏଠାରେ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ରହିଥିବାରୁ ସେ ଚିରସ୍ମରଣୀୟା। ସମ୍ମାନିତ ଅତିଥି ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର ଡ. ଦେବାଶିଷ ମହାନ୍ତି କହିଛନ୍ତି, ଗଣତନ୍ତ୍ରକୁ କେବଳ ଗଣମାଧ୍ୟମ ଓ ଯୁବପିଢି ହିଁ ବଞ୍ଚାଇ ପାରିବେ। ଧରିତ୍ରୀ ପକ୍ଷରୁ ହେଉଥିବା ଏହି ଉଦ୍ୟମକୁ ସେ ପ୍ରଶଂସା କରିବା ସହିତ ଶୁଭକାମନା କରିଥିଲେ।
ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି, ଧରିତ୍ରୀ ନିଷ୍ପେଷିତ ଓ ପଛୁଆ ଲୋକଙ୍କ ସ୍ବର ଭାବେ ରହିଆସିଛି। ଏପରିକି ଯେତେବେଳେ ନ୍ୟାୟପାଳିକାର ଦୋଷ ଦୁର୍ବଳତା ବିଷୟରେ କେହି କିଛି କହିବାକୁ ସାହସ କରୁ ନ ଥିଲେ, ସେତେବେଳେ ଧରିତ୍ରୀ ଏହାର ବିଫଳତାକୁ ଦର୍ଶାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏବେ ବ୍ୟବସ୍ଥା ଗଣମାଧ୍ୟମକୁ ମଧ୍ୟ ଛାଡୁନାହିଁ। ପ୍ରଶ୍ନ ପଚାରିବାର ଅଧିକାର ହେଉଛି ମଣିଷର ଜନ୍ମଗତ ଅଧିକାର। ତାହାକୁ ପୂରଣ କରେ ଗଣମାଧ୍ୟମ ଏବଂ ସୁଯୋଗ ସୃଷ୍ଟି କରେ ଗଣତନ୍ତ୍ର। ଏହାକୁ ବୁଝିବା ହେଉଛି ଯୁବପିଢିଙ୍କ କାମ। ଧରିତ୍ରୀର ୫୦ ବର୍ଷ ପାଳନ ପରିପ୍ରେକ୍ଷୀରେ ରାଜ୍ୟର ପ୍ରତ୍ୟେକ ଜିଲାରେ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇ ପିଲାମାନଙ୍କ ମନ ଭିତରେ କ’ଣ ରହିଛି, ତାହା ପ୍ରକାଶ କରିବାର ସୁଯୋଗ ସୃଷ୍ଟି କରାଯାଇଛି। ଆଜିର ଅର୍ଥନୀତି, ରାଜନୀତି ଓ ସାମାଜିକ ସ୍ଥିତି, ଦେଶ, ମାଟି ବିଷୟରେ ଯୁବପିଢି କ’ଣ ଭାବୁଛନ୍ତି ସେମାନେ କହିବା ଦରକାର ବୋଲି ସତପଥୀ କହିଛନ୍ତି ା
ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ଡ. ମଞ୍ଜୁଳିକା ନାୟକ ଓ ଇଂଲିଶ ବିଭାଗ ଅଧ୍ୟାପକ ଆଦିତ୍ୟ ମେହେର ବିଚାରକ ଭାବେ ରହିଥିଲେ। ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଛାତ୍ରୀଛାତ୍ର ଯୋଗ ଦେଇଥିବା ବେଳେ ପ୍ରତିଯୋଗିତାରେ ୧୮ ଜଣ ଭାଗ ନେଇଥିଲେ। ଯୁକ୍ତ୨ ରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ଏହି ବିଷୟବସ୍ତୁ ନେଇ ଉତ୍ସାହ ଦେଖା ଦେଇଥିଲା। ଏଥିରେ ୪ଜଣ ବିଦ୍ୟାର୍ଥୀ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମ ସ୍ଥାନରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଦ୍ୱିତୀୟବର୍ଷ ଛାତ୍ର ବିକାଶ ପ୍ରଧାନ, ଦ୍ୱିତୀୟରେ ଯୁକ୍ତ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ର ଦେବଦତ୍ତ ପୁହାଣ ଏବଂ ତୃତୀୟରେ ଯୁଗ୍ମ ଭାବେ ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ରୀ ପ୍ରୀତିଛନ୍ଦା ପୃଷ୍ଟି ଓ ଯୁକ୍ତ୩ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ସ୍ବୟଂ ସତ୍ୟଶ୍ରୀ ନାୟକ ରହିଛନ୍ତି। ଏମାନଙ୍କୁ ଧରିତ୍ରୀର ଜିଲାସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯିବ।
କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମହାବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଧରିତ୍ରୀର ଉପବାର୍ତ୍ତା ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଧରିତ୍ରୀର ଢେଙ୍କାନାଳ ଜିଲା ପ୍ରତିନିଧି ରତନ ନାୟାର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଭୁବନ ବ୍ଲକ ପ୍ରତିନିଧି ବିପିନ ବିହାରୀ ସେଠୀ, ଧରିତ୍ରୀ ଜିଲା କାର୍ଯ୍ୟାଳୟର କର୍ମଚାରୀ ପ୍ରଳୟ ଦାସ, ଫଟୋ ଖବରଦାତା ମାନସ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri