ରାଜ୍ୟସ୍ତରୀୟ ସୁଇମିଂ ପ୍ରତିଯୋଗିତାରେ ଗଞ୍ଜାମର ୧୧ ପ୍ରତିଯୋଗୀ ମନୋନୀତ

ଛତ୍ରପୁର,୨୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ସୁଇମିଂ ପୁଲ୍‌ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ତଥା ବିଭିନ୍ନ ସ୍ଥାନରୁ ୩୦ଜଣ ଖେଳାଳି ୧୦ରୁ ୧୧, ୧୨ରୁ ୧୪ ଏବଂ ୧୫ରୁ ୧୭ ବର୍ଗ ବୟସର ବାଳିକା ଓ ବାଳକ ଭାଗ ନେଇଥିଲେ।
ଆସନ୍ତା ୨୮ରୁ ୩୦ତାରିଖ ଦୁଇ ଦିନ ଧରି ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ହେବାକୁ ଥିବା ରାଜ୍ୟସ୍ତରୀୟ ସୁଇମିଂ ପ୍ରତିଯୋଗିତାରେ ଗଞ୍ଜାମରୁ ୧୧ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ଏଥିରେ ଗଞ୍ଜାମ ଆଥଲେଟିକ ସଂଘର ଉପସଭାପତି ପ୍ରଫୁଲ କୁମାର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କେଏମ୍‌ପି ସ୍ପୋଟର୍‌ସ ଏକାଡେମୀର ମୁଖ୍ୟ କୋଚ୍‌ କେ.ମନୋଜ ପ୍ରଧାନ ଆୟୋଜନ କରିଥିବା ବେଳେ ଡା. ଅନିତା ମିଶ୍ର, ଇଂ. ଲଳିତ କୁମାର, ସୁନୀତା ପାତ୍ର, ଦୀପକ କିସନ, ଯସ୍ପିନ ଲାକ୍ରା, ବାସୁ ନାୟକ, ରୁଦ୍ର ନାରାୟଣ, ପ୍ରୀତମ ବେହେରା, ରାଜା ଦାସ ଓ ପ୍ରକାଶ ବେହେରା ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଗର ସାପ ଉଦ୍ଧାର

ପାତ୍ରପୁର,୩୧ା୮(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ପାଞ୍ଚଆମ୍ବ ଗାଁ ପୋଖରୀରେ ଶନିବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଅପରାହ୍ନ ୩ଟାରେ କେତେଜଣ ଯୁବକ ମିଶି ଗ୍ରାମରେ ଥିବା ଏକ...

ପୁଣି ଚିଲିକାରେ ବୁଡିଗଲା ଡଙ୍ଗା: ୫ ଗୁରୁତର

ବାଲୁଗାଁ,୨।୨(ଡି.ଏନ.ଏ.): ପୁଣି ଚିଲିକାରେ ଡଙ୍ଗା ବୁଡିଛି। ରବିବାର ୨୫ ଜଣ ଯାତ୍ରୀ କାଳିଜାଇ ଦର୍ଶନ ସାରି ଡଙ୍ଗାରେ ଫେରୁଥିବାବେଳେ ଚିଲିକା ମଝିରେ ଡଙ୍ଗାଟି ବୁଡିଯାଇଥିଲା। ଫଳରେ...

ପରିବହନ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୮।୧: ହାଇକୋର୍ଟ ମଙ୍ଗଳବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାଗତ ଯୋଗ୍ୟତା ନେଇ ପଦ୍ମନାଭ ତଥ୍ୟ ବଦଳାଉଥିବା ଅଭିଯୋଗର...

ସୁରକ୍ଷାରେ ‘ଡ୍ରୋନ୍‌’ ସହାୟତା

ଢେଙ୍କାନାଳ ଅଫିସ,୨ା୩ – ଜଙ୍ଗଲ ନିଆଁ ରୋକିବାରେ ଡ୍ରୋନ୍‌ କରୁଛି ବଡ଼ ସହାୟତା। କେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ତାହାର ଫଟୋ ଉଠାଇ ପଠାଉଛି ବନ...

ପାଟ୍ରୋଲିଂ ଗାଡ଼ି ଚକାତଳେ ଗଲା ୨ ନାବାଳକଙ୍କ ଜୀବନ

କୁଆଁରମୁଣ୍ଡା,୧୩ା୪(ଡି.ଏନ୍‌.ଏ.): ଇଣ୍ଡିଆନ ଅଏଲ କର୍ପୋରେଶନ ଲିଃ(ଆଇଓସିଏଲ)ର ପାଟ୍ରୋଲିଂ କରୁଥିବା ଏକ ବୋଲେରୋ ମଙ୍ଗଳବାର ରାତିରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ପାକେରଲଙ୍ଗର-କୁଦାବେଡ଼ା ରାସ୍ତାରେ ୨ ନାବାଳକଙ୍କ ଉପରେ...

ଜିଏସ୍‌ଟି ଠକେଇ ଅଭିଯୋଗ: ଫର୍ନିଚର ଶୋ’ରୁମ୍‌ରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୧୧: ଜିଏସ୍‌ଟି (ଗୁଡ୍‌ ସର୍ଭିସ୍‌ ଟ୍ୟାକ୍ସ) ଠକେଇ ଅଭିଯୋଗରେ ଏନଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ବୁଧବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସହରର ସିନେମା...

ଜୀବନ, ଜୀବିକା ସୁରକ୍ଷା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨୯।୮-ବାଲେଶ୍ୱର ଫକୀରମୋହନ ଗୋଲେଇରେ କରୋନା ମହାମାରୀ ସମୟରେ ଜୀବନ ଓ ଜୀବିକାର ସୁରକ୍ଷା ଦାବିରେ ଉତ୍କଳ ମହିଳା ସମିତି, ଅଖିଳ ଭାରତ ଗଣତାନ୍ତ୍ରିକ...

ସମ୍ଭାବ୍ୟ ବାତ୍ୟା ପାଇଁ ହଟିବ ରାସ୍ତାକଡରେ ଲାଗିଥିବା ହୋଡିଂ

ଜଗତ୍‌ସିଂହପୁର ଅଫିସ, ୨୩ା୫: ଜାତୀୟ ରାଜପଥ କଡ, ପାରାଦୀପ ଓ ଜଗତ୍‌ସିଂହପୁର ପୌରାଞ୍ଚଳରେ ଲାଗିଥିବା ହୋଡିଂଗୁଡିକୁ ମେ ୨୫ ତାରିଖ ସୁଦ୍ଧା କଢାଯିବ। ଏନେଇ ରବିବାର...

Advertisement
Archives

Model This Week