ନୂତନ ଜଙ୍ଗଲ ସୃଷ୍ଟିରେ ହାତୀର ପ୍ରମୁଖ ଭୂମିକା ରହିଛି: ତଥାଗତ

ଯୋଡ଼ା/କେନ୍ଦୁଝର,୯ା୯(ମାନସ ମହାନ୍ତି/ନରେଶ ପଟ୍ଟନାୟକ/ଦୀପକ ମିଶ୍ର):ହାତୀ ଭଳି ବନ୍ୟପ୍ରାଣୀ ବଞ୍ଚିବା ଦରକାର। ହାତୀର ନିଜସ୍ବ ଚଲାପଥ ସେ ନିଜେ ବାଛିଥାଏ। ହାତୀର ମୃତ୍ୟୁ ମଧ୍ୟ ତାର ନିଜସ୍ବ ଚିହ୍ନିତ ସ୍ଥାନରେ ହୋଇଥାଏ। ହାତୀ ଏକ ବିଶାଳ ବନ୍ୟପ୍ରାଣୀ ହୋଇଥିବାରୁ ସେ ଜଙ୍ଗଲରେ ବିଚରଣ କରି ବଡ଼ ଗଛର ଡାଳକୁ ଭାଙ୍ଗି ଏବଂ ବୃକ୍ଷର ଅତି ଉଚ୍ଚରେ ଥିବା ଫଳକୁ ଖାଇଥାଏ। ଡାଳଗୁଡ଼ିକ ଭାଙ୍ଗୁଥିବାରୁ ତଳେ ଥିବା ଛୋଟ ବୃକ୍ଷ ବଢ଼ିପାରନ୍ତି। ଏଣୁ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ହାତୀ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କୁମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଉପର ଜାଗର ଗ୍ରାମରେ ଧରିତ୍ରୀ, ଓଡ଼ିଶା ପୋଷ୍ଟ ଏବଂ ଏଫ୍‌ଇଏସ୍‌ (ଫାଉଣ୍ଡେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି) ଓ ବିକାଶ ସାଥୀ ସହଭାଗିତାରେ ଅନୁଷ୍ଠିତ ହାତୀ ସଭାରେ ଯୋଗଦେଇ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଏଭଳି ମତବ୍ୟକ୍ତ କରିଛନ୍ତି।
ଜିଲାରେ ପ୍ରଶାସନିକ ଓ ଖଣି କମ୍ପାନୀର ଅବହେଳାକୁ ନେଇ ତଥାଗତ କହିଛନ୍ତି, କେନ୍ଦୁଝରବାସୀଙ୍କ ରକ୍ତ, ଝାଳରେ ଏ ମାଟି ଭିଜୁଛି ସତ, ହେଲେ ବିପର୍ଯ୍ୟସ୍ତ ପରିବେଶ, ବେରୋଜଗାର ଜିଲାର ୧୩ ବ୍ଲକ୍‌କୁ କବଳିତ କରି ରଖିଛି। ୧୩ ବ୍ଲକ୍‌ର ଯୁବତୀଯୁବକଙ୍କୁ ସମିତି ମାଧ୍ୟମରେ ବିଭିନ୍ନ ଖଣି କମ୍ପାନୀ ସହିତ ଚୁକ୍ତି କରାଯାଇ ରୋଜଗାରକ୍ଷମ କରାଯାଇପାରନ୍ତା। କେନ୍ଦୁଝର ଅଞ୍ଚଳର ଖଣିଜ ପଥରର ଲାଭରୁ ବିଭିନ୍ନ କମ୍ପାନୀ ଲୁଣଠାରୁ ଚା’ପତି ପର୍ଯ୍ୟନ୍ତ ବ୍ୟବସାୟ କରି ଲାଭବାନ୍‌ ହେଉଛନ୍ତି। ଓଡ଼ିଶାରୁ ବଡ଼ କମ୍ପାନୀ ଖଣି ବ୍ୟବସାୟରୁ ପୁଞ୍ଜିପତି ହେଉଛନ୍ତି। ପୁଞ୍ଜିକୁ ନେଇ ବାହାର ରାଜ୍ୟରେ କାରଖାନା, ବଡ଼ ଡାକ୍ତରଖାନା, ବିଭିନ୍ନ ଅନୁଷ୍ଠାନରେ ବିନିଯୋଗ କରୁଛନ୍ତି। କେନ୍ଦୁଝର ଜିଲାରେ ସବୁ ଥାଇ ମଧ୍ୟ ଅବହେଳିତ ହୋଇପଡ଼ିଛି। ଖଣି ଖନନରେ ସର୍ବାଧିକ ଜଙ୍ଗଲ ଧ୍ବଂସ ହେଉଛି, ହେଲେ ଖଣି କମ୍ପାନୀଗୁଡ଼ିକ ନିଜର ସାମାଜିକ ଦାୟିତ୍ୱବୋଧତାକୁ ଭୁଲି ଯାଇଛନ୍ତି। ବନାଞ୍ଚଳରେ ରହୁଥିବା ଅଧିବାସୀଙ୍କୁ ଟର୍ଚ୍ଚ ଲାଇଟ୍‌ ଭଳି ସାଧାରଣ ଉପକରଣଟିଏ ଦେଇ ପାରୁନାହାନ୍ତି ବୋଲି ମତ ରଖିଥିଲେ। ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କହିଛନ୍ତି, ହାତୀ ପ୍ରବଣ ଆଦିବାସୀ ଅଧୁଷିତ ଅଞ୍ଚଳରେ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ସ୍ଥାନୀୟ ସମସ୍ୟାକୁ ଉପଯୁକ୍ତ ଜାଗାରେ ପହଞ୍ଚାଇବା ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର କର୍ତ୍ତବ୍ୟ। ସରକାରଙ୍କ ଦ୍ୱାରା ହାତୀ ନୀତି ଉପରେ ନୂଆ ପ୍ରସ୍ତାବ ଏବଂ ସଂଶୋଧନର ଆବଶ୍ୟକତା ରହିଛି। ଆବଶ୍ୟକତାକୁ ଗ୍ରାମବାସୀଙ୍କ ଟିପ୍ପଣୀ ଏବଂ ମତାମତ ସାହାଯ୍ୟ କରିବ। ହାତୀ ଦ୍ୱାରା ପ୍ରଭାବିତ ହୋଇ ମଧ୍ୟ ସ୍ଥାନୀୟ ଗ୍ରାମବାସୀଙ୍କ ହାତୀ ପ୍ରତି ଭଲ ପାଇବା କେତେ ରହିଛି ସେମାନଙ୍କ ମତାମତରୁ ଜଣାପଡ଼ୁଛି, ଯାହାକି ହାତୀର ଭବିଷ୍ୟତକୁ ସୁରକ୍ଷିତ ରଖିବ ବୋଲି ସେ କହିଛନ୍ତି।
ଭୂୟଁା ଜୁଆଙ୍ଗପିଢ଼ ରେଞ୍ଜ ଅଧିକାରୀ ନୟନକାନ୍ତ ସାହୁ କହିଛନ୍ତି, ଏବେ ମଧ୍ୟ ନିକଟସ୍ଥ ଜଙ୍ଗଲରେ ୯ ରୁ ୧୦ ହାତୀ ଅଛନ୍ତି। ବନ ବିଭାଗକୁ ସ୍ଥାନୀୟ ଗ୍ରାମବାସୀଙ୍କ ସାହାଯ୍ୟ ଆବଶ୍ୟକ ରହିଛି। ହାତୀ ଉପଦ୍ରବ କରୁଥିବା ଅଞ୍ଚଳ ଅଧିକ ଥିବାରୁ ଅବଶ୍ୟକତା ଅନୁଯାୟୀ ଲାଇଟ୍‌ ଧୀରେ ଧୀରେ ଆବଣ୍ଟନ କରାଯାଉଛି। ତେବେ ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ସରକାର ଅନୁକମ୍ପା ରାଶି ଦ୍ୱିଗୁଣିତ କରିଛନ୍ତି। ଆଗାମୀ ଦିନରେ ଆହୁରି ମଧ୍ୟ ଲାଇଟ୍‌ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏଥିସହ ଧରିତ୍ରୀ, ଓଡ଼ିଶା ପୋଷ୍ଟ ଏବଂ ଏଫ୍‌ଇଏସ୍‌ର ସହଭାଗିତାରେ ଆୟୋଜିତ ହାତୀ ସଭାକୁ ପ୍ରଶଂସା କରିଛନ୍ତି। ହାତୀ ଏବଂ ମଣିଷ ମଧ୍ୟରେ ହାତୀ ସଭା ଏକ ସେତୁର କାମ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଂଶପାଳ ବ୍ଲକ୍‌ ହାତୀ ପ୍ରଭାବିତ ୨୧ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ଆଲୋଚନାଚକ୍ରରେ ନିଜର ମତାମତ ରଖିଥିଲେ। ଏଥିରେ କୁମୁଣ୍ଡି ପଞ୍ଚାୟତର ୱାର୍ଡ ମେମ୍ବର ଗୋପାଳ ପଲେଇ କହିଥିଲେ, ଆବଶ୍ୟକ ପରିମାଣର ଟର୍ଚ୍ଚ ଲାଇଟ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଉନାହିଁ। ବନ ବିଭାଗ ଦ୍ବାରା ପ୍ରଶିକ୍ଷଣ ସଭା ମଧ୍ୟ ଆୟୋଜନ ହେଉନାହିଁ। ବନ ବିଭାଗ କର୍ମଚାରୀମାନେ ସହଯୋଗ କରନ୍ତୁ। ସେହିପରି ସ୍ଥାନୀୟ ପଦାକସଡ଼ା ମହିଳା ସୁଲୋ ଦେହୁରୀ କହିଥିଲେ, ଅନ୍ଧାର ଥିବାରୁ ହାତୀ ଘରେ ପଶି ଚାଉଳ ଖାଇଲା ଏବଂ ଚାଉଳ ଭିତରେ ସଞ୍ଚତ୍ତ ଟଙ୍କାକୁ ମଧ୍ୟ ହାତୀ ଖାଇଗଲା। ସଭାରେ ଉପସ୍ଥିତ ଭୂୟଁା ଜୁଆଙ୍ଗପିଢ଼ ରେଞ୍ଜ ଅଧିକାରୀଙ୍କୁ ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଲାଇଟ୍‌ ପ୍ରଦାନ କରିବା ନିମନ୍ତେ ସେ ଅନୁରୋଧ କରିଥିଲେ। ସ୍ଥାନୀୟ ମହିଳା ସାବିତ୍ରୀ ଦେହୁରୀ କହିଥିଲେ, ମଣିଷର ଆବଶ୍ୟକତା ଅଧିକ ହେବାରୁ ଜଙ୍ଗଲ ପଦା ହେଲା, ଖଣି ଖନନ ହେତୁ ହାତୀ ଗ୍ରାମାଭିମୁଖୀ ହେଲେ। ଗ୍ରାମର ମହିଳା ସୁମିତ୍ରା ପ୍ରଧାନ କହିଥିଲେ, ୩୦ ବର୍ଷ ପୂର୍ବରୁ ହାତୀ, ଜଙ୍ଗଲ ଓ ମଣିଷ ପରସ୍ପର ପରିପୂରକ ଥିଲେ। ଜଙ୍ଗଲରେ ନିଆଁ, ବ୍ୟାପକ ଖଣି ଖନନ ହେତୁ ସୁସମ୍ପର୍କ ତିକ୍ତତା ଓ ସଂଘର୍ଷରେ ପରିଣତ ହୋଇଛି। ସ୍ଥାନୀୟ ମହିଳା ଫୁଲେଶ୍ୱରୀ ସେଠୀ କହିଥିଲେ, ଅତୀତରେ ହାତୀ ଗ୍ରାମକୁ ଆସୁଥିବା ବେଳେ ଗ୍ରାମବାସୀ ହାତୀ ଦେଖୁଥିଲେ। ମାନବୀୟ ଆବଶ୍ୟକତା ପାଇଁ ଜଙ୍ଗଲ ଛାରଖାର ହେଲା, କାଠ ଓ ଖଣି ପାଇଁ ଜଙ୍ଗଲ ଧ୍ବଂସ ସହିତ ହାତୀର ଚଲାପଥକୁ ନଷ୍ଟ କରାଗଲା, ଫଳରେ ଜଙ୍ଗଲ ଛାଡ଼ି ହାତୀ ଗଁା ମୁହଁା ହେଲେ। ସ୍ଥାନୀୟ ଯୁବକ ପ୍ରଶାନ୍ତ କୁମାର ପରିଡ଼ା ମତବ୍ୟକ୍ତ କରିଥିଲେ, ଘରକୁ ଭାଙ୍ଗିଲେ ମଣିଷ ପ୍ରତିକ୍ରିୟାଶୀଳ ହୋଇଯାଉଛି। ତେଣୁ ହାତୀ ଭଳି ଏକ ବିଶାଳ ବନ୍ୟପ୍ରାଣୀର ବାସସ୍ଥାନକୁ ନଷ୍ଟ କରାଗଲେ ସେ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇ ହିଂସ୍ର ହେଉଛି। ସ୍ଥାନୀୟ ଯୁବକ ସୁଶାନ୍ତ ପଲେଇ କହିଥିଲେ, ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ହାତୀ ସଭାର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଏ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍‌ଶୀଘ୍ର ହାତୀ ସୁରକ୍ଷା ସ୍ବତନ୍ତ୍ର ନୀତି ପ୍ରଣୟନ କରିବେ। ଏସିଆନ ଏଲିଫ୍ୟାଣ୍ଟ ସ୍ପେଶିସ ସର୍ଭାଇଭାଲ ସେଣ୍ଟର ହେବ ବୋଲି ଘୋଷଣା କରିବା ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ। ହାତୀ ମୁଖ୍ୟତଃ ଗ୍ରାମାଭିମୁଖୀ ହେବାର କାରଣ ମହୁଲ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ମହୁଲିର ବାସ୍ନା, ହାଣ୍ଡିଆର ବାସ୍ନା ହାତୀଙ୍କୁ ଆକୃଷ୍ଟ କରୁଛି। ପଣସ ଓ କଦଳୀ ଖାଇବା ପାଇଁ ଅଧିକାଂଶ ସମୟରେ ହାତୀ ଗ୍ରାମକୁ ପ୍ରବେଶ କରୁଛି ବୋଲି ସେ କହିଥିଲେ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏଫ୍‌ଇଏସ୍‌ ସଂସ୍ଥାର ସ୍ବସ୍ତିକ ତ୍ରିପାଠୀ, ସଂସ୍ଥାର ପ୍ରକଳ୍ପ ପରିଚାଳକ ଭବାନୀ ଶଙ୍କର ପରିଡ଼ା, ବିକାଶ ସାଥୀ ସଦସ୍ୟ ମାନସ ପଣ୍ଡା, ଅରବିନ୍ଦ ସିଂ, କୁମୁଣ୍ଡି ପଞ୍ଚାୟତର ନାଏବ ସରପଞ୍ଚ ନୀଳାଦ୍ରି ସେନାପତି, ଗ୍ରାମର ବରିଷ୍ଠ ନାଗରିକ ବିରଞ୍ଚତ୍ ନାରାୟଣ ଦେହୁରୀ ପ୍ରମୁଖ ଯୋଗଦେଇ ଉପାଦେୟ ମନ୍ତବ୍ୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?