ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବାଇକରେ ଯାଉଥିବା ୨ ଯୁବକ କିପରି ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି ସେହି ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ବାଇକରେ ୨ ଯୁବକ ରାସ୍ତାରେ ଯାଉଛନ୍ତି। ସେହି ସମୟରେ ହଠାତ୍ ଏକ ହାତୀ ଜଙ୍ଗଲରୁ ରାସ୍ତା ଉପରକୁ ଚାଲି ଆସୁଛି। ଏହାପରେ ୨ ଯୁବକ ହାତୀକୁ ଦେଖି ରାସ୍ତାରେ ବାଇକକୁ ଛାଡି ପ୍ରାଣ ବିକଳରେ ଦୌଡୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ When Animal Attack ପକ୍ଷରୁ ଟୁଇଟ କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Oh shit! pic.twitter.com/8ni1X8blpk
— When Animals Attack (@Animalsandfools) November 8, 2020