ହାତୀ ଭୟରେ ହତା ବନ୍ଦ

ଢେଙ୍କାନାଳ ଅଫିସ, ୯।୧: ଜଙ୍ଗଲ ଭିତରେ ଜନବସତି। ଗାଁ ସୀମାନ୍ତରେ ଅଭୟାରଣ୍ୟ। ଫଳରେ ଅରଣ୍ୟ ଇଲାକା ଡେଇଁ ବର୍ଷତମାମ ଗ୍ରାମାଭିମୁଖୀ ହେଉଛନ୍ତି ହିଂସ୍ର ବନ୍ୟପ୍ରାଣୀ। କି ଦିନ କି ରାତି ସଡ଼କରେ ନିର୍ଭୟରେ ଘୂରି ବୁଲୁଛନ୍ତି ସେମାନେ, ଯାହାକୁ ନେଇ ଢେଙ୍କାନାଳ ଜିଲା ସଦର ବ୍ଲକ ବଳଦିଆବନ୍ଧ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଖଜୁରିଆ, ବାଉଁଶଗୋଠ, ଗଜିବଣିଆ ଏବଂ ମୁଣ୍ଡାସାହି ଗ୍ରାମରେ ସୃଷ୍ଟି ହୋଇଛି ବିଚିତ୍ର ସ୍ଥିତି। ଭୋର୍‌ ସମୟରେ ଜଙ୍ଗଲୀଜନ୍ତୁଙ୍କ ପ୍ରାଦୁର୍ଭାବ ଅଧିକ ରହୁଥିବାରୁ ଭୟଭୀତ ଅଭିଭାବକ ପିଲାଙ୍କୁ ଘରଠାରୁ ୫ କି.ମି. ଦୂର ବିଦ୍ୟାଳୟକୁ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି। ବଣୁଆ ହାତୀଙ୍କ ଯୋଗୁ ସକାଳୁଆ ସ୍କୁଲ ହତା ଛାତ୍ରୀଛାତ୍ରଙ୍କ ପାଇଁ ଏକପ୍ରକାର ବନ୍ଦ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଢେଙ୍କାନାଳ ଜିଲା ସଦର ମହକୁମାଠାରୁ ମାତ୍ର ୧୪ କି.ମି. ଦୂରତାରେ ରହିଛି ଏହି ୪ ଗ୍ରାମ। ଜୁଆଙ୍ଗ ଓ ଶବର ଜନଜାତି ବହୁଳ ଏହି ଅଞ୍ଚଳର ଜନସଂଖ୍ୟା ୪୦୦ରୁ ଊର୍ଦ୍ଧ୍ୱ। ହେଲେ ଏହି ପୁରାତନ ଜନଜାତି ସମ୍ପ୍ରଦାୟର କଥା ସତେଯେମିତି ଭୁଲିଯାଇଛି ପ୍ରଶାସନ। ମୌଳିକ ସୁବିଧା ତ ଦୂରର କଥା, ହାତୀ ଭୟ ପାଇଁ ସରକାରଙ୍କ ନିଃଶୁଳ୍କ ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାରୁ ମଧ୍ୟ ଏଠାକାର ଛାତ୍ରୀଛାତ୍ର ବଞ୍ଚତ୍ତ ହେଉଛନ୍ତି। ହିଂସ୍ରପ୍ରାଣୀଙ୍କ ପାଇଁ ଶିଶୁ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ବଢ଼ି ଚାଲିଥିବା ଏଭଳି ବ୍ୟବଧାନ ଅଭିଭାବକଙ୍କ ଚିନ୍ତା ବଢ଼ାଇଦେଇଛି। ୱାର୍ଡମେମ୍ବର ବିନତା ପଧାନ, ଗ୍ରାମର ଦୁଃଖବନ୍ଧୁ ନାୟକ, ତପସ୍ବିନୀ ନାୟକ, ରେଖା ନାୟକ ପ୍ରମୁଖଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମ ଇଲାକାରେ ହାତୀପଲ ଗୋରୁପଲ ଭଳି ବର୍ଷସାରା ଘୂରି ବୁଲୁଛନ୍ତି। ଅପରାହ୍ନ ୩ଟା ପରେ ହାତୀଙ୍କ ରଡ଼ିରେ ଅଞ୍ଚଳ ଥରହର ହେଉଛି। ସଞ୍ଜ ପୂର୍ବରୁ ଗ୍ରାମବାସୀ ଘରେ ନିଜକୁ କଏଦ କରି ନେବାକୁ ବାଧ୍ୟ ହେଉଛନ୍ତି। ଗ୍ରାମଠାରୁ ୫ କିଲୋମିଟର ପଞ୍ଚାୟତ ସଦରରେ ଅବସ୍ଥିତ ବଳଦିଆବନ୍ଧ ହାଇସ୍କୁଲକୁ ୯ମ ଏବଂ ୧୦ମ ଶ୍ରେଣୀର ପିଲାମାନେ ଚାଲିଚାଲି ଯାଇଥାଆନ୍ତି। ସେହିପରି ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ପିଲାମାନେ ଜଙ୍ଗଲିଆ ରାସ୍ତାରେ ଜୀବନକୁ ବିପଦରେ ପକାଇ ମହୁଲପଡା ଉଚ୍ଚ ପ୍ରାଥମିକ ସ୍କୁଲକୁ ଯାଇଥାଆନ୍ତି। ଖଜୁରିଆ ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପ୍ରାଥମିକ ସ୍କୁଲ ରହିଛି। ତେବେ ପାହାଡ଼ ନିକଟରେ ଥିବା ଏହି ବିଦ୍ୟାଳୟରେ ପାଚେରି ନାହିଁ। ଅନେକ ସମୟରେ ହାତୀ ପଶି ଆସୁଛନ୍ତି। ଛାତ୍ରୀଛାତ୍ରଙ୍କ ଜୀବନ ବିପଦରେ ପଡୁଛି। ତେଣୁ ସକାଳୁଆ ସ୍କୁଲ ହେଲେ ଅଭିଭାବକମାନେ ପିଲାଙ୍କୁ ଛାଡୁନାହାନ୍ତି।
ଚାଷବାସ କରି ଅଞ୍ଚଳର ଲୋକେ ଜୀବିକା ନିର୍ବାହ କରୁଥିବାବେଳେ ହାତୀ ଉପଦ୍ରବ ସେମାନଙ୍କ ଆର୍ଥିକ ସ୍ଥିତିକୁ ରୁଗ୍‌ଣ କରିଦେଇଛି। ବନ ବିଭାଗ ପକ୍ଷରୁ ଠିକ୍‌ ଭାବେ ଟ୍ରେଞ୍ଚ୍‌ ଖୋଳାଯାଇ ନ ଥିବାରୁ ହାତୀ ଏହାକୁ ଡେଇଁ ଗାଁକୁ ଚାଲି ଆସୁଛନ୍ତି। ଅମଳ କରି ରଖାଯାଇଥିବା ଧାନ ବସ୍ତା ଟେକି ନେଇ ଜଙ୍ଗଲକୁ ପଳାଉଛନ୍ତି। ସେହିପରି ପାନୀୟ ଜଳ ଏବଂ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟାରେ ଅଞ୍ଚଳବାସୀ ବର୍ଷସାରା ସନ୍ତୁଳି ହେଉଛନ୍ତି। କେବଳ ଭୋଟ ଆସିଲେ ଗ୍ରାମବାସୀ ଖୋଜାପଡ଼ନ୍ତି। ଅନ୍ୟଦିନରେ ପ୍ରଶାସନିକ ଅଧିକାରୀ କିମ୍ବା ନେତାଙ୍କ ପାଦ ପଡୁ ନ ଥିବା ଅଭିଯୋଗ ହେଉଛି। ଜିଲା ପ୍ରଶାସନ, ବନ ବିଭାଗ ତୁରନ୍ତ ସମସ୍ୟାର ସମାଧାନ ନ କଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri