ଶାଗ ତୋଳିବାକୁ ଯାଇଥିବା ବେଳେ ଆଈ, ନାତୁଣୀଙ୍କୁ ଦଳିଦେଲା ଦନ୍ତା

ବିଶୋଇ,୮।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ବଣ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସ୍ଥାନୀୟ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଶନିବାର ଏକ ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବିଶୋଇ ବ୍ଲକର ଦୁଧକୁଣ୍ଡି ଗ୍ରାମର କାନ୍ଦ୍ରୀ ମୁର୍ମୁ (୪୫) ଏବଂ ଖଡ଼ମବେଡା ଗ୍ରାମର ମେଘନା ବିନ୍ଧାଣି (୮)। ଗୁରୁତର ଜଣକ ହେଲେ ଧାନୀ ବିନ୍ଧାଣି (୩୦)।

ସୂଚନାଥାଉକି,ଏହି ୩ ଜଣ ଅନ୍ୟ ୪ ଜଣ ଗ୍ରାମବାସୀଙ୍କ ସହିତ ମିଶି ଜଙ୍ଗଲକୁ ଆଜି ସକାଳେ ଶାଗ ଓ ରାଇ ଫଳ ଆଣିବା ପାଇଁ ଯାଇଥିଲେ। ତେବେ ଜଙ୍ଗଲ ମଧ୍ୟରେ ଚାଲିକି ଯାଉଥିବା ସମୟରେ ଏକ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ପ୍ରଥମେ ୮ ବର୍ଷର ମେଘନାଙ୍କୁ ଦଳି ଦେବା ପରେ ଆଈ କାନ୍ଦ୍ରୀ ମୁର୍ମୁଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆଈ ନାତୁଣୀଙ୍କ ମୃତ୍ୟୁ ଘଟିଥିଲା। ପରେ ଧାନୀଙ୍କୁ ହାତୀଟି ଆକ୍ରମଣ କରିଥିଲା। ଗ୍ରାମବାସୀଙ୍କ ସହାୟତାରେ ଧାନୀଙ୍କୁ ଉଦ୍ଧାର କରାଯାଇ ବାରିପଦା ପିଆରଏମ୍‌କୁ ପଠାଯାଇଥିଲା। ସୌଭାଗ୍ୟବଶତଃ ଅନ୍ୟ ୪ ଜଣ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେପୁର ଉପନିର୍ବାଚନ: ମତଦାନରେ ସହଯୋଗ କଲେ ଛାତ୍ର

ବରଗଡ଼ ଅଫିସ/ ବିଜେପୁର,୨୧।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଛାତ୍ରମାନେ ମଧ୍ୟ ଆଗେଇ ଆସିଛନ୍ତି। ସୋମବାର ବିଜେପୁର...

ମହାନଦୀ ଶଯ୍ୟା ଅନୁଧ୍ୟାନ କଲା ଏନ୍‌ଜିଟି ଟିମ୍‌

କଟକ ଅଫିସ, ୮ା୪: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ଗଠିତ ୫ଜଣିଆ କମିଟି ବୁଧବାର ମହାନଦୀ ଶଯ୍ୟା ସମେତ ହାଡ଼ିଆ ପଠା ପରିଦର୍ଶନ କରିଛନ୍ତି। ଏହି...

ଜରି ତଳେ ଜୀବନ

ଜଳେଶ୍ୱର, ୫।୧୧(ରବି ନାରାୟଣ ପାତ୍ର)-ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ପ୍ରକାର...

ବିନା ସୁରକ୍ଷାରେ ଶିକ୍ଷକ ଜଗିଛନ୍ତି ସଙ୍ଗରୋଧ କେନ୍ଦ୍ର

ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଶିକ୍ଷକମାନେ ବିନା ସୁରକ୍ଷାରେ ପାଳି କରି ସଙ୍ଗରୋଧ କେନ୍ଦ୍ର ଜଗୁଛନ୍ତି। କେତକ ସ୍କୁଲରେ ପାଚେରୀ ନ ଥିବାବେଳେ ଆଉକେତେକ ସ୍କୁଲରେ ପରିମଳ...

ଗଙ୍ଗାଧର ଥିଲେ ଅମୃତର କବି

ବରଗଡ଼ ଅଫିସ୍‌,୪।୮ ବରଗଡ଼ ଜିଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଡିଜିଟାଲାଇଜେଶନ ମାଧ୍ୟମରେ ସୋମବାର ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି। ଏହି...

କ୍ଷମତାକୁ ଆସିଲେ ଭାଜପା ନିଯୁକ୍ତି ସୁଯୋଗ ବଢାଇବ

ଆନନ୍ଦପୁର,୧୯।୪(ସ୍ବ.ପ୍ର.)- କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ...

ରାସ୍ତା ସଂପ୍ରସାରଣ ପାଇଁ ଗଛକଟା, ବିରୋଧ ପରେ ବନ୍ଦ

ବ୍ରହ୍ମପୁର ଅଫିସ,୧୪।୭ : ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲାରେ ସବୁଜିମା ପାଇଁ ସରକାରୀ ଏବଂ ବେସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସ୍କୁଲ ପିଲାଙ୍କୁ ‘ପିଲାଟିଏ ଗଛଟିଏ’...

୩୩୧ ରିପୋର୍ଟକୁ ଅପେକ୍ଷା

ବାରିପଦା ଅଫିସ, ୨୨ା୪: ଓଡ଼ିଶାରେ ଚିହ୍ନଟ ହୋଇଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ଥିବା ଜଣାପଡ଼ିବା ପରେ ମୟୂରଭଞ୍ଜ ଜିଲାର ବିଭିନ୍ନ ପ୍ରବେଶ ପଥକୁ...

Advertisement


Archives

Model This Week