ଦନ୍ତା ବଢ଼ାଇଛି ଆତଙ୍କ

ଢେଙ୍କାନାଳ ଅଫିସ, ୧।୨: ଢେଙ୍କାନାଳ ଜିଲାରେ ବର୍ଷ ଆରମ୍ଭରୁ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ଧାରଣ କରିଛି। ଫସଲ ଅମଳ ସରିଯାଇଥିବାବେଳେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ପରଜଙ୍ଗ, ହିନ୍ଦୋଳ ଏବଂ ସଦର ବ୍ଲକରେ ଗୋଠଛଡ଼ା ଦନ୍ତା ବ୍ୟାପକ ଉପଦ୍ରବ ଆରମ୍ଭ କରିଛନ୍ତି। ରବିବାର ନରହନ୍ତା ଦନ୍ତା ଆକ୍ରମଣରେ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳର ଯୁବଚାଷୀ ପ୍ରଶାନ୍ତ ରାଉତ (୩୨)ଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ସକାଳ ୭ଟାରୁ ସାଢ଼େ ୯ଟା ଯାଏ ଗୋବିନ୍ଦପୁରଠାରେ ୫୫ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଗତ ୧୫ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ଏଥିପୂର୍ବରୁ ଦାମୋଦରନାଳୀ, ଗହମଖୁଣ୍ଟିରେ ଦୁଇଜଣଙ୍କୁ ଏହି ଦନ୍ତା ଦଳି ମାରିଦେଇଥିଲା। ଦିନକୁ ଦିନ ଉକ୍ତ ହାତୀ ରକ୍ତମୁଖା ହେଉଛି। ବାଡ଼ିବଗିଚାରେ ପଶି ବ୍ୟାପକ ଉପଦ୍ରବ କରୁଛି। ଘଉଡ଼ାଇଲେ ମାରିବାକୁ ଗୋଡ଼ାଉଛି। ତୁରନ୍ତ ଦନ୍ତାକୁ ଅନ୍ୟତ୍ର ସ୍ଥାନାନ୍ତର କରା ନ ଗଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ପ୍ରଶାନ୍ତ ଧାନ ଫସଲ ଜଗିବାକୁ ବିଲକୁ ଯାଇ ଗୋବିନ୍ଦପୁର ଗୋଡିସାହିସ୍ଥିତ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ଶୋଇଥିଲେ। ଭୋର୍‌ ସମୟରେ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ପ୍ରଥମେ ଜିଲା ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ନରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅଞ୍ଚଳବାସୀଙ୍କ କହିବା କଥା, ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହୋଇଛି। ଫଳରେ ବ୍ୟାପକ ଧନଜୀବନ ହାନି ହେଉଛି। ତୁରନ୍ତ ହାତୀକୁ ଅନ୍ୟତ୍ର ନ ଘଉଡ଼ାଇଲେ ଜନଆନ୍ଦୋଳନ ତୀବ୍ରତର ହେବ। ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସୂଚନା ପାଇ ସଦର ଥାନାଧିକାରୀ ସନ୍ଧ୍ୟାରାଣୀ ବେଉରିଆ, ସଦର ରେଞ୍ଜର ଧରିତ୍ରୀ ମୁର୍ମୁ, ଫାଣ୍ଡି ଅଧିକାରୀ ସତ୍ୟଜିତ ଭୂତିଆ ପ୍ରମୁଖ ସଦଳବଳ ପହଞ୍ଚତ୍ ବୁଝାଶୁଝା କରିଥିଲେ। ରେଡ୍‌କ୍ରସ୍‌ ଏବଂ ବନ ବିଭାଗ ପକ୍ଷରୁ ଚିକିତ୍ସା ପାଇଁ ଆର୍ଥତ୍କ ସହାୟତା ପ୍ରଦାନ କରାଯିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ପ୍ରଶାନ୍ତଙ୍କ ସ୍ତ୍ରୀଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଥିଲେ ସୋମବାର ସୁଦ୍ଧା ୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ।

ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି
ଦନ୍ତା ଉପଦ୍ରବରେ ଚାଷୀ, ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସଞ୍ଜ ଗଡ଼ିଲେ ରାସ୍ତାରେ ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି। ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ହାତୀକୁ ଅନ୍ୟତ୍ର ନ ଘଉଡ଼ାଇଲେ ଆନ୍ଦୋଳନ ତୀବ୍ରତର ହେବ।
-ଅକ୍ଷୟ ରାଉତ, ପୂର୍ବତନ ସରପଞ୍ଚ

ଘରୁ ପଦାକୁ ବାହାରି ହେଉନି
ଦୁଇ ସପ୍ତାହରେ ଏହି ଗୋଠଛଡ଼ା ଦନ୍ତା ୩ଜଣଙ୍କୁ ମାରି ସାରିଲାଣି। ହାତୀ ଉପଦ୍ରବ ଯୋଗୁ ଘରୁ ପଦାକୁ ବାହାରି ହେଉନାହିଁ। ଡିଏଫ୍‌ଓଙ୍କୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବନ ବିଭାଗ ଲୋକଙ୍କ ସୁରକ୍ଷା କଥା ଚିନ୍ତା କରୁନାହିଁ। ଭୟ ଓ ଆତଙ୍କରେ ଦିନ କାଟୁଛୁ।
-ସନ୍ତୋଷ ସ୍ବାଇଁ, ଗ୍ରାମବାସୀ

ଟ୍ରାଙ୍କୁଲାଇଜ୍‌ କରି ସ୍ଥାନାନ୍ତର କରାଯାଉ
ଉପଦ୍ରବ କରୁଥିବା ଦନ୍ତା ପାଇଁ ଅଞ୍ଚଳବାସୀ ଭୟ ଆତଙ୍କରେ ଦିନ କାଟୁଛନ୍ତି। ଏହାକୁ ଟ୍ରାଙ୍କୁଲାଇଜ୍‌ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼ିଛି। ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ବନ ବିଭାଗ ନିକଟରେ ଦାବି କରାଯାଇଛି।
-ଦିଲୀପ ପଟ୍ଟନାୟକ, ଗୋବିନ୍ଦପୁର

ଉଚ୍ଚ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ
ସଦର ରେଞ୍ଜ୍‌ର ମେଘା ସଂରକ୍ଷିତ ଜଙ୍ଗଲରୁ ଉକ୍ତ ଦନ୍ତା ହାତୀ ଆସି ନିକଟବର୍ତ୍ତୀ ଅଞ୍ଚଳରେ ଉପଦ୍ରବ କରୁଛି। ଭୋର୍‌ ୪ଟା ବେଳେ ପ୍ରଶାନ୍ତ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଟ୍ରାଙ୍କୁଲାଇଜ୍‌ କରିବା କ୍ଷମତା ଆମ ହାତରେ ନାହିଁ। ଏ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ।
-ଧରିତ୍ରୀ ମୁର୍ମୁ, ସଦର ରେଞ୍ଜର


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri