ହାତୀ ମଲେ, ଜିଇଲେ

ଓଡ଼ିଶାରେ ଏଇ କିଛି ଦିନ ହେବ ହାତୀଙ୍କ ମୃତ୍ୟୁ ଓ ଆହତ ହେବା ବିଷୟ ନିତିଦିନିଆ ଘଟଣା ହୋଇଗଲାଣି। ଗତ ସପ୍ତାହରେ ନରସିଂହପୁର ବନାଞ୍ଚଳରେ ଶିକାରୀ ଦ୍ୱାରା ଗୁଳିବିଦ୍ଧ ହାତୀର ୧୪ ଜୁନ୍‌ରେ ମୃତ୍ୟୁ ଘଟିଥିଲା। ଏହା ପରଦିନ ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ୍‌ ଅନ୍ତର୍ଗତ ଏକ ପୋଖରୀ ପଙ୍କରେ ପଡ଼ିଯାଇଥିବା ଏକ ହାତୀ ସେପ୍ଟିସେମିଆରେ ପଡ଼ି ୪ ଦିନ ହେଲା ଜୀବନ ସହ ସଂଗ୍ରାମ କରୁଥିବାର ଚିତ୍ର ଦେଖିବାକୁ ମିଳିଛି। ଚଳିତ ମାସ ପ୍ରାରମ୍ଭରେ ଆଠଗଡ଼ ବନଖଣ୍ଡରେ ୩ଟି ହାତୀର କଙ୍କାଳ ମିଳିଥିଲା। ଏହିଭଳି ତଥ୍ୟକୁ ଦେଖିଲେ ରାଜ୍ୟରେ ଗତ ଏକ ମାସ ମଧ୍ୟରେ ୧୧ ହାତୀଙ୍କ ପ୍ରାଣ ଗଲାଣି। ଆଠଗଡ଼ ଅଞ୍ଚଳରେ ଶିକାରୀ ଗୁଳିରେ ପ୍ରାଣ ହରାଇଥିବା ହାତୀର ମୃତ୍ୟୁ ସଂକ୍ରାନ୍ତରେ ତଦନ୍ତ କରିବା ଲାଗି ବନ ବିଭାଗ ତିନିଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛି। ଏଥିରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ନେଇ ତଥ୍ୟ ଖୋଜାଯିବ ବୋଲି କୁହାଯାଇଛି। ଶିକାରୀଙ୍କ ସହିତ ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଭିତିରି ସମ୍ପର୍କ ଏବଂ ଜାଣିଶୁଣି ହାତୀ ମୃତ୍ୟୁକୁ ଲୁଚାଇବା ଲାଗି ହେଉଥିବା ପ୍ରୟାସ ସଂକ୍ରାନ୍ତରେ ଏସ୍‌ଆଇଟି ତଦନ୍ତ କରିବ ବୋଲି ବିଭାଗୀୟ ବଡ଼ ଅଧିକାରୀମାନେ ଗଣମାଧ୍ୟମକୁ ବିବୃତି ଦେବାରେ ଲାଗିଛନ୍ତି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଯେ ଏସ୍‌ଆଇଟିରେ ଯେଉଁମାନଙ୍କୁ ନିଆଯାଇଛି ସେମାନେ ସମସ୍ତେ ସରକାରୀ ଅଧିକାରୀ। ଏଥିରେ ବାହାରୁ କୌଣସି ହାତୀ ବିଶେଷଜ୍ଞଙ୍କୁ ନିଆଯାଇ ନ ଥିବାରୁ ତଦନ୍ତର ସ୍ବଚ୍ଛତା ପ୍ରଶ୍ନବାଚୀରେ ରହିବା ସ୍ବାଭାବିକ। ଯଦି ବିଶେଷଜ୍ଞଙ୍କୁ ଏହିଭଳି ବାଦ୍‌ ପକାଯାଏ, ତେବେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ କୌଣସି ଭୟ କରିବାର କାରଣ ରହିବନାହିଁ। ସେମାନେ ସବୁ କୁକର୍ମ ଘୋଡ଼ାଇବା ସହିତ ଏହି ତଦନ୍ତକୁ ବାଟବଣା କରିଦେଇପାରନ୍ତି କିମ୍ବା ଏହାର କୌଣସି ରିପୋର୍ଟ ଦୀର୍ଘସମୟ ପାଇଁ ପ୍ରକାଶ ପାଇବ ନାହିଁ। ଗଣମାଧ୍ୟମରୁ ବିଷୟଟି ଲୋପ ପାଇଯିବା ପରେ ଜନସାଧାରଣଙ୍କ ମନରୁ ମଧ୍ୟ ଏହା ଲିଭିଯିବ। ଏହାପରେ ସମସ୍ୟାର ସବୁ ସମାଧାନ ହୋଇଯିବ।
ଏଠାରେ ଗତ ସପ୍ତାହରେ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିବା ୮୦ ଫୁଟ ଗଭୀର ବୋର୍‌ଓ୍ବେଲରୁ ରାହୁଲ ଉଦ୍ଧାର ଘଟଣାକୁ ଅବତାରଣା କରିବା ପ୍ରାସଙ୍ଗିକ ମନେହେଉଛି। ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲାର ଏକ ଗ୍ରାମରେ ଖୋଳାଯାଇଥିବା ବୋର୍‌ଓ୍ବେଲ୍‌ ଗର୍ତ୍ତରେ ଏହି ବାଳକ ପଡ଼ିଯିବା ପରେ ପ୍ରଶାସନ, ଏନ୍‌ଡିଆର୍‌ଏଫ୍‌ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ତତ୍ପରତା ଦେଖାଇ ଯେଭଳି ତାଙ୍କୁ ଉଦ୍ଧାର କଲେ, ସେଥିରେ ସମସ୍ତଙ୍କ ସହଯୋଗ ଜଣାପଡ଼ିଯାଇଥିଲା। ଏହା ମଧ୍ୟ ଜଣାଇ ଦେଇଥିଲା ଯେ, କୌଣସି କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଗଲେ ସଫଳତା ମିଳିବା ନିଶ୍ଚିତ। ଆଠଗଡ଼ର ଗୁଳିବିଦ୍ଧ ହାତୀଠାରୁ ସମ୍ବଲପୁର ବନଖଣ୍ଡ ଅଞ୍ଚଳର ଏକ ପୋଖରୀରେ ପଡ଼ିଥିବା ହାତୀ ଉଦ୍ଧାରକୁ ଦେଖିଲେ ସେହି ଧରଣର ତତ୍ପରତା ଆଦୌ ଦେଖିବାକୁ ମିଳୁନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଯେଉଁ କାର୍ଯ୍ୟ କରାଯାଇ ହାତୀର ଜୀବନ ବଞ୍ଚାଇବା ପାଇଁ ମନୋବଳର ଆବଶ୍ୟକତା ରହିବା କଥା, ତାହା ଦେଖାଯାଉନାହଁି। ଏସବୁ ଏଇଥିପାଇଁ ଘଟୁଛି ଯେହେତୁ ବନ ବିଭାଗର ଉପରୁ ତଳ ସ୍ତରର ଅଧିକାଂଶ କର୍ମଚାରୀଙ୍କ ନିଜ ଦାୟିତ୍ୱ ପ୍ରତି ନିଘା ରହୁନାହିଁ।
ଡାଏନୋସୋର ପରେ ଭୂପୃଷ୍ଠରେ ଚଲାବୁଲା କରୁଥିବା ବୃହତ୍‌ ପ୍ରାଣୀ ଭାବେ ହାତୀ ରହିଥିବା କୁହାଯାଉଛି। କଥାରେ ଅଛି- ‘ହାତୀ ଜିଇଲେ ବା ମଲେ ଲକ୍ଷେ ଟଙ୍କା’। ଅର୍ଥାତ୍‌ ହାତୀଦାନ୍ତଠାରୁ ତା’ ଶରୀରର ଅନ୍ୟାନ୍ୟ ଅବୟବକୁ ନେଇ ଶିକାରୀମାନେ ବ୍ୟବସାୟ କରୁଥିବାରୁ ଏହି ବିରାଟକାୟ ଜୀବର ଜୀବନ ବିପଦରେ ପଡ଼ିଛି। ହାତୀ-ମଣିଷ ସଂଘର୍ଷ ଏଭଳି ସ୍ତରରେ ପହଞ୍ଚତ୍ଲାଣି ଯେ, ଆଗକୁ ସ୍ଥିତି ଭୟଙ୍କର ହେବାର ସବୁ ଲକ୍ଷଣ ଦେଖାଦେଲାଣି। ପାଶ୍ଚାତ୍ୟରେ ବିଲୁପ୍ତ ପଥରେ ରହିଥିବା ପ୍ରାଣୀଙ୍କ ବଂଶବୃଦ୍ଧି ସକାଶେ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି। ହେଲେ ଭାରତରେ ବିଶେଷକରି ଓଡ଼ିଶାରେ ବଞ୍ଚତ୍ଥିବା ପ୍ରାଣୀଙ୍କୁ ଠିକ୍‌ ଭାବେ ସୁରକ୍ଷା ଦିଆଯାଇପାରୁ ନାହିଁ। ରାଜ୍ୟ ବନ ବିଭାଗର ଜଙ୍ଗଲୀଜନ୍ତୁ ପ୍ରତି ଅତି ନିର୍ମମ ମନୋଭାବ ରହୁଥିବାରୁ ପଶୁପକ୍ଷୀଙ୍କର ସୁରକ୍ଷା ଜଙ୍ଗଲ ବିଭାଗ ଦ୍ୱାରା ସମ୍ଭବପର ହେଉନାହିଁ। ଏଥିରେ ପରିବର୍ତ୍ତନ ଘଟାଇବା ପାଇଁ କୌଣସି ଅଧିକାରୀଙ୍କ ଇଚ୍ଛା ପ୍ରଦର୍ଶିତ ହେଉ ନ ଥିବାରୁ ରାଜ୍ୟର ବନ ସମ୍ପଦ ଗଭୀର ବିପଦର ସମ୍ମୁଖୀନ ହେଉଛି। ଏହାର ପ୍ରତିକାର ଖୋଜି ବାହାର କରିବା ଅତ୍ୟନ୍ତ କଷ୍ଟକର ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri