ହାତୀ ମଲେ, ଜିଇଲେ

ଓଡ଼ିଶାରେ ଏଇ କିଛି ଦିନ ହେବ ହାତୀଙ୍କ ମୃତ୍ୟୁ ଓ ଆହତ ହେବା ବିଷୟ ନିତିଦିନିଆ ଘଟଣା ହୋଇଗଲାଣି। ଗତ ସପ୍ତାହରେ ନରସିଂହପୁର ବନାଞ୍ଚଳରେ ଶିକାରୀ ଦ୍ୱାରା ଗୁଳିବିଦ୍ଧ ହାତୀର ୧୪ ଜୁନ୍‌ରେ ମୃତ୍ୟୁ ଘଟିଥିଲା। ଏହା ପରଦିନ ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ୍‌ ଅନ୍ତର୍ଗତ ଏକ ପୋଖରୀ ପଙ୍କରେ ପଡ଼ିଯାଇଥିବା ଏକ ହାତୀ ସେପ୍ଟିସେମିଆରେ ପଡ଼ି ୪ ଦିନ ହେଲା ଜୀବନ ସହ ସଂଗ୍ରାମ କରୁଥିବାର ଚିତ୍ର ଦେଖିବାକୁ ମିଳିଛି। ଚଳିତ ମାସ ପ୍ରାରମ୍ଭରେ ଆଠଗଡ଼ ବନଖଣ୍ଡରେ ୩ଟି ହାତୀର କଙ୍କାଳ ମିଳିଥିଲା। ଏହିଭଳି ତଥ୍ୟକୁ ଦେଖିଲେ ରାଜ୍ୟରେ ଗତ ଏକ ମାସ ମଧ୍ୟରେ ୧୧ ହାତୀଙ୍କ ପ୍ରାଣ ଗଲାଣି। ଆଠଗଡ଼ ଅଞ୍ଚଳରେ ଶିକାରୀ ଗୁଳିରେ ପ୍ରାଣ ହରାଇଥିବା ହାତୀର ମୃତ୍ୟୁ ସଂକ୍ରାନ୍ତରେ ତଦନ୍ତ କରିବା ଲାଗି ବନ ବିଭାଗ ତିନିଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛି। ଏଥିରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ନେଇ ତଥ୍ୟ ଖୋଜାଯିବ ବୋଲି କୁହାଯାଇଛି। ଶିକାରୀଙ୍କ ସହିତ ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଭିତିରି ସମ୍ପର୍କ ଏବଂ ଜାଣିଶୁଣି ହାତୀ ମୃତ୍ୟୁକୁ ଲୁଚାଇବା ଲାଗି ହେଉଥିବା ପ୍ରୟାସ ସଂକ୍ରାନ୍ତରେ ଏସ୍‌ଆଇଟି ତଦନ୍ତ କରିବ ବୋଲି ବିଭାଗୀୟ ବଡ଼ ଅଧିକାରୀମାନେ ଗଣମାଧ୍ୟମକୁ ବିବୃତି ଦେବାରେ ଲାଗିଛନ୍ତି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଯେ ଏସ୍‌ଆଇଟିରେ ଯେଉଁମାନଙ୍କୁ ନିଆଯାଇଛି ସେମାନେ ସମସ୍ତେ ସରକାରୀ ଅଧିକାରୀ। ଏଥିରେ ବାହାରୁ କୌଣସି ହାତୀ ବିଶେଷଜ୍ଞଙ୍କୁ ନିଆଯାଇ ନ ଥିବାରୁ ତଦନ୍ତର ସ୍ବଚ୍ଛତା ପ୍ରଶ୍ନବାଚୀରେ ରହିବା ସ୍ବାଭାବିକ। ଯଦି ବିଶେଷଜ୍ଞଙ୍କୁ ଏହିଭଳି ବାଦ୍‌ ପକାଯାଏ, ତେବେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ କୌଣସି ଭୟ କରିବାର କାରଣ ରହିବନାହିଁ। ସେମାନେ ସବୁ କୁକର୍ମ ଘୋଡ଼ାଇବା ସହିତ ଏହି ତଦନ୍ତକୁ ବାଟବଣା କରିଦେଇପାରନ୍ତି କିମ୍ବା ଏହାର କୌଣସି ରିପୋର୍ଟ ଦୀର୍ଘସମୟ ପାଇଁ ପ୍ରକାଶ ପାଇବ ନାହିଁ। ଗଣମାଧ୍ୟମରୁ ବିଷୟଟି ଲୋପ ପାଇଯିବା ପରେ ଜନସାଧାରଣଙ୍କ ମନରୁ ମଧ୍ୟ ଏହା ଲିଭିଯିବ। ଏହାପରେ ସମସ୍ୟାର ସବୁ ସମାଧାନ ହୋଇଯିବ।
ଏଠାରେ ଗତ ସପ୍ତାହରେ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିବା ୮୦ ଫୁଟ ଗଭୀର ବୋର୍‌ଓ୍ବେଲରୁ ରାହୁଲ ଉଦ୍ଧାର ଘଟଣାକୁ ଅବତାରଣା କରିବା ପ୍ରାସଙ୍ଗିକ ମନେହେଉଛି। ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲାର ଏକ ଗ୍ରାମରେ ଖୋଳାଯାଇଥିବା ବୋର୍‌ଓ୍ବେଲ୍‌ ଗର୍ତ୍ତରେ ଏହି ବାଳକ ପଡ଼ିଯିବା ପରେ ପ୍ରଶାସନ, ଏନ୍‌ଡିଆର୍‌ଏଫ୍‌ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ତତ୍ପରତା ଦେଖାଇ ଯେଭଳି ତାଙ୍କୁ ଉଦ୍ଧାର କଲେ, ସେଥିରେ ସମସ୍ତଙ୍କ ସହଯୋଗ ଜଣାପଡ଼ିଯାଇଥିଲା। ଏହା ମଧ୍ୟ ଜଣାଇ ଦେଇଥିଲା ଯେ, କୌଣସି କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଗଲେ ସଫଳତା ମିଳିବା ନିଶ୍ଚିତ। ଆଠଗଡ଼ର ଗୁଳିବିଦ୍ଧ ହାତୀଠାରୁ ସମ୍ବଲପୁର ବନଖଣ୍ଡ ଅଞ୍ଚଳର ଏକ ପୋଖରୀରେ ପଡ଼ିଥିବା ହାତୀ ଉଦ୍ଧାରକୁ ଦେଖିଲେ ସେହି ଧରଣର ତତ୍ପରତା ଆଦୌ ଦେଖିବାକୁ ମିଳୁନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଯେଉଁ କାର୍ଯ୍ୟ କରାଯାଇ ହାତୀର ଜୀବନ ବଞ୍ଚାଇବା ପାଇଁ ମନୋବଳର ଆବଶ୍ୟକତା ରହିବା କଥା, ତାହା ଦେଖାଯାଉନାହଁି। ଏସବୁ ଏଇଥିପାଇଁ ଘଟୁଛି ଯେହେତୁ ବନ ବିଭାଗର ଉପରୁ ତଳ ସ୍ତରର ଅଧିକାଂଶ କର୍ମଚାରୀଙ୍କ ନିଜ ଦାୟିତ୍ୱ ପ୍ରତି ନିଘା ରହୁନାହିଁ।
ଡାଏନୋସୋର ପରେ ଭୂପୃଷ୍ଠରେ ଚଲାବୁଲା କରୁଥିବା ବୃହତ୍‌ ପ୍ରାଣୀ ଭାବେ ହାତୀ ରହିଥିବା କୁହାଯାଉଛି। କଥାରେ ଅଛି- ‘ହାତୀ ଜିଇଲେ ବା ମଲେ ଲକ୍ଷେ ଟଙ୍କା’। ଅର୍ଥାତ୍‌ ହାତୀଦାନ୍ତଠାରୁ ତା’ ଶରୀରର ଅନ୍ୟାନ୍ୟ ଅବୟବକୁ ନେଇ ଶିକାରୀମାନେ ବ୍ୟବସାୟ କରୁଥିବାରୁ ଏହି ବିରାଟକାୟ ଜୀବର ଜୀବନ ବିପଦରେ ପଡ଼ିଛି। ହାତୀ-ମଣିଷ ସଂଘର୍ଷ ଏଭଳି ସ୍ତରରେ ପହଞ୍ଚତ୍ଲାଣି ଯେ, ଆଗକୁ ସ୍ଥିତି ଭୟଙ୍କର ହେବାର ସବୁ ଲକ୍ଷଣ ଦେଖାଦେଲାଣି। ପାଶ୍ଚାତ୍ୟରେ ବିଲୁପ୍ତ ପଥରେ ରହିଥିବା ପ୍ରାଣୀଙ୍କ ବଂଶବୃଦ୍ଧି ସକାଶେ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି। ହେଲେ ଭାରତରେ ବିଶେଷକରି ଓଡ଼ିଶାରେ ବଞ୍ଚତ୍ଥିବା ପ୍ରାଣୀଙ୍କୁ ଠିକ୍‌ ଭାବେ ସୁରକ୍ଷା ଦିଆଯାଇପାରୁ ନାହିଁ। ରାଜ୍ୟ ବନ ବିଭାଗର ଜଙ୍ଗଲୀଜନ୍ତୁ ପ୍ରତି ଅତି ନିର୍ମମ ମନୋଭାବ ରହୁଥିବାରୁ ପଶୁପକ୍ଷୀଙ୍କର ସୁରକ୍ଷା ଜଙ୍ଗଲ ବିଭାଗ ଦ୍ୱାରା ସମ୍ଭବପର ହେଉନାହିଁ। ଏଥିରେ ପରିବର୍ତ୍ତନ ଘଟାଇବା ପାଇଁ କୌଣସି ଅଧିକାରୀଙ୍କ ଇଚ୍ଛା ପ୍ରଦର୍ଶିତ ହେଉ ନ ଥିବାରୁ ରାଜ୍ୟର ବନ ସମ୍ପଦ ଗଭୀର ବିପଦର ସମ୍ମୁଖୀନ ହେଉଛି। ଏହାର ପ୍ରତିକାର ଖୋଜି ବାହାର କରିବା ଅତ୍ୟନ୍ତ କଷ୍ଟକର ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?