ବିପଦସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ: ମରାମତି ପାଇଁ ଦାବି

କେସିଙ୍ଗା,୨୯।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ହରିଜନ ପଡା(ପୂର୍ବ)ରେ ଥିବା ବିଦ୍ୟୁତ ଖୁଣ୍ଟ ଦୀର୍ଘ ଦିନ ହେଲା ବିପଦସଂକୁଳ ଅବସ୍ଥାରେ ପଡି ରହିଛି। ବର୍ତ୍ତମାନ ଗ୍ରୀଷ୍ମପ୍ରବାହରେ ସନ୍ଧ୍ୟାରେ ଜୋରରେ ପବନ ବହୁଥିବାରୁ ପଡାରେ ଥିବା ବିଦ୍ୟୁତ ଖୁଣ୍ଟ କେତେବେଳେ ପଡିଯିବ କହିହେବ ନାହିଁ।ଯଦି ଝଡ ତୋଫାନରେ ପଡି ଗଲେ ପଡାର ଅନେକ ଲୋକଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଛି। ତେଣୁ ଉତକେଲା ବିଦ୍ୟୁତ ବିଭାଗ ଅଧୀନରେ ଥିବା କିକିଆ ଗ୍ରାମରେ ବିପଦ ଝୁଲି ରହିଛି। ଏ ନେଇ ଗ୍ରାମବାସୀ ଏସଡ଼ିଓ କେସିଙ୍ଗା ଏବଂ ଜେଇ ଉତକେଲାଙ୍କୁ ବହୁ ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଉତକେଲା ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ବିଦ୍ୟୁତ ଖୁଣ୍ଟକୁ ଠିକ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ଏତିକି ଟଙ୍କା ଯାଏ କିଣିପାରିବେ ପେଟ୍ରୋଲ, ପେଟ୍ରୋଲ-ଡିଜେଲ ନିୟମରେ ସରକାର କଲେ ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ,୧୪।୫: କେରଳରେ ପେଟ୍ରୋଲ ଏବଂ ଡିଜେଲ କ୍ରୟ ସମ୍ୱନ୍ଧୀୟ ନୂତନ ନିୟମାବଳୀ ଜାରି କରାଯିବା ସମ୍ପର୍କରେ ଖବର ପ୍ରକାଶ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେରଳର ଇନ୍ଧନ…

ଜନଗଣନାରେ ଓବିସିଙ୍କୁ ଅଣଦେଖା ଅଭିଯୋଗ:ଦାବିପତ୍ର ପ୍ରଦାନ

ବରଗଡ଼,୧୪ା୫(ପ୍ରେମାନନ୍ଦ ଖମାରୀ):ଚଳିତ ଜନଗଣନାରେ ପଛୁଆବର୍ଗ (ଓବିସି)ଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଜନଗଣନାରେ ଉଦ୍ଦିଷ୍ଟ ୧୨ ନମ୍ବର ପ୍ରଶ୍ନରେ ଓବିସି କଲମ ଯୋଡିବା ପାଇଁ ଓଡିଶା…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

ପଶ୍ଚିମ ଓଡିଶା ପାଇଁ ଆଉ ଏକ ନୂଆ ଟ୍ରେନ: ସ୍ବପ୍ନ ପୂରଣ କଲେ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ଭୁବନେଶ୍ୱରକୁ ନୂତନ ଟ୍ରେନ ପାଇଁ ଦାବି ଜୋର ଧରିଥିଲା। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ କୋରାପୁଟ ସିଧା ପଶ୍ଚିମ ଓଡ଼ିଶାରକୁ ସଂଯୋଗ…

ସଙ୍କଟ ମଧ୍ୟରେ ଭାରତ ପାଇଁ ଆସିଲା ଖୁସି ଖବର: ହର୍ମୁଜରେ…

ନୂଆଦିଲ୍ଲୀ,୧୪।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଭାରତ ପାଇଁ ଆଉ ଏକ ଖୁସି ଖବର ଆସିଛି। LPG ଟ୍ୟାଙ୍କର୍‌ MV ସନ୍‌ସାଇନ ହର୍ମୁଜ ପ୍ରଣାଳୀ ପାର କରି…

ଇତିହାସ ରଚିଲେ ବିରାଟ କୋହଲି: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ହାସଲ କଲେ ଏମିତି କାରନାମା

ରାୟପୁର,୧୪।୫: ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଜୟୀ କରାଇଥିଲେ। ଏହି ଶତକ ସହିତ କୋହଲି…

ସଙ୍କଟ ମଧ୍ୟରେ ଭାରତ ନେଲା ବଡ଼ ନିଷ୍ପତ୍ତି: ବିଶ୍ୱକୁ ଚିନି ଯୋଗାଣ ବନ୍ଦ

ନୂଆଦିଲ୍ଲୀ,୧୪।୫: କେନ୍ଦ୍ର ସରକାର ଦେଶର ଚିନି ଯୋଗାଣ ବଜାୟ ରଖିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏକ ବିଜ୍ଞପ୍ତି ଜାରି କରି ସରକାର ତୁରନ୍ତ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri