ଲାଇନ୍‌ କାମ ସାରି ଫେରୁଥିଲେ; ଗଛରେ ପିଟି ହୋଇଗଲା ବୋଲେରୋ; ଚାଳକ ମୃତ; ଯନ୍ତ୍ରୀଙ୍କ ସମେତ ୩ ଗୁରୁତର

ହରଭଙ୍ଗା,୩।୬(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଦଠାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚାରିଛକ ବିଦ୍ୟୁତ ବିଭାଗର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଯନ୍ତ୍ରୀ ଓ ୨ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି।

ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଚାରିଛକ ବିଦ୍ୟୁତ ବିଭାଗର ବୋଲେର ଗାଡି (ଓଡି୦୨ବିଏ-୧୨୧୩) ଯୋଗେ ଯନ୍ତ୍ରୀ ଭବାନୀ ଶଙ୍କର ପାଣିଗ୍ରାହୀ, କର୍ମଚାରୀ ସଂଗ୍ରାମ ସାହୁ, ସମୀର ନାୟକ ଓ ଚାଳକ ଶିବାଜୀ ନାଗ ବୌଦ୍ଧରୁ କାମ ସାରି ଫେରୁଥିଲେ। ଜାତୀୟ ରାଜପଥର ବଡବନ୍ଧଠାରେ ଗାଡିଟି କୌଣସି କାରଣରୁ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ପରେ ଗାଡ଼ିରେ ଥିବା ୪ ଜଣ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରକୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଡାକ୍ତର ଚାଳକ ଶିବାଜୀ ନାଗ( ୪୭)କୁ ମୃତ ଘୋଷଣା କରିଥିଲେ। ହେଲେ ଯନ୍ତ୍ରୀ ଓ ଅନ୍ୟ ଦୁଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୌଦ୍ଧ ମେଡିକାଲକୁ ପଠାଯାଇଥିଲା। ସେଠାରେ ମଧ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଖବର ପାଇ ପୁରୁଣାକଟକ ପୋଲିସ ମୃତ ଚାଳକ ମୃତଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ: କହୁକହୁ କହିଦେଲେ …

ଭୁବନେଶ୍ୱର,୨୫।୬: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। ।...

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ...

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା...

ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ...

ମୌଳିକ ସୁବିଧାରୁ ବଞ୍ଚିତ ମହୁଲପଡ଼ାବାସୀ

ନୂଆପଡ଼ା,୨୫।୬ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ସିଲ୍‌ଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡ଼ାବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ...

ଜୁଲାଇ ୧ରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା

ନୂଆଦିଲ୍ଲୀ,୨୫ା୬:ଭାରତୀୟ ରେଲ୍‌ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍‌, ଏକ୍ସପ୍ରେସ୍‌ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri