ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୪ଜଣ ଶ୍ରମିକ ନିର୍ଯାତନା ସହି ନ ପାରି ଶୁକ୍ରବାର ଲୁଚି ଘରକୁ ଫେରିଆସିଥିଲେ। ହେଲେ ୨୨ଜଣ ଶ୍ରମିକ ଠିକାଦାରଙ୍କ କବଳରୁ ଆସି ନ ପାରି ବନ୍ଧାପଡ଼ି ରହିଥିଲେ। ଠିକାଦାର ସେମାନଙ୍କୁ ଅନେକ ନିର୍ଯାତନା ଦେଉଥିବା ଫେରିଥିବା ଶ୍ରମିକ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଭୂପେନ୍ଦ୍ର ସିଂ ଯାଦବଙ୍କୁ ଅବଗତ କରିଥିଲେ। ଶୀଘ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଯାଦବ ପ୍ରୟାସ ଆରମ୍ଭ କରିଥିଲେ। ଏହାପରେ ସ୍ଥାନୀୟ ଶ୍ରମ ବିଭାଗ ଓ ପୋଲିସ ହାଇଦ୍ରାବାଦରୁ ୨୨ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ସମସ୍ତେ ବସ୍‌ ଯୋଗେ ସୁରକ୍ଷିତ ଭାବେ ସୋମବାର ସକାଳେ ଜୁନାଗଡ଼ରେ ପହଞ୍ଚିଛନ୍ତି।

ପ୍ରକାଶ ଯେ, ଗତ ୬ମାସ ତଳେ ଧର୍ମଗଡ ଥାନା ତାରାପୁରର ଜଣେ ଦାଦନ ଦଲାଲଙ୍କ କଥାରେ ପଡ଼ି ଜୁନାଗଡ଼ ସହରର ଫତେନଗରପଡ଼ା, ଗୋତିପଡା ଓ ତାଲବନ୍ଦପଡ଼ାର ୨୬ଜଣ ଶ୍ରମିକ ଦାଦନ ଖଟିବାକୁ ହ୍ରାଇଦାବାଦ ଯାଇଥିଲେ। ସେଠାରେ ସେମାନେ ଏକ ଇଟାଭାଟିରେ କାମ କରୁଥିଲେ। କାମର ପାଉଣା ମାଗିବା ସମୟରେ ଠିକାଦାର ସେମାନଙ୍କୁ ମାଡ ମାରିବା ସହ ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସେମାନେ ଘରକୁ ଯିବା ଲାଗି କହିବାରୁ ଠିକାଦାର ସେମାନଙ୍କୁ ମାଡ ମାରିଥିଲେ। ପରେ ସମସ୍ତ ଶ୍ରମିକ ଅନ୍ଧାର ରାତିର ସୁଯୋଗ ନେଇ ଚାଲିଆସୁଥିବା ବେଳେ ଖବରପାଇ ଠିକାଦାର ବାଟରେ ଅଟକାଇ ସେମାନଙ୍କୁ ଜୋରଜବରଦସ୍ତ ପୁଣି ନେଇଯାଇଥିଲେ। ତେବେ ୪ ଜଣ ଶ୍ରମିକ କୌଶଳ କ୍ରମେ ସେଠାରୁ ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ ସହରର ଏକ ଛକକୁ ଚାଲିଆସିଥିଲେ। ସେଠାରୁ ସେମାନେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କୁ ଫୋନରେ ଘଟଣା ସମ୍ପର୍କରେ କହିଥିଲେ। ଏହା ପରେ ବସ୍‌ରେ ଘରକୁ ଯିବା ପାଇଁ ଟଙ୍କା ପଠାଇବାକୁ ନଗରପାଳ ଅଗ୍ରୱାଲଙ୍କୁ ନିବେଦନ କରିଥିଲେ। ନଗରପାଳ ଟଙ୍କା ପଠାଇବା ପରେ ସେମାନେ ଘରକୁ ଫେରିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?