ସପ୍ତାହେ ମଧ୍ୟରେ ଚାଲିବ ବିଦ୍ୟୁତ୍‌ ଟ୍ରେନ୍‌

ବାରିପଦା ଅଫିସ,୧୦।୨: ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁରଠାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଚାଳିତ ଟ୍ରେନ୍‌ ଚଳାଚଳ କରିବ। ଏନେଇ ବୁଧବାର ବିଭାଗୀୟ କର୍ତ୍ତୃପକ୍ଷ ନିରୀକ୍ଷଣ କରି ଫେରିଛନ୍ତି। ସପ୍ତାହକ ମଧ୍ୟରେ ବିଦ୍ୟୁତ୍‌ ଚାଳିତ ଟ୍ରେନ୍‌ ଚଳାଚଳ କରିବ ବୋଲି ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ଡିଆର୍‌ଏମ୍‌ ମନୋରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି।
ଦୀର୍ଘଦିନର ଦାବି ପରେ ଉକ୍ତ ରେଳପଥର ବିଦ୍ୟୁତୀକରଣ କାର୍ଯ୍ୟ ଶେଷ ହୋଇଛି। ରେଳ ବିଭାଗର ନିରାପତ୍ତା କମିଶନର ଶୁଭମୟ ମିଶ୍ର ଉକ୍ତ ରେଳପଥକୁ ନିରୀକ୍ଷଣ କରିବା ପରେ ବିଦ୍ୟୁତ୍‌ ଚାଳିତ ଟ୍ରେନ୍‌ ଚଳାଚଳ କରିପାରିବ ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ପୂର୍ବରୁ ଭଞ୍ଜପୁରଠାରୁ ରୂପ୍‌ସା ପର୍ଯ୍ୟନ୍ତ ବିଦ୍ୟୁତ୍‌ ଟ୍ରେନ୍‌ ଚଳାଚଳ କରୁଥିବା ବେଳେ ଭଞ୍ଜପୁରଠାରୁ ବାଙ୍ଗରିପୋଷି ପର୍ଯ୍ୟନ୍ତ ରେଳପଥର ବିଦ୍ୟୁତୀକରଣ କାର୍ଯ୍ୟକ୍ଷମ ହୋଇଛି। ଉକ୍ତ ରେଳପଥରେ ଭଞ୍ଜପୁର-ସାଲିମାର, ଭଞ୍ଜପୁର-ପୁରୀ ବିଦ୍ୟୁତ୍‌ ଟ୍ରେନ୍‌ ଚଳାଚଳ କରୁଛି। ବିଦ୍ୟୁତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ୍‌ ବିଦ୍ୟୁତ୍‌ ଇଞ୍ଜିନ ମାଧ୍ୟମରେ ଚଳାଚଳ କରିପାରିବ। ଡିଜେଲ ଚାଳିତ ଇଞ୍ଜିନଠାରୁ ବିଦ୍ୟୁତ୍‌ ଇଞ୍ଜିନର ଗତି ଦ୍ରୁତ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?