ପ୍ରତିଦିନ ନିର୍ବାଚନ

ଏବେ ମୁଦ୍ରିତ ଗଣମାଧ୍ୟମ ନ ହେଲେ ବି ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଖୋଲିଲେ ଲାଗେ ଓଡ଼ିଶା ବା ଭାରତବର୍ଷରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରତ୍ୟକ୍ଷରେ ଅବା ପରୋକ୍ଷରେ ସେହି ପ୍ରକାର ଭାବଭଙ୍ଗୀ, ଉଚ୍ଚାରଣ ଓ ଭାଷାର ଠାଣି, ସେହି ପ୍ରକାର ଘଣ୍ଟାଚକଟା ଭାବ। ସେହି ପ୍ରକାର ଦ୍ୱୈତଯୁଦ୍ଧ ପାଇଁ ପ୍ରସ୍ତୁତି।
ସମୟ ଥିଲା, ଯେତେବେଳେ ନିର୍ବାଚନ ଶେଷ ହେଲାପରେ ଏକ ଅଣ-ରାଜନୈତିକ ପରିବେଶ ଫେରି ଆସୁଥିଲା। ଲୋକେ ଆଉ ଦଳଭୁକ୍ତ ହେବାକୁ ପସନ୍ଦ କରୁ ନଥିଲେ। ଏକ ସୁନ୍ଦର, ସାମାଜିକ-ରାଜନୈତିକ ସହାବସ୍ଥାନ ଫେରି ଆସୁଥିଲା। ଲୋକ ପାଞ୍ଚବର୍ଷ ପାଇଁ ଯେ ଯାହା କାମରେ ବ୍ୟସ୍ତ ରହୁଥିଲେ। ଭିତ୍ତିଭୂମି, ସୁବିଧା-ସୁଯୋଗଜନିତ ପ୍ରତିକୂଳତା ସତ୍ତ୍ୱେ ଲୋକେ ଶାନ୍ତିରେ ଅଣ-ରାଜନୈତିକ ହୋଇ ରହିବାରେ ଆନନ୍ଦ ଅନୁଭବ କରୁଥିଲେ, ଯଦିଚ ଗଭୀର ମାନସିକ ସ୍ତରରେ ନିର୍ଦ୍ଦିଷ୍ଟ ରାଜନୈତିକ ଚିନ୍ତନ ପ୍ରତି ଆନୁଗତ୍ୟ ଥିଲା। ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ରାଜନୈତିକ ଦୃଶ୍ୟମାନତା, ଉଚ୍ଚାରଣଗତ ଅନୁବନ୍ଧନ ମଣିଷର ସହଜାତ ପ୍ରବୃତ୍ତି ପାଲଟିଛି। ଏହାର ମୂଳରେ ରହିଛି ଶୀର୍ଷ ରାଜନେତାଙ୍କ ରାଜନୈତିକ ଉଚ୍ଚତା ହ୍ରାସ ଓ ସାର୍ବଜନୀନ ଅଗ୍ରହଣୀୟତା। ରାଷ୍ଟ୍ର ବା ରାଜ୍ୟକୁ ନେତାମାନେ ନିଜ ନିର୍ବାଚନମଣ୍ଡଳୀ ଭାବୁଛନ୍ତି ଓ ନାଗରିକମାନଙ୍କୁ ଭାବୁଛନ୍ତି ଚବିଶଘଣ୍ଟିଆ ଭୋଟର। ରାଜନୈତିକ ରଙ୍ଗର ଅତିଦୃଶ୍ୟମାନତା ବେଶ ଲାଭଜନକ ହୋଇଛି- ସାମୟିକ ଚାକିରି, ସରକାରୀ କାମଧନ୍ଦା ହାତେଇବା ସହିତ ନେତାଙ୍କ ସାନ୍ନିଧ୍ୟକ୍ରମେ ପ୍ରତିଫଳିତ ଗୌରବରେ ଉଲ୍ଲସିତ ହେବା ସହ ନିଜର ତଥା ନିଜ ପରିବାର ପାଇଁ ଏକ ନୂତନ ପରିଚୟ ସାଉଁଟିବାରେ ସହାୟକ ହୋଇଛି ଏହି ଚବିଶଘଣ୍ଟିଆ ଭୋଟର ମନୋଭାବ।
କିନ୍ତୁ କ୍ଷତି ସହୁଛି ଦେଶ, ସମାଜ। ସରକାର ମଣିଷର ଜନ୍ମଲାଭ ପାଖରୁ ତା’ର ଶ୍ମଶାନ ଯାତ୍ରାର ଦାୟିତ୍ୱ ବହନ କରୁଥିବାରୁ ଦେଶର ସମସ୍ତ କାର୍ଯ୍ୟ ସରକାରଙ୍କର ଓ ଶାସକ ଦଳର ବୋଲି ବିିବେଚିତ ହେଉଚି। ଅନ୍ୟମାନେ ନିରାସକ୍ତ! ଉଦାସୀନ, ଅଲୋଡ଼ା। ରାଜନୈତିକ ରଂଗ ସବୁ କିଛିର ସିଦ୍ଧାନ୍ତ ନେଉଥିବାରୁ ପ୍ରତିଭା, କଳା, ଦକ୍ଷତା, ସହଭାଗିତା, ଅଙ୍ଗୀକାରବଦ୍ଧତା ପ୍ରତିହତ ହେଉଛି। ତେଣୁ ରାସ୍ତାଘାଟ, ପୋଲ ନିର୍ମାଣ ନାମରେ ଦେଶର ବିକାଶର ଡିଣ୍ଡିମ ପିଟାଯାଉଛି, ଅଥଚ ଆତ୍ମିକ ଭାବରେ ଦେଶର ଗୁଣ, ଚରିତ୍ର ପ୍ରତିମୁହୂର୍ତ୍ତରେ ନିମ୍ନସ୍ତରକୁ ଚାଲିଯାଉଛି।
ସବୁଠୁ ଦୁଃଖର କଥା ସରକାର ଯାହା ମୂଳତଃ ଅମୂର୍ତ୍ତ, ଏହି ଦଳାଦଳିରେ ମାତି ସରକାର ତଥା ଦଳ ପାଇଁ ସମର୍ଥନ ଯୋଗାଡ଼ କରିବା କ୍ରମରେ ନତଜାନୁ ହୋଇ ସାମାଜିକ ଗଣମାଧ୍ୟମ ପ୍ରଭାବକାରୀ ବ୍ୟକ୍ତି ବା ଅନୁଷ୍ଠାନର (ଇନ୍‌ଫ୍ଲୁଏନ୍ସର) ସହାୟତା ଭିକ୍ଷା କରୁଛନ୍ତି, ଯାହା ସରକାରଙ୍କ ନିର୍ଦ୍ଦଳୀୟ ଚରିତ୍ରକୁ ଖାଲି ଅପ୍ରାସଙ୍ଗିକ କରୁନାହିଁ, ଏହା ସରକାରଙ୍କ ବୌଦ୍ଧିକ ଅସହାୟତା ଓ ଦାରିଦ୍ର୍ୟ ପ୍ରକାଶ କରୁଛି। ଭାରତବର୍ଷ ହେଉ ଅବା ଓଡ଼ିଶା, ଏକ ବିଶାଳ ଜନସମୂହ ଏହି ନୀତି-ନିର୍ବାଚନୀ ରଣାଙ୍ଗନରେ ଜୀବାଶ୍ମ ପାଲଟିଯିବାକୁ ଯାଉଛନ୍ତି। ଅଥଚ ଏକ ଭିନ୍ନ ପରିବେଶରେ ସେମାନେ ଦେଶ ପାଇଁ, ସମାଜ ପାଇଁ, ନିଜ ପାଇଁ କେତେ କ’ଣ କରିପାରିଥାନ୍ତେ। ରାଜନୀତି ଆଉ ଦୁଷ୍ଟଲୋକଙ୍କ ଶେଷବୃତ୍ତି ହୋଇ ରହିନାହିଁ। ଏକ ବିରାଟ ଯୁବଗୋଷ୍ଠୀ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହି ନୀତି-ନିବାର୍ଚନୀ କ୍ଷେତ୍ରରେ ନିଜ ନିଜକୁ ଭସେଇ ନିଜ ନିଜର ଅଭିଷ୍ଟ ରାଜ-ଦେବତାଙ୍କ ପାଇଁ ଦେଶର ଓ ନିଜର ଅଶେଷ କ୍ଷତି ସାଧନ ହିଁ କରୁଛନ୍ତି।
‘ଆସନ୍ତାକାଲି ନିର୍ବାଚନ’ର ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସ ଏକ ରାଜନୈତିକ ଷଡ଼ଯନ୍ତ୍ର। ନାଗରିକମାନଙ୍କୁ, ଦେଶକୁ ଭଲପାଇବା ପରିବର୍ତ୍ତେ ଏକ ଦଳକୁ ଭଲପାଇବା ପାଇଁ ଏହା ଏକ ଚତୁର ଚକ୍ରାନ୍ତ। ନିଜ ଦେଶ, ତା’ର ଅତୀତର ଗୌରବ, ଇତିହାସ, ତା’ର ପୁରାଣ, ଭୂଗୋଳକୁ ନିର୍ବାଚନକୁ ସୁହାଇବା ଭଳି ଏକ ବ୍ୟାଖ୍ୟାନରେ ରୂପାନ୍ତର କରି ଛୋଟମୋଟ ତୁଷ୍ଟୀକରଣ ମାଧ୍ୟମରେ ନାଗରିକମାନଙ୍କ ମଧ୍ୟରେ ସଦା ନିର୍ବାଚନର ଦାୟିତ୍ୱବୋଧ ଜାଗ୍ରତ କରି ସେମାନଙ୍କୁ ଜଣେ ଜଣେ ରାଜନୈତିକ ଯୋଦ୍ଧା କରିବା ପରିବର୍ତ୍ତେ ନିଜ ଦଳ ପାଇଁ କ୍ରୀତଦାସ କରି ରଖିବାର ହୀନ ଉଦ୍ଦେଶ୍ୟ ଥାଏ, ଏହି ନିୟମିତ ବୟାନବାଜିରେ ଯାହା ଶେଷରେ କିଛି ଲୋକଙ୍କୁ ନିଶାସକ୍ତ କରିପକାଏ। ଜୀବନର ଆଦର୍ଶ, ଜାତି ବା ଦେଶର ଅତୀତରେ ଅନୁପ୍ରାଣିତ ହେବା ପରିବର୍ତ୍ତେ ନାଗରିକମାନେ ବନ୍ଧାପଡ଼ନ୍ତି ଏକ ଗଳିତ ବର୍ତ୍ତମାନର ମିଛ ସଙ୍କଟ ଓ ତାକୁ ଆରୋଗ୍ୟ କରିବାର ଦାୟିତ୍ୱବୋଧରେ। ନିତିଦିନ ନିର୍ବାଚନୀ ଆଚରଣ ଜାରି ରହେ; ନାଗରିକମାନଙ୍କର ଦୀର୍ଘମିଆଦୀ ବିକାଶ, ରାଷ୍ଟ୍ରର ଚିରନ୍ତନ ଉନ୍ନତି ଏହି କୃତ୍ରିମ ଘନଘଟା ଭିତରେ ଅବାନ୍ତର ହୋଇପଡ଼େ।
ଏବେ ସ୍ଥିତି ଆହୁରି ଉଦ୍‌ବେଗଜନକ ଲାଗୁଛି ଆମର ଶୈକ୍ଷିକ ଦୟନୀୟତା ଦେଖି। ସ୍କୁଲସ୍ତରରେ ପାଠ୍ୟ ପୁସ୍ତକର ଆଧୁନିକୀକରଣ ନାମରେ ଯାବତୀୟ ଅଣବୈଜ୍ଞାନିକ, ପ୍ରାଚୀନପନ୍ଥୀ ପାଠ୍ୟ ପଢ଼ାବହିରେ ସାମିଲ କରାଯାଉଛି। ସେମିତି ସେମିନାର ନାମରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ସରକାରଙ୍କ ଘୋଷିତ ରାଜନୈତିକ କାର୍ଯ୍ୟକ୍ରମକୁ ବୁଲେଇ ବଙ୍କେଇ ଆଲୋଚନାଚକ୍ରର ଶୀର୍ଷକ ହିସାବରେ ନାମିତ କରାଯାଉଛି। ସୂକ୍ଷ୍ମସ୍ତରରେ ଏହା ମୂଳତଃ ସେହି ‘ପ୍ରତିଦିନ ନିର୍ବାଚନ’ ପରିବେଶର ଏକ ଶୈକ୍ଷିକ ରୂପାନ୍ତର।
‘ଭାରତର ଆତ୍ମା ଗ୍ରାମାଞ୍ଚଳରେ ରହୁଛି’ କି ନାହିଁ ଭିନ୍ନ କଥା, କିନ୍ତୁ ଭାରତର ଆତ୍ମା ରାଜନୀତିରେ ନାହିଁ। ବରଂ ଏହିପ୍ରକାର ମନୋଭାବ ଭାରତୀୟତା ପ୍ରତି ଅପମାନ। ରାଷ୍ଟ୍ରର ଅତ୍ୟଧିକ ବିଭାଜନଧର୍ମୀ ଚବିଶଘଣ୍ଟିଆ ରାଜନୀତିକରଣ, ଯୁଦ୍ଧ ବା କରୋନା ଭଳି ସଂକଟରେ ଦେଶପାଇଁ ମହଙ୍ଗା ପଡ଼ିବ। ପଠନ, ଆଦର୍ଶ ଅନୁସରଣ, ସ୍ବାଧୀନ ଚିନ୍ତନ ଓ ଆତ୍ମ-ସମୃଦ୍ଧି ପାଇଁ ଯାବତୀୟ ସୃଜନଧର୍ମୀ, ଗଠନମୂଳକ କାର୍ଯ୍ୟଠୁ ଦୂରରେ ରହି ଗୋଟିଏ ଲମ୍ବା ମୋବାଇଲ ଫୋନ ଉପରେ ଦିନରାତି ରାଜନୈତିକ ଆଙ୍ଗୁଠି ସଞ୍ଚାଳନରୁ ଦେଶ କ’ଣ ଉପକାର ପାଇବ? ଉପରଠାଉରିଆ ସ୍ଥୂଳପ୍ରୀତିର ମାୟାଜାଲରେ ପଶି ଯୁବଗୋଷ୍ଠୀ ରାଷ୍ଟ୍ରର ବୈଶିଷ୍ଟ୍ୟକୈନ୍ଦ୍ରିକ ସମୃଦ୍ଧିର ସ୍ବପ୍ନ ଦେଖିବା ପ୍ରାୟ ପାସୋରି ଗଲେଣି।
ପୂର୍ବତନ ଅଧ୍ୟକ୍ଷ, ଜେଲରୋଡ଼, ବାଲେଶ୍ୱର
ମୋ: ୯୪୩୭୩ ୭୬୨୧୯

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା…

ବିଦେଶୀ ଅନୁଦାନ ବିନିଯୋଗ ଅଧିନିୟମ

ବିଭିନ୍ନ ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ସଂସ୍ଥାର ତଥ୍ୟାନୁସାରେ ଭାରତରେ କାର୍ଯ୍ୟ କରୁଥିବା କିଛି ବେସରକାରୀ ଅନୁଷ୍ଠାନ, ସ୍ବୟଂସେବୀ ସଂସ୍ଥା ଓ ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକ ବିଦେଶରୁ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ଆର୍ମଷ୍ଟ୍ରଙ୍ଗ ପାମେ ମଣିପୁର ତାମେଙ୍ଗଲଙ୍ଗ ଜିଲାର ତୌସେମ୍‌ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଭାବେ ୨୦୧୨ରେ ଯୋଗଦେବା ପରେ ନିଜେ ପାଣ୍ଠି ଯୋଗାଡ଼ କରି ଏକ ରାସ୍ତା…

ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ…

ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri