Posted inରାଜ୍ୟ

ଆସୁଛି ନିର୍ବାଚନ, ଜାଣନ୍ତୁ କିପରି କରିବେ ଭୋଟର ଆଇଡି ପାଇଁ ଆବେଦନ ?

ଭୁବନେଶ୍ୱର,୧୦।୩: ଆଗକୁ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଆସୁଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ ନୂଆ ଯୁବ ଭୋଟର ସେମାନଙ୍କର ଭୋଟର ଆଇଡି କରି ସାରିଲେଣି। ଏବେ ମଧ୍ୟ ଭାରତୀୟ ନିର୍ବାଚନ ଆୟୋଗ ୧୮ ବର୍ଷ ଅତିକ୍ରମ କରିଥିବା ଭାରତୀୟ ଯୁବତୀ ଯୁବକ ମାନଙ୍କୁ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ସୁଯୋଗ ଦେଉଛନ୍ତି।

ଭୋଟର ଆଇଡି ଆବେଦନ ପାଇଁ ଜଣେ ପ୍ରାର୍ଥୀଙ୍କ ପାଖରେ ପାସପୋର୍ଟ ସାଇଜର ଫଟୋ, ବ୍ୟକ୍ତିଗତ ପରିଚୟ ପତ୍ର (ଆଧାର କାର୍ଡ, ପାସପୋର୍ଟ, ହାଇସ୍କୁଲ୍ ମାର୍କସିଟ) ଏବଂ ଠିକଣା ପରିଚୟ ପତ୍ର ଥିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବେ କିପରି କରିବେ ଆବେଦନ ?

  1. ପ୍ରଥମେ ନିର୍ବାଚନ ଆୟୋଗର ଭୋଟର ସର୍ଭିସ ସେବା ପୋର୍ଟାଲ https://voters.eci.gov.in/ କୁ ଯାଆନ୍ତୁ।
  2. ଏବେ ଫର୍ମ ୬ ତଳେ ଥିବା ଫିଲ୍ ଫର୍ମ ୬ ଉପରେ କ୍ଲିକ କରି ଏକ ଆକାଉଣ୍ଟ ଖୋଲନ୍ତୁ। ଏଥିରେ ଇମେଲ ଆଇଡି ଏବଂ ଫୋନ୍ ନମ୍ବର ଭଳି ଆବଶ୍ୟକ ତଥ୍ୟ ପ୍ରଦାନ କରନ୍ତୁ।
  3. ଥରେ ଏହି ଆକାଉଣ୍ଟ ଖୋଲିଗଲେ ଆପଣ ମୁଖ୍ୟ ଫର୍ମକୁ ଯାଇ ସେଠାରେ ବ୍ୟକ୍ତିଗତ ତଥ୍ୟ ଏବଂ ଯୋଗାଯୋଗ ସମ୍ପର୍କିତ ସୂଚନା ଏବଂ ଆଧାର କାର୍ଡ ଓ ଠିକଣା ଦେବାକୁ ପଡିବ।
  4. ଏହାପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟର ସ୍କାନ୍ କପି ଅପଲୋଡ଼ କରିବାକୁ ପଡିବ।
  5. ସମସ୍ତ ତଥ୍ୟ ସେଇ ସାରିବା ପରେ ଫର୍ମକୁ ଭଲ ଭାବେ ପଢିନେବେ ଏବଂ ସର୍ବମିଟ କରିବେ।
  6. ଏହାପରେ ନିୟମିତ ଭାବେ ନିଜର ଆବେଦନ ପତ୍ରକୁ ଯାଞ୍ଚ କରୁଥିବେ।
  7. ଆପଣ ଫର୍ମ୬ କୁ ଡାଉନଲୋଡ଼ କରି ଅଫଲାଇନ ମାଧ୍ୟମରେ ନିକଟସ୍ଥ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ଦାଖଲ କରିପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ସ୍ୱପ୍ନର ବାଂଲାଦେଶ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri