Odisha Elections 2024
Posted inଜାତୀୟ

ନିର୍ବାଚନୀ ହିଂସା: ସର୍ବାଧିକ ଦଙ୍ଗାଗ୍ରସ୍ତ ୧୭୬୭ ଆସନରେ ଟିଏମସିର ନିର୍ବିରୋଧ ବିଜୟ…

କୋଲକାତା,୨୪।୬ : ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି। ହିଂସା ମାଧ୍ୟମରେ କ୍ଷମତା ହାସଲ କରିବା ବଙ୍ଗଳାର ପରମ୍ପରା ପାଲଟିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏହା ନୁହେଁ ଯେ ବର୍ତ୍ତମାନର ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସମୟରେ ହିଂସା ଘଟୁଛି। ଯେତେବେଳେ ବାମପନ୍ଥୀ (ସିପିଏମ) ସରକାର କ୍ଷମତାରେ ଥିଲେ, ସେତେବେଳେ ମଧ୍ୟ ରାଜ୍ୟରେ ନିର୍ବାଚନୀ ରକ୍ତପାତ ହୋଇଥିଲା। ଏବେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ମାତ୍ରେ ହିଂସାକାଣ୍ଡ ଆରମ୍ଭ ହୋଇଛି, ଯାହା ବର୍ତ୍ତମାନ ସୁଦ୍ଧା କମିନାହିଁ। ଏହି ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି ଏବଂ ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ କରିଛନ୍ତି।

ଏହି ତାଲିକା ଅନୁଯାୟୀ, ଆସନ ଦୃଷ୍ଟିରୁ ଦକ୍ଷିଣ ୨୪ ପରଗଣା ଶୀର୍ଷରେ ରହିଛି। ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ଏବଂ ଦକ୍ଷିଣ ୨୪ ପରଗଣା ଜିଲାର ଜିଲା ପରିଷଦ ନିର୍ବାଚନ ପର୍ଯ୍ୟନ୍ତ ଶାସକ ଟିଏମସି ପ୍ରାର୍ଥୀମାନେ ରେକର୍ଡ ସଂଖ୍ୟକ ନିର୍ବିରୋଧ ବିଜୟ ହାସଲ କରିଛନ୍ତି। ଏସବୁ ଜିଲାରେ ନାମାଙ୍କନ ପତ୍ର ଦାଖଲ ସମୟରେ ସର୍ବାଧିକ ହିଂସା ଦେଖିବାକୁ ମିଳିଥିଲା ।

ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ନିର୍ବାଚନରେ କ୍ଷମତାରେ ଥିବା ଦଳ ବ୍ୟତୀତ କୌଣସି ବିରୋଧୀ ଦଳ ଗ୍ରାମସଭା ଏବଂ ପଞ୍ଚାୟତ ସମିତିରେ ଶତପ୍ରତିଶତ ଆସନରେ ନିଜ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇ ନାହାଁନ୍ତି। ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ ଏହା ପଛର କାରଣ ହେଉଛି ହିଂସା ଏବଂ ବିଭିନ୍ନ ପ୍ରକାରର ଭୟ, ଓ ବିରୋଧୀଙ୍କ ସାଂଗଠନିକ ଦୁର୍ବଳତା ମଧ୍ୟ ଏକ ମୁଖ୍ୟ କାରଣ। ନିର୍ବାଚନ ଆୟୋଗଙ୍କର ତଥ୍ୟ ଅନୁଯାୟୀ, ଦକ୍ଷିଣ ୨୪ ପରଜଣାରେ ମୋଟ ଗ୍ରାମପଞ୍ଚାୟତ ସଂଖ୍ୟ ୬୩୮୩ ଅଟେ। ସେଥିମଧ୍ୟରୁ ୧୭୬୭ ଟି ଆସନ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ନିର୍ବିରୋଧରେ ଜିତିଛି। ଏହି ଜିଲାର ମୋଟ ପଞ୍ଚାୟତ ସମିତି ଆସନ ସଂଖ୍ୟା ୯୨୬, ସେଥିମଧ୍ୟରୁ ୨୩୩ ଟି ସିଟ ଟିଏମସି ଆକାଉଣ୍ଟକୁ ନିର୍ବିରୋଧରେ ଯାଇଛିି। ଏଥି ସହିତ ଟିଏମସି ୮୫ଟି ଜିଲା ପରିଷଦ ମଧ୍ୟରୁ ୮ ଟିରେ ନିର୍ବିରୋଧରେ ବିଜୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ନିର୍ବାଚନରେ ମୋଦିଙ୍କୁ କିଏ ଦେଉଛନ୍ତି ଚ୍ୟାଲେଞ୍ଜ, ପ୍ରଶାନ୍ତ କିଶୋର କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସରକାରଙ୍କ ବିରୋଧରେ ହୋଇଥିବା ବିରୋଧକୁ ଦୃଢ ବୋଲି ବର୍ଣ୍ଣନା କରିଛନ୍ତି। ଏକ...

ସ୍ବାତୀ ମାଲିଓ୍ବାଲଙ୍କୁ ମାଡ ମାରିବା ଘଟଣା: ବୈଭବ କୁମାରଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୮।୫: ଆମ ଆଦମୀ ପାର୍ଟିର ବିବାଦ ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସମେତ ଏଏପି ଦଳର...

ରାଜ ଠାକରେ ମୋଦିଙ୍କ ଚରଣରେ ବିଲିନ ହୋଇଯାଇଛନ୍ତି: ସଞ୍ଜୟ ରାଉତ

ମୁମ୍ବାଇ,୧୮।୫: ସଞ୍ଜୟ ରାଉତ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’କୁ ସମାଲୋଚନା କରିଛନ୍ତି। ରାଉତ ଅଭିଯୋଗ କରିଛନ୍ତି ଯେ ଭାଜପାର ରୋଡ ଶୋ’ର ଖର୍ଚ୍ଚ ମୁମ୍ବାଇ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ମହାରାଷ୍ଟ୍ରରେ ନିର୍ବାଚନ ମଧ୍ୟରେ ଚର୍ଚ୍ଚାରେ ରାଜ ଠାକରେଙ୍କ ଭାଷଣ

ମୁମ୍ବାଇ,୧୮।୫: ରାଜ ଠାକରେ ପ୍ରଥମ ଥର ପାଇଁ ଶିବାଜୀ ପାର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଞ୍ଚ ଶେୟାର କରିଛନ୍ତି। ଏହି ସମୟରେ ସେ ଅନେକ ପ୍ରସଙ୍ଗରେ...

‘କହ୍ନେୟା କୁମାରଙ୍କୁ ମାଡ଼ ମାରି ଉଚିତ ଶିକ୍ଷା ଦେଇଛୁ’, କଂଗ୍ରେସ ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୫: ‘ଆମେ ତାଙ୍କୁ ଉଚିତ ଶିକ୍ଷା ଦେଇଛୁ । ସେ ସ୍ଲୋଗାନ ଦେଇଥିଲେ, ‘ଭାରତ ତେରେ ଟୁକଡ ଟୁକଡେ ହୋଙ୍ଗେ’। ଅଫଜାଲ ମୋତେ କ୍ଷମା କରିବୁ।...

Video: ସ୍ବାତୀ ମାଲିଓ୍ବାଲଙ୍କୁ ଧକ୍କା ଦେଇଥିଲେ ମହିଳା ସିକ୍ୟୁରିଟି ଗାର୍ଡ, ଆଉ ଏକ ନୂଆ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସ୍ବାତୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଭାଜପାକୁ ଭୋଟ ନ ହେବାକୁ ଶପଥ ନେଲେ ରାଜପୁତ, ସ୍ମୃତିଙ୍କୁ ଗ୍ରହଣ କରୁ ନାହାଁନ୍ତି ଆମେଠିବାସୀ

ନୂଆଦିଲ୍ଲୀ,୧୮।୫: ଆମେଠିରେ, କ୍ଷତ୍ରିୟ ବା ରାଜପୁତ ସମ୍ପ୍ରଦାୟର ଲୋକମାନେ ସ୍ମୃତି ଇରାନୀଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ବିରୋଧ କରୁଛନ୍ତି। ସେମାନେ ଶପଥ କରୁଛନ୍ତି ଏବଂ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri