ସାଲେପୁରରେ ନିର୍ବାଚନୀ ହିଂସା: ଭାଜପା ଏଜେଣ୍ଟଙ୍କୁ ପନିକିରେ ହାଣିଲେ

ଭୁବନେଶ୍ୱର,୧।୬: କେନ୍ଦ୍ରାପଡ଼ା ଲୋକସଭା ଅଧୀନ ସାଲେପୁର ମାଳଶାସନ ୧୮୪ ଏବଂ ୧୮୫ ନମ୍ବର ବୁଥରେ ନିର୍ବାଚନୀ ହିଂସା ଘଟିଛି। ଭାଜପା ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଏବଂ ୩ଜଣ ସମର୍ଥକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ବିଜେଡି ସମର୍ଥକ ସାମିଲ ଥିବା ଭାଜପା ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ ଅଭିଯୋଗ କରିଛନ୍ତି। ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଥ କ୍ୟାପଚରିଂକୁ ବିରୋଧ କରିବାରୁ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ପୋଲିସ ଉପସ୍ଥିତରେ କିପରି ପରିସ୍ଥିତି ଉପୁଜିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହତଙ୍କ କହିବା ଅନୁସାରେ, ଶତାଧିକ ବିଜେଡି ସମର୍ଥକ ବୁଥ ଭିତରକୁ ପଶି ବୁଥ କ୍ୟାପଚର କରିବାକୁ ଚେଷ୍ଟା କରୁଥିଲେ। ଏହାକୁ ବିରୋଧ କରିବାରୁ ହିଂସା କାଣ୍ଡ ଘଟିଥିଲା।

ଅନ୍ୟପକ୍ଷେ ଧାମନଗର ଦୋବଲ ପଞ୍ଚାୟତର ୧୫୧ ନମ୍ବର ବୁଥରେ ନିର୍ବାଚନୀ ହିଂସା ଘଟିଛି। ବୁଥ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?