Posted inଜାତୀୟ

ନୂଆ ମାର୍ଗଦର୍ଶିକା ଜାରି କଲେ ନିର୍ବାଚନ କମିଶନ: ୨୫ ପ୍ରତିଶତ କମିଲା ଷ୍ଟାର ପ୍ରଚାରକଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୮।୧୦: କରୋନା ମହାମାରୀ ସଙ୍କଟ ସମୟରେ ହେଉଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନିର୍ବାଚନ କମିଶନ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ ରାଜନୈତିକ ଦଳଗୁଡ଼ିକର ଷ୍ଟାର ପ୍ରଚାରକଙ୍କ ସଂଖ୍ୟାକୁ ୨୫ ପ୍ରତିଶତ କମାଇ ଦିଆଯାଇଛି। ନିର୍ବାଚନ ପ୍ରଚାର କରିବାର ୪୮ ଘଣ୍ଟା ଅର୍ଥାତ୍‌ ୨ ଦିନ ପୂର୍ବରୁ ଷ୍ଟାର ପ୍ରଚାରକଙ୍କ ନାମ ତାଲିକା ଜିଲା ପ୍ରଶାସନଙ୍କୁ ଦେବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପୂବର୍’ରୁଧାର୍ଯ୍ୟ ସମୟ ସୀମା ୧୦ ଦିନ ଥିଲା। ମାତ୍ର କରୋନା ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ନିର୍ବାଚନରେ ଜାତୀୟସ୍ତରୀୟ ରାଜନୈତିକ ଦଳଗୁଡ଼ିକର ଷ୍ଟାର ପ୍ରଚାରକଙ୍କ ସଂଖ୍ୟା ୪୦ ଥିଲା। ତେବେ ଏବେ ଏହାକୁ ୩୦କୁ କମାଇ ଦିଆଯାଇଛି। ଏହାଠାରୁ ଅଧିକ ପ୍ରଚାରକ ନିର୍ବାଚନ ରାଲି ଅବା ସଭାରେ ଯୋଗଦେଇ ପାରିବେ ନାହିଁ। ସେହିପରି ରାଜ୍ୟ ସ୍ତରୀୟ ରାଜନୈତିକ ଦଳର ନିର୍ବାଚନ ପ୍ରଚାରରେ ୨୦ ଷ୍ଟାର ପ୍ରଚାରକ ଯୋଗଦେଉଥିବାବେଳେ ଏବେ ଏହି ସଂଖ୍ୟା ୧୫ରେ ସୀମିତ ରହିବ। କରୋନା ମହାମାରୀ ମାର୍ଗଦର୍ଶିକାକୁ ନିର୍ବାଚନ ପ୍ରଚାରରେ ପାଳନ କରାଯିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର-ଏଏପି ସରକାରଙ୍କ ବିବାଦ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧ : ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାର ଦାବି କରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ଆବେଦନ ଉପରେ...

ମହାମାରୀର ମୁକାବିଲା ପାଇଁ ଗାଙ୍ଗୁଲିଙ୍କ ବଡ଼ ଘୋଷଣା

ମୁମ୍ବାଇ, ୨୪।୫ : କୋଭିଡ୍‌-୧୯ ମହାମାରୀ ସହ ପୂରା ଦେଶ ସଂଘର୍ଷ କରୁଥିବାବେଳେ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର...

ଦିଲ୍ଲୀ ପ୍ରଦୂଷଣ ରୋକିବାକୁ ସରକାର ଯଜ୍ଞ କରନ୍ତୁ, ଇନ୍ଦ୍ର ଭଗବାନ ସବୁ ଠିକ୍‌ କରିଦେବେ: ଭାଜପା ମନ୍ତ୍ରୀ

ଲକ୍ଷ୍ନୌ,୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ହ୍ରାସ କରିବା ଲାଗି ଭାଜପାର ଜଣେ ମନ୍ତ୍ରୀ ଏକ ଅଜବ ଯୁକ୍ତି...

ଅଣାୟତ୍ତ ମୁହାଁ କରୋନା: ରାଜ୍ୟଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ-ଆଇସିଏମଆର…

ନୂଆଦିଲ୍ଲୀ,୨୫।୩ : ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ...

ଏହି ସର୍ତ୍ତରେ ଭାଜପାକୁ ସମର୍ଥନ କରିବେ ମାୟାବତୀ

ଲକ୍ଷ୍ନୌ,୬।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା ବେଳେ ବହୁଜନ ସମାଜ...

ପ୍ରଶାନ୍ତ କିଶୋରଙ୍କ ରଣନୀତିକୁ ନେଇ ସୋନିଆଙ୍କୁ ମତ ଦେଲେ କଂଗ୍ରେସ କମିଟି

ନୂଆଦିଲ୍ଲୀ,୨୩ ।୪: ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ଉପରେ ବିଚାର ବିମର୍ଶ କରି...

ଆନ୍ଧ୍ରପ୍ରଦେଶ ଜିଲା ସଂଖ୍ୟା ଦୁଇଗୁଣା, ୧୩ ରୁ୨୬ କୁ ବୃଦ୍ଧି…

ହାଇଦ୍ରାବାଦ୍‌, ୪।୪ : ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା ସୋମବାରଠାରୁ ଦୁଇଗୁଣା ହୋଇ ୧୩ ରୁ ୨୬କୁ ବୃଦ୍ଧି ପାଇବ। ରାଜ୍ୟରେ ନୂତନ ଜିଲା ଗଠନ ପ୍ରକ୍ରିୟା...

ନୂଆ ସଂସଦ ଭବନ ଉଦ୍‌ଘାଟନୀକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ନୀତୀଶ କହିଲେ, ଦେଶର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରିବା ଉଚିତ୍‌

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ମେ ୨୮ ରେ ନୂତନ ସଂସଦ ଭବନର ଉଦଘାଟନ କରିବେ। ଏ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

Advertisement
Archives

Model This Week