ପ୍ରଶ୍ନ ଘେରରେ ନିର୍ବାଚନ ଆୟୋଗ

କୋଲକାତା/ନୂଆଦିଲ୍ଲୀ,୧୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ‘ଗଣତନ୍ତ୍ରର ଉତ୍ସବ’ ରୂପେ ଉତ୍ସାହଜନକ ହୋଇନାହିଁ। ଶାସକ ତୃଣମୂଳ କଂଗ୍ରେସ ଏବଂ ବିରୋଧୀ ଭାଜପା ନେତାଙ୍କ ବୟାନବାଜି ସମଗ୍ର ପ୍ରଚାରକୁ ତିକ୍ତ ଓ ଅରୁଚିକର କରିଦେଇଛି। ମୁଖ୍ୟ ଦୁଇ ଦଳ ପରସ୍ପର ବିରୋଧରେ ହିଂସା ଭିଆଇବା ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣିବାରେ ଲାଗିଛନ୍ତି। ପଶ୍ଚିମବଙ୍ଗବାସୀଙ୍କ ଆସ୍ଥାକୁ ପୁନଃ ଅବସ୍ଥାପିତ କରିବା ପାଇଁ ନିର୍ବାଚନ କମିଶନ ଉଚିତ ପଦକ୍ଷେପ ନେଇପାରିଥାଆନ୍ତେ। ଭୋଟରଙ୍କ ରାଜନୈତିକ ମତାଧିକାରକୁ ସୁରକ୍ଷା ଦେଇପାରିଲେ ହିଁ ଇସିଙ୍କ ଉପରେ ଲୋକଙ୍କ ଭରସା ବଜାୟ ରହିବ ବୋଲି ମତ ପ୍ରକାଶ ପାଇଛି। ଏଥିସହ ଆୟୋଗଙ୍କ ନିରପେକ୍ଷତା ଓ ସ୍ବାୟତ୍ତତା ଉପରେ ପ୍ରଶ୍ନଚିହ୍ନ ଲାଗିଛି।
ପଶ୍ଚିମବଙ୍ଗର ୮ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମାରାଥନ ପ୍ରଚାର ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ଖେଲା’ରେ ହଠାତ୍‌ ୨୪ ଘଣ୍ଟିଆ ରୋକ୍‌ ଲଗାଇଦେଇଥିଲେ ଭାରତର ନିର୍ବାଚନ କମିଶନ (ଇସିଆଇ)। ଏହାର ପ୍ରତିବାଦରେ ମମତା କୋଲକାତାରେ ଧାରଣାରେ ବସି ବିକ୍ଷୋଭ କରିଥିଲେ। ନିର୍ବାଚନ ଆୟୋଗଙ୍କ ପ୍ରଚାର ବାସନ୍ଦ ନିଷ୍ପତ୍ତିକୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି ଦର୍ଶାଇଛନ୍ତି। ମମତା ମଙ୍ଗଳବାର ପୂର୍ବାହ୍ନ ୧୧ଟା ୪୦ରେ ହୁଇଲ୍‌ ଚେୟାରରେ ମାୟୋ ରୋଡ୍‌କୁ ଆସି ଗାନ୍ଧୀ ମୂର୍ତ୍ତି ନିକଟରେ ଏକୁଟିଆ ଧାରଣାରେ ବସିଥିଲେ। ପ୍ରତିବାଦ ଜଣାଇବାକୁ ଯାଇ ସେ ଏକ କଳା ସ୍କାର୍ପ ଘୋଡ଼ି ହୋଇଥିଲେ। ସେ ପେଣ୍ଟିଂ ମଧ୍ୟ କରିଥିଲେ। ଧାରଣାସ୍ଥଳରେ ଦଳର ଅନ୍ୟ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। ରାତି ୮ଟାରେ ଧାରଣାରୁ ଉଠିବା ପରେ ମମତା ବରସାତ ଓ ବିଧାନନଗରରେ ଟିଏମ୍‌ସିର ୨ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri