ସାଇକେଲରେ ବୁଲି ନିର୍ବାଚନୀ ପ୍ରଚାର: ୬ ରାଜ୍ୟରେ କଲେଣି ପ୍ରଚାର

ନୂଆପଡ଼ା,୪ା୧୧(ପୀତାମ୍ବର ସାହୁ):ଯେତେବେଳେ ବିଭିନ୍ନ ଦଳ ଡିଜେ ସାଉଣ୍ଡ ଲଗାଇ ଗାଡ଼ିରେ ପ୍ରଚାର କରୁଛନ୍ତି ସେତେବେଳେ ଏକ ସାଇକେଲରେ ଛୋଟ ସାଉଣ୍ଡ ସିଷ୍ଟମ ଲଗାଇ ପ୍ରଚାର କରୁଛନ୍ତି ଜଣେ ବ୍ୟକ୍ତି। ସେ ହେଲେ ସନ୍ତୋଷ କୁମାର ପାତ୍ର(୫୪)। ତାଙ୍କ ଘର ବରଗଡ ଜିଲା ସୋହେଲାରେ। ସେ ଏବେ ନୂଆପଡ଼ା ଆସି ଏହି ଉପନିର୍ବାଚନରେ ଭାଜପା ପାଇଁ ସାଇକେଲରେ ବୁଲି ପ୍ରଚାର କରୁଛନ୍ତି। ଭାଜପାର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବାକୁ ସେ ନିବେଦନ କରୁଛନ୍ତି। ସେ ଜଣେ ପୂର୍ବତନ ସରପଞ୍ଚ। ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ସୋହେଲାର ସରପଞ୍ଚ ଭାବେ କାର୍ଯ୍ୟ କରିଛନ୍ତି। ସେ ଅବିବାହିତ ଅଟନ୍ତି। ସେ ୧୯୯୯ରେ ଭାଜପାର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ସେହି ଦିନଠାରୁ ସେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ବୁଲି ଭାଜପା ସପକ୍ଷରେ ପ୍ରଚାର କରୁଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଉତ୍ତରପ୍ରଦେଶର ବନାରସରେ ପ୍ରଚାର କରିଥିବା ପ୍ରକାଶ କରିଛନ୍ତି। ଗୋରଖପୁରରେ ସେ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ମଧ୍ୟ ନିର୍ବାଚନୀ ପ୍ରଚାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ହରିଆନା, ଦିଲ୍ଲୀ, ଛତିଶଗଡ଼, ପଞ୍ଜାବ, ଉତ୍ତରପ୍ରଦେଶ, ଓଡ଼ିଶା ବିଧାନସଭା ନିର୍ବାଚନରେ ଭାଜପା ପାଇଁ ପ୍ରଚାର କରିସାରିଛନ୍ତି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଏଠାରେ ପ୍ରତ୍ୟେକ ନାଗରିକ ନିଜର ମତ ସାବ୍ୟସ୍ତ କରିବା ଉଚିତ ବୋଲି କହି ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ସେ କାହିଁକି ଭାଜପାରେ ଯୋଗଦେଇ ଏହାର ସମର୍ଥନରେ ପ୍ରଚାର କରୁଛନ୍ତି ବୋଲି ପଚାରିବାରୁ ନିର୍ବାଚନ ପାଇଁ ଯେ କୌଣସି ଦଳରେ ଯୋଗଦେବା ଆବଶ୍ୟକ ବୋଲି କହିଛନ୍ତି। ଏହା ସହିତ ଭାଜପାର ନୀତି ଆଦର୍ଶ ତାଙ୍କୁ ଆକୃଷ୍ଟ କରିଥିଲା ବୋଲି ଆମକୁ କହିଛନ୍ତି। ସେ ନିର୍ବାଚନ ସମୟରେ ପ୍ରଚାର କରୁଥିବା ବେଳେ ବାକି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହିତ ଏହାର ସୁବିଧା ହାସଲ କରିବା ପାଇଁ ବିଭିନ୍ନ ସ୍ଥାନକୁ ସାଇକେଲରେ ବୁଲି ପ୍ରଚାର କରିଥାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷରେ ନିବେଶକଙ୍କ ସବୁଠୁ ଲାଭଦାୟକ ସପ୍ତାହ

ମୁମ୍ବାଇ,୭ା୧୧: ବୈଶ୍ୱିକ ସ୍ତରରେ ପୁଞ୍ଜିବଜାରର ମାନ୍ଦାବସ୍ଥା ସତ୍ତ୍ୱେ ଭାରତୀୟ ଶେୟାର ବଜାରର ସାମ୍ପ୍ରତିକ ସ୍ଥିତି ଉତ୍ତମ ରହିଛି। ଚଳିତ ସପ୍ତାହରେ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଏବଂ ନ୍ୟାଶନାଲ…

ନ୍ୟୁଜିଲାଣ୍ଡରେ ଧମାକା କଲେ ଯଶସ୍ବୀ ଜୟସ୍ବାଲ: ଲଗାତାର ଦ୍ୱିତୀୟ ଶତକ ମାରି ଫର୍ମକୁ ଫେରିଲେ ଷ୍ଟାର ଓପନର୍‌

ନୂଆଦିଲ୍ଲୀ,୭।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଶତକ। ଲଗାତାର ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଶତକ…

ନଭେମ୍ବର ୬ରେ କାହିଁକି ଟେଷ୍ଟକୁ ଅଲବିଦା କହିଲେ ଶାମି? ରହିଛି ବଡ଼ କନେକ୍ସନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୭।୧୧: ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା ମହମ୍ମଦ ଶାମି ୬ ନଭେମ୍ବର ୨୦୨୬ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହା ସହ ତାଙ୍କର…

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଶାମି, ଏବେ ଆଇପିଏଲ ଖେଳିବେ ନା ନାହିଁ , କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୧୧: ୬ ନଭେମ୍ବର ୨୦୨୬ରେ ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରି ସେ ନିଜ…

ଏଥର ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ, ନେବେନି ଉପହାର: ଜାଣନ୍ତୁ କାହିଁକି ନେଲେ ଏମିତି ନିଷ୍ପତ୍ତି

ଭୁବନେଶ୍ୱର,୭।୧୧:ଭୁବନେଶ୍ୱର,୭।୧୧: ଚଳିତ ବର୍ଷ ଦୀପାବଳି ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ…

ଶୌଚ ପାଇଁ ନାଳକୁ ଯାଇଥିଲେ ଖଗେଶ୍ୱର, ହଠାତ୍‌ ଆକ୍ରମଣ କଲା ଦନ୍ତା ହାତୀ: ଆଉ ତା’ପରେ…

ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।…

କଳିଙ୍ଗା ଘାଟି ରାସ୍ତା ଖୋଲିଲା: ଯାନବାହନ ଚଳାଚଳ ସ୍ବାଭାବିକ

ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ…

ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଗଡ଼ିଲା ୪ ଚକିଆ ଗାଡ଼ି: ଭାରୀଯାନ ଉପରେ କଟକଣା ଜାରି

ଦାରିଙ୍ଗବାଡ଼ି, ୭।୧୧ (ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଯାତାୟାତ ପୁଣି ସୱାଭାବିକ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?