ନିର୍ବାଚିତ ଅପରାଧୀ

ଡୋନାଲ୍ଡ ଟ୍ରମ୍ପ୍‌ ଆପରାଧିକ ଅଭିଯୋଗର ସମ୍ମୁଖୀନ ହେଉଥିବାବେଳେ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ନିର୍ବାଚନ ଦୌଡ଼ରେ ସାମିଲ ହେବାର ସଂଶୟାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତ ହେବା, ଦୋଷୀ ସାବ୍ୟସ୍ତ ହେବା କିମ୍ବା ଜେଲରେ ରହିବାରେ ସେ ଆମେରିକା ଇତିହାସରେ ପ୍ରଥମ ରାଜନୈତିକ ପ୍ରାର୍ଥୀ ନୁହନ୍ତି। ଟମ୍ପ୍‌ଙ୍କ ସେକ୍ରେଟାରି ଅଫ୍‌ ଏନର୍ଜି ତଥା ଟେକ୍ସାସ୍‌ର ପୂର୍ବତନ ଗଭର୍ନର ରିକ୍‌ ପେରି ମଧ୍ୟ ଏଭଳି ସ୍ଥିତିକୁ ସାମ୍ନା କରିଛନ୍ତି। ତାଙ୍କ ବିରୋଧରେ କ୍ଷମତାର ଦୁରୁପଯୋଗ ଅଭିଯୋଗ ବିଚାରାଧୀନ ଥିଲାବେଳେ ସେ ୨୦୧୬ରେ ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଲାଗି ନାମାଙ୍କନ କରିବାକୁ ଚାହଁିଥିଲେ। ଏହାବ୍ୟତୀତ ଏଗୁନି ଡେବ୍ସ ୧୯୨୦ରେ ଆଟ୍‌ଲାଣ୍ଟା ଫେଡେରାଲ ପେନିଟଣ୍ଟେସିଆରି ଜେଲରୁ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହୋଇଥିଲେ। ସେ ପ୍ରଥମ ବିଶ୍ୱଯୁଦ୍ଧରେ ଆମେରିକାର ଅଂଶଗ୍ରହଣକୁ ବିରୋଧ କରି ଭାଷଣ ଦେଇ ଦଣ୍ଡିତ ହୋଇ ୧୦ ବର୍ଷ ଜେଲରେ ରହିଥିଲେ। ସେ ନିର୍ବାଚନରେ ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଥିଲେ। ଡେବ୍ସ ରାଷ୍ଟ୍ରପତି ନିର୍ବାଚନରେ ହାରି ଯାଇଥିଲେ ବି ପାଖାପାଖି ୧୦ ଲକ୍ଷ ଭୋଟ ପାଇଥିଲେ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସୋସିଆଲିଷ୍ଟ ଭାବେ ଏତେ ସଂଖ୍ୟକ ଭୋଟ ଆଗରୁ କେହି ପାଇ ନ ଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା କେତେଜଣ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ଜିତିଥିଲେ। ୧୯୯୪ରେ ମାରିଅନ୍‌ ଏସ୍‌. ବ୍ୟାରି, ଜୁନିୟର ଓ୍ବାଶିଂଟନ୍‌ ଡିସିର ୪ଥର ମେୟର ହୋଇଥିଲେ। ଏହା ପୂର୍ବରୁ ସେ ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ୬ ମାସ ଜେଲରେ ରହିଥିଲେ।
ଗଣତାନ୍ତ୍ରିକ ଦେଶଗୁଡ଼ିକରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା କିମ୍ବା ଜେଲରେ ଥିବା ପ୍ରାର୍ଥୀଙ୍କ ପାଇଁ ପ୍ରମୁଖ ସରକାରୀ ପଦବୀ ପାଇବା ଅସାଧାରଣ ହେଲେ ବି ବେଳେବେଳେ ଗଣତାନ୍ତ୍ରିକ ପ୍ରକ୍ରିୟା ଏହାକୁ ସହଯୋଗ କରିଥାଏ। ବର୍ଣ୍ଣଭେଦ ଶାସନ ଦ୍ୱାରା ୨୭ ବର୍ଷ ଜେଲଦଣ୍ଡ ଭୋଗିଥିବା ନେଲ୍‌ସନ ମଣ୍ଡେଲା ୧୯୯୪ରେ ଦକ୍ଷିଣ ଆଫ୍ରିକାର ମୁକ୍ତ ନିର୍ବାଚନରେ ଜିତିଥିଲେ। ଦୁର୍ନୀତି ଅଭିଯୋଗରେ ୧୨ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡି’ ସିଲ୍‌ଭା ୨୦୨୨ରେ ନିର୍ବାଚନ ଜିତିଥିଲେ। ସେ ଦୋଷମୁକ୍ତ ହେବା ପୂର୍ବରୁ ୨ ବର୍ଷରୁ କମ୍‌ ସମୟ ଜେଲରେ ଥିଲେ। ଅନ୍ୟମାନେ ଜେଲରେ ରହି ବି ରାଜନୈତିକ ଦୃଷ୍ଟିରୁ ଉପକୃତ ହୋଇଛନ୍ତି। ଆଡ୍‌ଲଫ ହିଟ୍‌ଲର ଏହାର ଏକ ଦୃଷ୍ଟାନ୍ତ। ୧୯୨୩ରେ ମ୍ୟୁନିକ୍‌ରେ ବଳପୂର୍ବକ ଶାସନ ଦଖଲ କରିବାରେ ବିଫଳ ହେବା ପୂର୍ବରୁ, ହିଟ୍‌ଲରଙ୍କର ଆପରାଧିକ ରେକର୍ଡ ଥିଲା ଓ ସେ ବିୟରହଲ ଆନ୍ଦୋଳନକାରୀ ଥିଲେ ଏବଂ ତାଙ୍କୁ କେହି ଜାଣି ନ ଥିଲେ। ବିୟର ହଲ ଆନ୍ଦୋଳନ ପାଇଁ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ସହାନୁଭୂତିଶୀଳ ବିଚାରପତିମାନେ ରାଜନୈତିକ ଯୁକ୍ତି ଉପସ୍ଥାପନ କରିବାକୁ ତାଙ୍କୁ ଅନୁମତି ଦେବା ପରେ ସେ ଜାତୀୟ ଖବର ପାଲଟି ଯାଇଥିଲେ। ହିଟ୍‌ଲର ଲ୍ୟାଣ୍ଡ୍‌ସବର୍ଗ ଜେଲରେ ୯ ମାସ ରହିଥିଲେ ଓ ସେହି ସମୟରେ ସେ ଇହୁଦୀ ବିରୋଧୀ ଇସ୍ତାହାର ମେଇନ କାମ୍ଫ (ମୋ ସଂଘର୍ଷ) ଲେଖିଥିଲେ। ଜେଲରୁ ମୁକ୍ତ ହେବା ବେଳକୁ ସେ ପ୍ରସିଦ୍ଧ ହୋଇଯାଇଥିଲେ ଓ ଏକ ଦଶନ୍ଧି ମଧ୍ୟରେ ହିଟ୍‌ଲର ଜର୍ମାନୀର ନେତା ହୋଇଗଲେ।
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ବର୍ଗତ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ଜେଜେବାପା କିଶି ନୋବୁସୁକେ ବି ଅନ୍ୟ ଏକ ଉଦାହରଣ । କିଶି ତାଙ୍କ ଦେଶର ପ୍ରତିଷ୍ଠିତ ବ୍ୟୁରୋକ୍ରାଟିକ ବ୍ୟକ୍ତିତ୍ୱ ଥିଲେ। ଟୋକିଓ ଇମ୍ପେରିଆଲ ୟୁନିଭର୍‌ସିଟି (ବର୍ତ୍ତମାନ ଟୋକିଓ ୟୁନିଭରସିଟି)ରୁ ସ୍ନାତକୋତ୍ତର କରିବା ପରେ କିଶି ଶୀଘ୍ର ସରକାରୀ ଅମଲାତନ୍ତ୍ରରେ ଉପରକୁ ଉଠିଥିଲେ। ଉଲ୍ଲେଖନୀୟ ଯେ, ତାଙ୍କୁ ଯେତେବେଳେ ତିରିଶ ବର୍ଷ, ସେତେବେଳେ ଜାପାନର ପପେଟ ଷ୍ଟେଟ୍‌ ମାନଚୁକୋ ଅର୍ଥନୀତିର ତଦାରଖ ଦାୟିତ୍ୱ ନେଇଥିଲେ। ଯେଉଁଠାରେ ସେ ଚାଇନାର କ୍ରୀତ ଶ୍ରମିକଙ୍କୁ ନେଇ ନିର୍ମିତ ଶିଳ୍ପ ସାମ୍ରାଜ୍ୟକୁ ନିୟନ୍ତ୍ରଣ କରିଥିଲେ। ପ୍ରଶାନ୍ତ ଯୁଦ୍ଧ ସମୟରେ କିଶି ପ୍ରତିରକ୍ଷା ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। କିଶି ୧୯୪୫ରେ ଯୁଦ୍ଧ ଅପରାଧ ପାଇଁ ଗିରଫ ହୋଇ ସାଢ଼େ ୩ ବର୍ଷ ଜେଲରେ ରହିଥିଲେ ମଧ୍ୟ ସେ କେବେ ବି ଓପଚାରିକ ଭାବେ ଦୋଷୀ ହୋଇ ନ ଥିଲେ। ଜେଲରେ ଥିବା ସମୟରେ କିଶି ତାଙ୍କ ସାଥୀ କଏଦୀମାନଙ୍କ ସହ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଓ ଜଣେ ଜଣାଶୁଣା ଫାସୀବାଦୀ ଜାପାନୀଙ୍କ ସହ ରାଜନୀତିକୁ ଆସିଥିଲେ। ଜାପାନୀ ଯୁଦ୍ଧ ଅପରାଧୀମାନଙ୍କର ବିଚାର କରିବା ପରିବର୍ତ୍ତେ ଚାଇନା ଓ ସୋଭିଏଟ୍‌ର ବାମବାଦକୁ ବିରୋଧ କରିବାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେରିକୀୟମାନେ ସ୍ଥିର କରିବା ପରେ ଜାପାନୀ ଯୁଦ୍ଧ ଅପରାଧୀମାନେ କିଶିଙ୍କ ଭଳି ବ୍ୟକ୍ତି ସେମାନଙ୍କର ଆବଶ୍ୟକ ବୋଲି ନିଷ୍ପତ୍ତି ନେଇଥିଲେ। ମୁକ୍ତ ହେବା ପରେ ପରେ ସର୍ବୋଚ୍ଚ ପଦବୀ ରେସ୍‌ରେ କିଶି ଆମେରିକାର କମ୍ୟୁନିଷ୍ଟ ବିରୋଧୀ ଭାବନାକୁ ଜାପାନୀଙ୍କ ମଧ୍ୟରେ ଦୃଢ଼ କରିଦେଇଥିଲେ। ସେ ୧୯୫୭ ରୁ ୧୯୬୦ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
ଟ୍ରମ୍ପ୍‌ ଜଣେ ଏକଚ୍ଛତ୍ରବାଦୀ କିମ୍ବା ଯୁଦ୍ଧ ଅପରାଧୀ ନୁହନ୍ତି। ସେ ଜଣେ ଖଳ ଆମତ୍ପ୍ରଚାରକ ଭାବେ ରାଜନୈତିକ ଏବଂ ଆର୍ଥିକ ଲାଭ ପାଇଁ ନିଜର ଆଇନଗତ ଅସୁବିଧାକୁ ଉପଯୋଗ କରିବାକୁ ଚେଷ୍ଟା କରିଛନ୍ତି। ଜଣେ ଆତ୍ମଘୋଷିତ ବାହ୍ୟ ବ୍ୟକ୍ତି ଭାବରେ ସେ ନିଜର ଅଭିଯୋଗଗୁଡ଼ିକୁ ରାଜନୈତିକ ସମ୍ପତ୍ତିରେ ପରିଣତ କରିଛନ୍ତି। ଏବେ ସୁଦ୍ଧା, ଅନ୍ତତଃପକ୍ଷେ, ତାଙ୍କର ରଣନୀତି କାମ କରୁଥିବା ଜଣାପଡ଼ିଛି। ପ୍ରତ୍ୟେକ ନୂତନ ଅଭିଯୋଗ ରିପବ୍ଲିକାନ ଭୋଟରଙ୍କ ମଧ୍ୟରେ ଟ୍ରମ୍ପ୍‌ଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି ଏବଂ ଏହା ତାଙ୍କୁ ରାଷ୍ଟ୍ରପତି ପ୍ରଚାରରେ ସାହାଯ୍ୟ କରିଛି। ତାଙ୍କର ମୋଟରଯାନ ଶୋଭାଯାତ୍ରା, ସାଧାରଣରେ ବିଚାରପତି ଓ ଓକିଲମାନଙ୍କ ବିରୋଧରେ ଦେଉଥିବା ଉତ୍ତେଜନାପୂର୍ଣ୍ଣ ଭାଷଣ ଏବଂ ପରିହାସ କରିବା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିପାରିଛି। ବିଶେଷକରି ଜର୍ଜିଆର ଫୁଲଟନ କାଉଣ୍ଟିରେ, ଯେଉଁଠାରେ ନିର୍ବାଚନରେ ବାଧା ସୃଷ୍ଟି ପାଇଁ ତାଙ୍କ ବିଚାରର ସିଧା ପ୍ରସାରଣ ହେବ, ସେତେବେଳେ ଟ୍ରମ୍ପ୍‌ ନିଃସନ୍ଦେହରେ କୋର୍ଟରୁ ପ୍ରଚାର କରିବାର ସୁଯୋଗ ପାଇବେ। ଟ୍ରମ୍ପ୍‌ ଜିତିବେ ବୋଲି ଏସବୁ ସୂଚିତ କରୁନାହିଁ। ଉଦାହରଣ ସ୍ବରୂପ, ୧୯୩୨ରେ ହିଟ୍‌ଲର ଫିଲ୍ଡ ମାର୍ଶାଲ ପଲ ଭନ ହିଣ୍ଡେନବର୍ଗଙ୍କଠାରୁ ନିର୍ବାଚନରେ ହାରିଥିଲେ। ଉଦାରବାଦୀ ଓ ବାମପନ୍ଥୀମାନେ ତାଙ୍କୁ ଭୋଟ ଦେଇଥିଲେ, ଯେମିତି ଜୋ ବାଇଡେନ ପାଇଛନ୍ତି। କିନ୍ତୁ ରିଚଷ୍ଟାଗରେ ନାଜି ସବୁଠୁ ବଡ଼ ପାର୍ଟିରେ ପରିଣତ ହୋଇଥିଲା ଏବଂ ରକ୍ଷଣଶୀଳ ରାଜନେତା, ଶିଳ୍ପପତି ଏବଂ ବ୍ୟବସାୟୀମାନେ ୧୯୩୩ରେ ହିଟ୍‌ଲରଙ୍କୁ ନୂତନ ଚାନ୍‌ସେଲର ଭାବେ ସମର୍ଥନ କରି ସାଂଘାତିକ ଭୁଲ୍‌ କରିଥିଲେ। ଜର୍ମାନୀ ଗଣତନ୍ତ୍ରକୁ ଶୀର୍ଘ ପତନ କରିଦେବା ଲକ୍ଷ୍ୟରୁ ହିଟ୍‌ଲରଙ୍କୁ ବିରତ କରିପାରିବେ ବୋଲି ସେମାନଙ୍କର ଯେଉଁ ଧାରଣା ଥିଲା, ତାହା ସମ୍ପୂଣ୍ଣ ଭୁଲ୍‌ ପ୍ରମାଣିତ ହେଲା।
ନିଶ୍ଚିତ ହେବାକୁ ପଡ଼ିବ ଯେ, ଆଜିର ଆମେରିକା ୱେମାର ରିପବ୍ଲିକ ବା ନାଜି ଜର୍ମାନୀ ନୁହେଁ କି ବାଇଡେନ୍‌ ହିଣ୍ଡେନବର୍ଗ ନୁହନ୍ତି। ବିଶେଷକରି ଟ୍ରମ୍ପ୍‌ଙ୍କର ଅନେକ ସଶସ୍ତ୍ର ସମର୍ଥକ ଥିବାରୁ ତାଙ୍କର ହିଂସାମତ୍କ ବକ୍ତବ୍ୟ ଏବଂ ବିରୋଧୀମାନଙ୍କୁ ଧମକ ଅତ୍ୟନ୍ତ ଚିନ୍ତାଜନକ। କିନ୍ତୁ ୱାଲ ଷ୍ଟ୍ରିଟ୍‌ ଭଳି ସଶସ୍ତ୍ର ବାହିନୀର ସମର୍ଥନ ବିନା ସେ କିପରି କ୍ଷମତାକୁ ଆସିବେ ତାହା ଦେଖିବା କଷ୍ଟକର। ସହରାଞ୍ଚଳ ଆମେରିକାର ଗ୍ରାମାଞ୍ଚଳକୁ ଅଧିକ ପସନ୍ଦ କରୁଥିବା ନିର୍ବାଚନ ବ୍ୟବସ୍ଥାରେ ଏହା ସମ୍ଭବ ଯେ, ସେ ରାଷ୍ଟ୍ରପତି ପାଇଁ ଅଧିକ ଭୋଟ ପାଇବେ। ଏପରିକି ଜେଲ କୋଠରିରୁ ନିଜର ପ୍ରଚାର ଚଳାଇଲେ ମଧ୍ୟ ଏହା ହୋଇପାରିବ। ଟ୍ରମ୍ପ୍‌ଙ୍କ ବିଜୟ ହିଟ୍‌ଲରଙ୍କ ୧୯୩୩ର ଶାସନ ଦଖଲ ଭଳି ହେବ ନାହିଁ। କିନ୍ତୁ ଏହା ଯଥେଷ୍ଟ ଖରାପ ହେବ ଏବଂ ୧୯୫୦ ଦଶକର ଶେଷ ଭାଗରେ କିଶିଙ୍କ ଅଧୀନରେ ଥିବା ଜାପାନ ଅପେକ୍ଷା ଏହା ଅଧିକ ଖରାପ ହେବ। ଜର୍ମାନୀର ଋଢ଼ିବାଦୀମାନେ ହିଟ୍‌ଲରଙ୍କୁ ବଶ କରିପାରେବେ ବୋଲି ଯେଉଁ ପଥଭ୍ରଷ୍ଟ ଧାରଣା ଥିଲା, ଏବେ ବିଜୟରୁ ଟ୍ରମ୍ପ୍‌ଙ୍କୁ ଅଟକାଇବା ପାଇଁ ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକର ଅବଗଣନା ଠିକ୍‌ ସେହିଭଳି। ବହୁ ସମୟରେ ଅପରାଧର ମୂଲ୍ୟ ଦେବାକୁ ପଡ଼େ ବୋଲି ଇତିହାସ ଦର୍ଶାଇଆସିଛି।

  • ଇଆନ ବୁରୁମା
    ନିକଟରେ ପ୍ରକାଶିତ ଦି କୋଲାବୋରେଟରସ୍‌ର ଲେଖକ

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri