ଅଭିଯୋଗକାରୀ ପ୍ଲାନିଂ ଅଫିସର ଅଭିଯୁକ୍ତ

ସମ୍ବଲପୁର,୮ା୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍‌ଡିଏ) ଅଫିସରେ ଚାଲିଥିବା ଜାଲିଆତି ନେଇ ପ୍ଲାନିଂ ଅଫିସର ବନ୍ଦିତା ମହାପାତ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ଗତମାସ ୨୨ତାରିଖରେ ୨ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଖୋଦ୍‌ ଅଭିଯୋଗକାରୀ ଏବେ ଅଭିଯୁକ୍ତ ହୋଇଯାଇଛନ୍ତି। ଅଇଁଠାପାଲି ଥାନାରେ ପୋଲିସ ଏକ ମାମଲା (ନଂ.୩୬୯/୨୩) ରୁଜୁ କରି ଅଭିଯୁକ୍ତ ବନ୍ଦିତାଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ଅସ୍ଥାୟୀ କର୍ମଚାରୀ ମାନସ ଚଇନିଙ୍କୁ ମଧ୍ୟ ଗିରଫ କରାଯାଇଥିବା ଅତିରିକ୍ତ ଏସ୍‌ପି ଅଲବୁନସ କେରକେଟା କହିଛନ୍ତି।
କେରକେଟା ଆହୁରି କହିଥିଲେ, ଅଇଁଠାପାଲି ଥାନା ଅଞ୍ଚଳର ଦେବରାଜ ସାହୁ ଅଭିଯୋଗ କରିଥିଲେ ଯେ, ତାଙ୍କ ଘର ନିର୍ମାଣ ଅନୁମତିପତ୍ର ପାଇଁ ଆବେଦନ କରିଥିଲେ। ପ୍ଲାନିଂ ଅଫିସର ବନ୍ଦିତାଙ୍କୁ ଭେଟିବା ପରେ ସେ ଟଙ୍କା ଦେବାକୁ କହିଥିଲେ। ତଦନୁଯାୟୀ ଏପ୍ରିଲରେ ୨ ଲକ୍ଷ ୬୦ ହଜାର ଟଙ୍କା ଅଭିଯୁକ୍ତ ମାନସ ଓ ଏସ୍‌ଡିଏର ସହକାରୀ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କୁ ଦେଇଥିଲେ। ଏହି ଅଧାରରେ ପୋଲିସ ଗିରଫ କରିଛି ବୋଲି କହିଥିଲେ।
ଅନ୍ୟପକ୍ଷେ ପୋଲିସ ବନ୍ଦିତାଙ୍କୁ ଗିରଫ କରି ମାମଲାକୁ ଚାପିଦେବାକୁ ଉଦ୍ୟମ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ବନ୍ଦିତାଙ୍କୁ ଅଭିଯୁକ୍ତ କରି ଏସ୍‌ଡିଏର କେତେଜଣ ପୂର୍ବତନ ଅଧିକାରୀ ଓ କର୍ମଚାରୀ ବର୍ତ୍ତିଯିବା ପାଇଁ ଉଦ୍ୟମ କରୁଥିବାରୁ ଏହାର ତଦନ୍ତ ଦାବି ହେଉଛି। ସୂଚନାଯୋଗ୍ୟ ଗତ ୨୨ତାରିଖରେ ଜାଲିଆତି କରି ଘର ନିର୍ମାଣ ଅନୁମତି ଦେବା ନେଇ ପ୍ଲାନିଂ ଅଫିସର ବନ୍ଦିତାଙ୍କ ଅଭିଯୋଗକ୍ରମେ ପୋଲିସ ମୁଖ୍ୟ ଅଭିଯୁକ୍ତ ଏସ୍‌ଡିଏର ସହକାରୀ କିରାଣି ସାମଲ, ଝାଡୁଆପଡ଼ାର ସୁଧାଂଶୁ କିଶୋର ପତି, ଅଇଁଠାପାଲି ଥାନା କାଇଁସିର ଅଜୟ କୁମାର ବେହେରା, ଚାରମାଳ ଥାନା ବଡମାଲ ଗ୍ରାମର ବିକାଶ ଜଗତ, ଧନୁପାଲି ଥାନା କୁଲୁତକାନୀର ଏସ୍‌ଡିଏର ମନ୍ଦିର ପୂଜକ ଦାମୋଦର ତ୍ରିପାଠୀଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ଆକାଉଣ୍ଟରୁ ୩କୋଟି ୩୧ ଲକ୍ଷ ୯୬ ହଜାର ୨୨୭ ଟଙ୍କା ସହ ୨ଟି କାର୍‌, ଗୋଟିଏ ମୋଟରସାଇକେଲ, କମ୍ପ୍ୟୁଟର, ଦସ୍ତାବିଜ ଜବତ କରିଥିଲା। ଅଭିଯୁକ୍ତ ସାମଲ ଗିରଫ ହେବାର ୩ମାସ ପୂର୍ବରୁ ଏସ୍‌ଡିଏ ଛାଡି ଆର୍‌ଡିସି ଅଫିସରେ ଅସ୍ଥାୟୀ ଭାବେ ଚାକିରି କରୁଥିଲେ। ସାମଲ କିପରି ଆର୍‌ଡିସି ଅଫିସରେ ଚାକିରି ପାଇଲେ, ଯାହା ତଦନ୍ତସାପେକ୍ଷ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri