ଆର୍ଥିକ ଅଭାବରୁ ପୁଅର ଶୁଦ୍ଧିକ୍ରିୟା କରିବାକୁ ଅସମର୍ଥ ବୃଦ୍ଧା ମହିଳା, ସହଯୋଗର ହାତ ବଢାଇଲେ ପୌରାଧ୍ୟକ୍ଷା

ବଲାଙ୍ଗୀର, ୧୭।୧୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲଟି ୧୮ନମ୍ବର ୱାର୍ଡ ତୁଳସୀନଗର ନିବାସୀ ଜଣେ ଗରିବ ବିଧବା ବୟସ୍କା ମହିଳା ସୁମତି ବିଶିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ ଓ ତୁଲସୀନଗର ପଡାବାସୀ । କିଛିଦିନ ତଳେ ଉକ୍ତ ମହିଳାଙ୍କ ପୁଅ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁରେ ମହିଳା ଜଣକ ଭାଙ୍ଗି ପଡିଥିଲେ। ଏଭଳି ଆର୍ଥିକ ଅଭାବରୁ ପୁଅର ଶୁଦ୍ଧିକ୍ରିୟା କରିବାକୁ ଅସମର୍ଥ ହୋଇପଡ଼ିଥିଲେ । ଏଭଳି ପରିସ୍ଥିତିରେ ଶୁଦ୍ଧିକ୍ରିୟା ଓ କାର୍ଯ୍ୟ ତୁଲାଇବା ପାଇଁ ତୁଲସୀନଗରର କିଛି ସହୃଦୟ ଲୋକ ସହଯୋଗର ହାତ ବଢ଼ାଇଥିଲେ । ଏହା ଜାଣିବା ପରେ ବଲାଙ୍ଗୀର ପୌରଧ୍ୟକ୍ଷା ଲିକା ସାହୁ ଓ ସ୍ଥାନୀୟ କାଉନସିଲର ଗଙ୍ଗାଧର ଚାନ୍ଦ ତାଙ୍କ ଘରକୁ ଯାଇ ସହଯୋଗର ହାତ ବଢ଼ାଇଛନ୍ତି। କୌଣସି ଗରିବ ପରିବାରର କାହାର ମୃତ୍ୟୁ ହେଲେ ବଲାଙ୍ଗୀର ମ୍ୟୁନିସିପାଲଟି ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଯୋଗାଇ ଦିଆଯାଉଥିଲା। ସରକାର ଏହି ସ୍କିମକୁ ବନ୍ଦ କରିଦେବା ପରେ ଗରିବ ପରିବାର ଆର୍ଥିକ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହା ଫଳରେ ଗରିବ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଗରିବ ପରିବାରଙ୍କୁ ଅର୍ନ୍ତଦୋୟ କାର୍ଡ ମାଧ୍ୟମରେ ସରକାର ମାଗଣା ୩୫କେଜି ଚାଉଳ ଯୋଗାଇ ଦିଆଯାଉଥିବା ସ୍କିମକୁ ମଧ୍ୟ ସରକାର ବନ୍ଦ କରିଦେଇଛନ୍ତି l ଯାହା ଫଳରେ ଗରିବ ଲୋକଟିଏ ମାଗଣା ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି । ମ୍ୟୁନିସିପାଲଟି ପୌରଧ୍ୟକ୍ଷା ମ୍ୟୁନିସିପାଲଟି ଓନ ଫଣ୍ଡରୁ ସୋମବାର ୪ ହଜାର ଟଙ୍କା ଚେକ ଆକାରରେ ସୁମତି ବିଶିଙ୍କ ଘରକୁ ଆସି ପ୍ରଦାନ କରିଛନ୍ତି । ତ’ା ସହିତ ଚାଉଳ ଅନ୍ୟାନ୍ୟ ଜିନିଷ ପ୍ରଦାନ କରିଛନ୍ତି । ତାଙ୍କ ପାଇଁ ଆଉ କଣ ବ୍ୟବସ୍ଥା କରାଯାଇପାରିବ ମ୍ୟୁନିସିପାଲଟି ପକ୍ଷରୁ କରାଯିବ ବୋଲି ପୌରଧ୍ୟକ୍ଷା ସାହୁ କହିଛନ୍ତି । ଅନ୍ୟ ପଟେ ସୁମତି ବିଶି ପୌରଧ୍ୟକ୍ଷା ସାହୁଙ୍କୁ ସରକାର ଯୋଗାଉଥିବା ୩୦ ରୁ ୩୫ କେଜି ମାଗଣା ଚାଉଳ କାର୍ଡ ଖଣ୍ଡେ ତାଙ୍କ ପାଇଁ କରିଦେବାକୁ ଗୁହାରୀ କରିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri