ଜରା ଯନ୍ତ୍ରଣା

ସତୁରି ବର୍ଷ ପରେ ମଣିଷ ଜରାଗ୍ରସ୍ତ ହୁଏ। ଏହି ବୟସରେ ଅନେକ ବ୍ୟାଧି ଦେଖାଯାଏ। ଶାରୀରିକ, ମାନସିକ ଓ ସାମାଜିକ ସମସ୍ୟା ବଞ୍ଚତ୍ବାର ଆଶାକୁ ଧୂଳିସାତ କରିଦିଏ। ଯୌଥପରିବାର ଦେଖିବାକୁ ମିଳୁନାହିଁ। ମହିଳାମାନେ ସ୍ବାବଲମ୍ବୀ ହୋଇ ଚାକିରି କରୁଛନ୍ତି। ବୃଦ୍ଧମାନେ ଘରେ ଏକାକୀ ରହୁଛନ୍ତି। ଦେଖାଶୁଣା ପାଇଁ କେହି ନାହାନ୍ତି। ନୀରବତା, ଯନ୍ତ୍ରଣା ଓ ଅର୍ଥାଭାବ ଜୀବନକୁ ଦୁର୍ବିଷହ କରିଦେଉଛି। ମନରେ ଅକୁହା କଥା କହି ହେଉନାହିଁ। ସବୁ କଷ୍ଟ ନୀରବରେ ସହିବାକୁ ପଡେ। ଜୀବନର ଅପରାହ୍ନ ସରେ ନାହିଁ।
ବାର୍ଦ୍ଧକ୍ୟ ଅବଶ୍ୟମ୍ଭାବୀ। ଚିକିତ୍ସା ବିଜ୍ଞାନର ଉନ୍ନତି ବଞ୍ଚତ୍ବାର ବୟସକୁ ବଢ଼େଇ ଦେଇଛି। କିନ୍ତୁ ସେବାରୁ ବଞ୍ଚତ୍ତ କରିଛି। ଚାଲିବାର ଶକ୍ତି ନାହିଁ। ଆଖିକୁ ଦିଶୁନାହିଁ। କାହାକୁ ଚିହ୍ନି ହେଉନାହିଁ। ହାତଗୋଡ ଥରୁଛି। ନିଜେ ଖାଇବାକୁ ଅକ୍ଷମ। କାନକୁ ଶୁଣାଯାଉନାହିଁ। ମାନସିକ ବିକୃତି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଉଲ୍ଲେଖ କରିଛନ୍ତି-”ଅଙ୍ଗଂ ଗଳିତଂ ପଳିତଂ ମୁଣ୍ଡଂ, ଦନ୍ତବିହୀନଂ ଜାତଂ ତୁଣ୍ଠଂ, କରଧୃତି କମ୍ପିତ ଶୋଭିତ ଦଣ୍ଡଂ, ତଦପି ନ ମୁଞ୍ଚତ୍ୟାଶା ଭାଣ୍ଡଂ।“ ଏହି ସବୁ ଲକ୍ଷଣଗୁଡିକ ଅବକ୍ଷୟଜନିତ। ଶରୀରର ଅନେକ ଅଙ୍ଗ ଅକାମୀ। ଆଧୁନିକ ବିଜ୍ଞାନ ଅଙ୍ଗ ବଦଳେଇ ଦେଇପାରୁଛି। କିନ୍ତୁ ତାହା ୫-୧ବର୍ଷ ପର୍ଯ୍ୟନ୍ତ କାମ କରିବ। କେବଳ ଅର୍ଥ ହାନି। ସାମୟିକ ଯନ୍ତ୍ରଣା କମିବ। ପରିବାର ସଦସ୍ୟଙ୍କ ଅବହେଳା ସହିହୁଏ ନାହିଁ କିମ୍ବା କହି ହୁଏ ନାହିଁ। ଭାଗବତ ବାଣୀ-”ଧର୍ମ ଅର୍ପଣ ସେବା ବଳେ, କିବା ଅସାଧ୍ୟ ମହୀତଳେ।“ ଏହା ପୋଥି ବାଇଗଣ ହୋଇ ରହିଛି। ଏହାର ତାତ୍ପର୍ଯ୍ୟ କିଛି ନାହିଁ। ଏପରି ପରିସ୍ଥିତିରେ ବୃଦ୍ଧାଶ୍ରମ କେବଳ ସମ୍ବଳ। ଏହା ଶେଷ ଜୀବନର ରାହା। ଏଠାରେ ଘରର ସବୁ ଆଶା କରିବା ବୃଥା। ଅନେକ ପ୍ରତିକୂଳ ସମସ୍ୟା ମଧ୍ୟ ରହିଥାଏ।
ବ୍ୟକ୍ତିଙ୍କ ପାଇଁ ସୁଷମ ଖାଦ୍ୟ, ସୁନିଦ୍ରା ଆବଶ୍ୟକ। ବ୍ୟାୟାମ, ପଡି ନ ଯିବା ବ୍ୟବସ୍ଥା, ଔଷଧ ସେବନ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରିବା ଉଚିତ। ବାର୍ଦ୍ଧକ୍ୟରେ ଅନେକ ନିମୋନିଆରେ ଆକ୍ରାନ୍ତ ହୋଇଥାଆନ୍ତି। ତେଣୁ ଏହି ସମୟରେ ସେମାନଙ୍କୁ ନିମୋନିଆ ଟିକା ଦେବାର ବ୍ୟବସ୍ଥା କରାଇବା ଦରକାର। ଧୂମପାନ ଓ ମଦ୍ୟପାନଠାରୁ ବିରତ ରହିବା ଆବଶ୍ୟକ। ସୁଷମ ଖାଦ୍ୟ ସ୍ବାଦିଷ୍ଟ ହେବା ସହିତ ତନ୍ତୁଯୁକ୍ତ ରହିବା ଆବଶ୍ୟକ। ନଚେତ କୋଷ୍ଠକାଠିନ୍ୟ ହେବ। ସତେଜ ଫଳ, ସବୁଜ ପନିପରିବା, ସଦ୍ୟ ସାଲାଡ ନିୟମିତ ଖାଇବା ଆବଶ୍ୟକ। ଖାଦ୍ୟ ପୁଷ୍ଟିକର ନ ହେଲେ ରୋଗ ସଂକ୍ରମଣ ହେବ। ରୋଗପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ହେବ। ଏହି ବୟସରେ ଲୌହ, ଫଲିକ ଏସିଡ, ଭିଟାମିନ୍‌-ସି, କାଲସିୟମ, ଜିଙ୍କ୍‌, ଭିଟାମିନ୍‌-ବି, ଭିଟାମିନ୍‌-ଏ ଓ ଭିଟାମିନ୍‌-ଡି’ର ଅଭାବ ଘଟେ। ଔଷଧ ସହିତ ତନ୍ତୁ ଥିବା ପରିବା ନିୟମିତ ଖାଇବା ଉଚିତ। ଦିନକୁ ଆଠ ଗ୍ଲାସ ପାଣି ପିଇବା, ସବୁଜ ପରିବା ଓ ତଟକା ଫଳ ଖାଇବା, ମିଠା ଓ ବସ୍କୁଟ ନ ଖାଇବା, ତେଲଛଣା ଖାଦ୍ୟ ଓ ଡବାରେ ସଂରକ୍ଷିତ ଖାଦ୍ୟଠାରୁ ନିଜକୁ ଦୂରେଇ ରଖିଲେ ସ୍ବାସ୍ଥ୍ୟ ଭଲ ରହିବ। ନିଦ ଔଷଧ ନ ଖାଇବା ଉଚିତ। ଦିନରେ ନ ଶୋଇଲେ ରାତିରେ ଭଲ ନିଦ ହେବ। ଯୋଗ, ପ୍ରାଣାୟାମ ନିୟମିତ କରିବା ଆବଶ୍ୟକ। ଅଧିକ ଶବ୍ଦ ଓ ଖରାକୁ ନ ଯିବା ଭଲ। ଶୋଇବା ଘରେ କ୍ଷୀଣ ଦୃଶ୍ୟମାନ ଆଲୋକ ଲାଗିବା ଦରକାର। ଶୋଇବା ସମୟରେ ଢିଲା ପୋଷାକ ପିନ୍ଧିଲେ ସୁନିଦ୍ରା ହେବ। ଅସ୍ବାଭାବିକ ଭାବରେ ଓଜନ ହ୍ରାସ, ଅନିୟମିତ କଠିନ ଝାଡା କିମ୍ବା ପତଳା ଝାଡା ହେଲେ ଝାଡାରେ ଲୁକ୍କାୟିତ ରକ୍ତ ପ୍ରତି ଛଅ ମାସରେ ପରୀକ୍ଷା କରାଇନେବା ଉଚିତ। ଏହାଦ୍ୱାରା ବୃହଦନ୍ତ୍ର କ୍ୟାନ୍‌ସର ଜାଣିହୁଏ। ବୟସ୍କ ମହିଳାଙ୍କର ସ୍ତନ କ୍ୟାନସର ଓ ପୁରୁଷମାନଙ୍କର ପ୍ରୋଷ୍ଟେଟ କ୍ୟାନସର ଅଧିକ ଦେଖାଯାଏ। ଆଖିରେ ‘କାଟାରାକ୍ଟ’ ହୁଏ। ଏହାର ଠିକ ସମୟରେ ଅପରେଶନ ନ କଲେ ଆଖିକୁ ଆଉ ଦେଖାଯାଇ ନ ଥାଏ। ଜାଲ ଅସ୍ଥି ସବୁ ବୟସ୍କ ପାଇଁ ବିପଦ। ଫଳରେ ପିଠି ବଙ୍କା ହୋଇ ଯିବ ଓ ହାଡ ବିନ୍ଧା ହେବ। ଚାଲିବା ସମ୍ଭବ ହେବ ନାହିଁ। ଏଥିପାଇଁ କ୍ୟାଲସିଅମ ଓ ଭିଟାମିନ୍‌-ଡି ଖାଇବା ଉଚିତ।
‘ବାଳ-ବୃଦ୍ଧ ସମାଚରେତ’। ତେଣୁ ଶିଶୁ ଓ ବୃଦ୍ଧଙ୍କୁ ସମାନ ଆଚରଣ କରିବା ଉଚିତ। କିନ୍ତୁ ଆଧୁନିକ ସମାଜରେ ଅନେକ ରୋଗଗ୍ରସ୍ତ ବୟସ୍କ ପିତା-ମାତାଙ୍କୁ ବୋଝ ଭାବି ଅବହେଳା ଓ ଅତ୍ୟାଚାର କରୁଛନ୍ତି। ଅଦାଲତ ଏଥିରୁ ନିବୃତ୍ତ ରହିବା ପାଇଁ ଆଇନ୍‌ କରିଛନ୍ତି। ଯେଉଁ ସନ୍ତାନ ପାଇଁ ମା’ ତା’ର ଜୀବନ ଦେଇପାରୁଛି, ତାକୁ କ’ଣ ସେ ଅଭିଶାପ ଦେଇପାରିବ ? ଆଖିର ଲୁହ ଓ ଛାତିର କୋହ ନୀରବରେ ସେ ସହିଯିବ। ସେଥିପାଇଁ କୁହାଯାଇଛି -‘ନ ମାତୁଃ ପରଦୈବତମ୍‌’।

ଡା. ଦ୍ୱିଜେଶ କୁମାର ପଣ୍ଡା
-୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ : ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?