ଜରା ଯନ୍ତ୍ରଣା

ସତୁରି ବର୍ଷ ପରେ ମଣିଷ ଜରାଗ୍ରସ୍ତ ହୁଏ। ଏହି ବୟସରେ ଅନେକ ବ୍ୟାଧି ଦେଖାଯାଏ। ଶାରୀରିକ, ମାନସିକ ଓ ସାମାଜିକ ସମସ୍ୟା ବଞ୍ଚତ୍ବାର ଆଶାକୁ ଧୂଳିସାତ କରିଦିଏ। ଯୌଥପରିବାର ଦେଖିବାକୁ ମିଳୁନାହିଁ। ମହିଳାମାନେ ସ୍ବାବଲମ୍ବୀ ହୋଇ ଚାକିରି କରୁଛନ୍ତି। ବୃଦ୍ଧମାନେ ଘରେ ଏକାକୀ ରହୁଛନ୍ତି। ଦେଖାଶୁଣା ପାଇଁ କେହି ନାହାନ୍ତି। ନୀରବତା, ଯନ୍ତ୍ରଣା ଓ ଅର୍ଥାଭାବ ଜୀବନକୁ ଦୁର୍ବିଷହ କରିଦେଉଛି। ମନରେ ଅକୁହା କଥା କହି ହେଉନାହିଁ। ସବୁ କଷ୍ଟ ନୀରବରେ ସହିବାକୁ ପଡେ। ଜୀବନର ଅପରାହ୍ନ ସରେ ନାହିଁ।
ବାର୍ଦ୍ଧକ୍ୟ ଅବଶ୍ୟମ୍ଭାବୀ। ଚିକିତ୍ସା ବିଜ୍ଞାନର ଉନ୍ନତି ବଞ୍ଚତ୍ବାର ବୟସକୁ ବଢ଼େଇ ଦେଇଛି। କିନ୍ତୁ ସେବାରୁ ବଞ୍ଚତ୍ତ କରିଛି। ଚାଲିବାର ଶକ୍ତି ନାହିଁ। ଆଖିକୁ ଦିଶୁନାହିଁ। କାହାକୁ ଚିହ୍ନି ହେଉନାହିଁ। ହାତଗୋଡ ଥରୁଛି। ନିଜେ ଖାଇବାକୁ ଅକ୍ଷମ। କାନକୁ ଶୁଣାଯାଉନାହିଁ। ମାନସିକ ବିକୃତି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଉଲ୍ଲେଖ କରିଛନ୍ତି-”ଅଙ୍ଗଂ ଗଳିତଂ ପଳିତଂ ମୁଣ୍ଡଂ, ଦନ୍ତବିହୀନଂ ଜାତଂ ତୁଣ୍ଠଂ, କରଧୃତି କମ୍ପିତ ଶୋଭିତ ଦଣ୍ଡଂ, ତଦପି ନ ମୁଞ୍ଚତ୍ୟାଶା ଭାଣ୍ଡଂ।“ ଏହି ସବୁ ଲକ୍ଷଣଗୁଡିକ ଅବକ୍ଷୟଜନିତ। ଶରୀରର ଅନେକ ଅଙ୍ଗ ଅକାମୀ। ଆଧୁନିକ ବିଜ୍ଞାନ ଅଙ୍ଗ ବଦଳେଇ ଦେଇପାରୁଛି। କିନ୍ତୁ ତାହା ୫-୧ବର୍ଷ ପର୍ଯ୍ୟନ୍ତ କାମ କରିବ। କେବଳ ଅର୍ଥ ହାନି। ସାମୟିକ ଯନ୍ତ୍ରଣା କମିବ। ପରିବାର ସଦସ୍ୟଙ୍କ ଅବହେଳା ସହିହୁଏ ନାହିଁ କିମ୍ବା କହି ହୁଏ ନାହିଁ। ଭାଗବତ ବାଣୀ-”ଧର୍ମ ଅର୍ପଣ ସେବା ବଳେ, କିବା ଅସାଧ୍ୟ ମହୀତଳେ।“ ଏହା ପୋଥି ବାଇଗଣ ହୋଇ ରହିଛି। ଏହାର ତାତ୍ପର୍ଯ୍ୟ କିଛି ନାହିଁ। ଏପରି ପରିସ୍ଥିତିରେ ବୃଦ୍ଧାଶ୍ରମ କେବଳ ସମ୍ବଳ। ଏହା ଶେଷ ଜୀବନର ରାହା। ଏଠାରେ ଘରର ସବୁ ଆଶା କରିବା ବୃଥା। ଅନେକ ପ୍ରତିକୂଳ ସମସ୍ୟା ମଧ୍ୟ ରହିଥାଏ।
ବ୍ୟକ୍ତିଙ୍କ ପାଇଁ ସୁଷମ ଖାଦ୍ୟ, ସୁନିଦ୍ରା ଆବଶ୍ୟକ। ବ୍ୟାୟାମ, ପଡି ନ ଯିବା ବ୍ୟବସ୍ଥା, ଔଷଧ ସେବନ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରିବା ଉଚିତ। ବାର୍ଦ୍ଧକ୍ୟରେ ଅନେକ ନିମୋନିଆରେ ଆକ୍ରାନ୍ତ ହୋଇଥାଆନ୍ତି। ତେଣୁ ଏହି ସମୟରେ ସେମାନଙ୍କୁ ନିମୋନିଆ ଟିକା ଦେବାର ବ୍ୟବସ୍ଥା କରାଇବା ଦରକାର। ଧୂମପାନ ଓ ମଦ୍ୟପାନଠାରୁ ବିରତ ରହିବା ଆବଶ୍ୟକ। ସୁଷମ ଖାଦ୍ୟ ସ୍ବାଦିଷ୍ଟ ହେବା ସହିତ ତନ୍ତୁଯୁକ୍ତ ରହିବା ଆବଶ୍ୟକ। ନଚେତ କୋଷ୍ଠକାଠିନ୍ୟ ହେବ। ସତେଜ ଫଳ, ସବୁଜ ପନିପରିବା, ସଦ୍ୟ ସାଲାଡ ନିୟମିତ ଖାଇବା ଆବଶ୍ୟକ। ଖାଦ୍ୟ ପୁଷ୍ଟିକର ନ ହେଲେ ରୋଗ ସଂକ୍ରମଣ ହେବ। ରୋଗପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ହେବ। ଏହି ବୟସରେ ଲୌହ, ଫଲିକ ଏସିଡ, ଭିଟାମିନ୍‌-ସି, କାଲସିୟମ, ଜିଙ୍କ୍‌, ଭିଟାମିନ୍‌-ବି, ଭିଟାମିନ୍‌-ଏ ଓ ଭିଟାମିନ୍‌-ଡି’ର ଅଭାବ ଘଟେ। ଔଷଧ ସହିତ ତନ୍ତୁ ଥିବା ପରିବା ନିୟମିତ ଖାଇବା ଉଚିତ। ଦିନକୁ ଆଠ ଗ୍ଲାସ ପାଣି ପିଇବା, ସବୁଜ ପରିବା ଓ ତଟକା ଫଳ ଖାଇବା, ମିଠା ଓ ବସ୍କୁଟ ନ ଖାଇବା, ତେଲଛଣା ଖାଦ୍ୟ ଓ ଡବାରେ ସଂରକ୍ଷିତ ଖାଦ୍ୟଠାରୁ ନିଜକୁ ଦୂରେଇ ରଖିଲେ ସ୍ବାସ୍ଥ୍ୟ ଭଲ ରହିବ। ନିଦ ଔଷଧ ନ ଖାଇବା ଉଚିତ। ଦିନରେ ନ ଶୋଇଲେ ରାତିରେ ଭଲ ନିଦ ହେବ। ଯୋଗ, ପ୍ରାଣାୟାମ ନିୟମିତ କରିବା ଆବଶ୍ୟକ। ଅଧିକ ଶବ୍ଦ ଓ ଖରାକୁ ନ ଯିବା ଭଲ। ଶୋଇବା ଘରେ କ୍ଷୀଣ ଦୃଶ୍ୟମାନ ଆଲୋକ ଲାଗିବା ଦରକାର। ଶୋଇବା ସମୟରେ ଢିଲା ପୋଷାକ ପିନ୍ଧିଲେ ସୁନିଦ୍ରା ହେବ। ଅସ୍ବାଭାବିକ ଭାବରେ ଓଜନ ହ୍ରାସ, ଅନିୟମିତ କଠିନ ଝାଡା କିମ୍ବା ପତଳା ଝାଡା ହେଲେ ଝାଡାରେ ଲୁକ୍କାୟିତ ରକ୍ତ ପ୍ରତି ଛଅ ମାସରେ ପରୀକ୍ଷା କରାଇନେବା ଉଚିତ। ଏହାଦ୍ୱାରା ବୃହଦନ୍ତ୍ର କ୍ୟାନ୍‌ସର ଜାଣିହୁଏ। ବୟସ୍କ ମହିଳାଙ୍କର ସ୍ତନ କ୍ୟାନସର ଓ ପୁରୁଷମାନଙ୍କର ପ୍ରୋଷ୍ଟେଟ କ୍ୟାନସର ଅଧିକ ଦେଖାଯାଏ। ଆଖିରେ ‘କାଟାରାକ୍ଟ’ ହୁଏ। ଏହାର ଠିକ ସମୟରେ ଅପରେଶନ ନ କଲେ ଆଖିକୁ ଆଉ ଦେଖାଯାଇ ନ ଥାଏ। ଜାଲ ଅସ୍ଥି ସବୁ ବୟସ୍କ ପାଇଁ ବିପଦ। ଫଳରେ ପିଠି ବଙ୍କା ହୋଇ ଯିବ ଓ ହାଡ ବିନ୍ଧା ହେବ। ଚାଲିବା ସମ୍ଭବ ହେବ ନାହିଁ। ଏଥିପାଇଁ କ୍ୟାଲସିଅମ ଓ ଭିଟାମିନ୍‌-ଡି ଖାଇବା ଉଚିତ।
‘ବାଳ-ବୃଦ୍ଧ ସମାଚରେତ’। ତେଣୁ ଶିଶୁ ଓ ବୃଦ୍ଧଙ୍କୁ ସମାନ ଆଚରଣ କରିବା ଉଚିତ। କିନ୍ତୁ ଆଧୁନିକ ସମାଜରେ ଅନେକ ରୋଗଗ୍ରସ୍ତ ବୟସ୍କ ପିତା-ମାତାଙ୍କୁ ବୋଝ ଭାବି ଅବହେଳା ଓ ଅତ୍ୟାଚାର କରୁଛନ୍ତି। ଅଦାଲତ ଏଥିରୁ ନିବୃତ୍ତ ରହିବା ପାଇଁ ଆଇନ୍‌ କରିଛନ୍ତି। ଯେଉଁ ସନ୍ତାନ ପାଇଁ ମା’ ତା’ର ଜୀବନ ଦେଇପାରୁଛି, ତାକୁ କ’ଣ ସେ ଅଭିଶାପ ଦେଇପାରିବ ? ଆଖିର ଲୁହ ଓ ଛାତିର କୋହ ନୀରବରେ ସେ ସହିଯିବ। ସେଥିପାଇଁ କୁହାଯାଇଛି -‘ନ ମାତୁଃ ପରଦୈବତମ୍‌’।

ଡା. ଦ୍ୱିଜେଶ କୁମାର ପଣ୍ଡା
-୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ : ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri