ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ, ଅଂଶୁଘାତ ଅଭିଯୋଗ

ଦିଗପହଣ୍ଡି,୨୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥପୁର ବସଷ୍ଟାଣ୍ଡ ଛକ ରାସ୍ତା ଉପରେ ଜଣେ ବୃଦ୍ଧ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ପୁରୁଣାଗଡ ଗ୍ରାମର ଗୋପୀନାଥ ଦାସ (୮୦)। ସେ ଯାତ୍ରୀବାହୀ ବସକୁ ଅପେକ୍ଷା କରିଥିବା ବେଳେ ପାଣି ପାଣି କହି ନିକଟସ୍ଥ ନଳକୂପ ନିକଟକୁ ଦୌଡୁ ଥିବା ବେଳେ ଆକସ୍ମିକ ଭାବେ ରାସ୍ତା ଉପରେ ଟଳି ପଡ଼ିଥିଲେ। ଆଖପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ପାଟପୁର ପୋଲିସକୁ ଖବର ଦେଇଥିଲେ।ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଥାନାରେ ଅପମୃତ୍ୟୁ ମାମଲା ନଂ.୧୦/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖରା ବଢିଥିଲେ ବି ଏବେ ପର୍ଯ୍ୟନ୍ତ ବସଷ୍ଟାଣ୍ଡରେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇ ନାହିଁ ବୋଲି ସ୍ଥାନୀୟ ବ୍ୟବସାୟୀ ବୃନ୍ଦ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri