Posted inଫୁରସତ

ଛାତରେ ତ୍ରିରଙ୍ଗା ଉଡ଼ାଇଲେ ବୃଦ୍ଧା, ଫଟୋ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ଆସନ୍ତାକାଲି ଅର୍ଥାତ୍‌ ଅଗଷ୍ଟ ୧୫ ସୋମବାର ଭାରତ ସ୍ବାଧୀନତାର ୭୫ବର୍ଷ ପୂରଣ ହେଉଛି। ଏହି ଅବସରରେ ଭାରତ ସରକାର ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ସାଧାରଣ ଭାରତୀୟ ମଧ୍ୟ ନିଜ ଘରେ ତ୍ରିରଙ୍ଗା ଉଡ଼ାଉଛନ୍ତି। ସେଲିବ୍ରିଟିମାନଙ୍କଠାରୁ ମଧ୍ୟ କୌଣସି ଥିରେ ପଛରେ ପଡ଼ିନାହାନ୍ତି ଜଣେ ବୃଦ୍ଧା। ଏହି ବୃଦ୍ଧା ଜଣଙ୍କ ତାଙ୍କ ବୃଦ୍ଧ ସ୍ବାମୀଙ୍କ ସହ ଘରେ ଜାତୀୟ ପତାକା ଲଗାଉଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କ ଟୁଇଟର ପେଜ୍‌ରେ ଭାରତୀୟଙ୍କ ଆତ୍ମାକୁ ପ୍ରଶଂସା କରି ଅନନ୍ୟ ପୋଷ୍ଟ ଶେୟାର କରନ୍ତି। ନିକଟରେ ସେ ବୃଦ୍ଧ ଦମ୍ପତିଙ୍କ ଫଟୋ ଶେୟାର କରିଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ଫଟୋ ଶେୟାର କରି ଆନନ୍ଦ ମହିନ୍ଦ୍ରା କ୍ୟାପଶନ ଲେଖିଛନ୍ତି, ଯଦି ଆପଣ ପ୍ରଶ୍ନ କରୁଛନ୍ତି ଯେ, ସ୍ବାଧୀନତା ଦିବସକୁ ନେଇ ଏଥର କାହିଁକି ଚର୍ଚ୍ଚା ହେଉଛି, ତେବେ ଏହି ଦୁଇ ଜଣଙ୍କୁ ଉତ୍ତର ପଚାରନ୍ତୁ। ଏହି ଲୋକମାନେ ଯେକୌଣସି ବକ୍ତୃତା ଅପେକ୍ଷା ଆପଣଙ୍କୁ ଭଲ ଭାବରେ ବ୍ୟାଖ୍ୟା କରିବାରେ ସମର୍ଥ ହେବେ। ଜୟ ହିନ୍ଦ୍‌।

ଫଟୋରେ ବୃଦ୍ଧ ଦମ୍ପତି ନଜର ଆସିଛନ୍ତି। ଉଭୟ ଛାତରେ ଠିଆ ହୋଇଛନ୍ତି। ବୃଦ୍ଧା ଏକ ଏକ ଡ୍ରମ୍‌ ଉପରେ ଚଢ଼ି ଲୁହା ରଡ୍‌ରେ ପତାକା ଟାଙ୍ଗୁଥିବା ନଜର ଆସିଛନ୍ତି। ତାଙ୍କ ସ୍ବାମୀ ତଳେ ଡ୍ରମ୍‌ ଧରି ଠିଆ ହୋଇଛନ୍ତି। ଯାହା ଦ୍ୱାରା ସେ ତାଙ୍କ ସ୍ତ୍ରୀଙ୍କୁ ସମର୍ଥନ କରୁଛନ୍ତି। ପତାକା ଏବଂ ଦେଶ ପ୍ରତି ଏପରି ପ୍ରେମ ବିରଳ। ଫଟୋରେ ଦେଖାଯାଇଥିବା ଲୋକମାନେ ସେହି ପିଢ଼ିର ଅଟନ୍ତି ଯେଉଁମାନଙ୍କ ପାଇଁ ସ୍ବାଧୀନତାର ଅର୍ଥ ଆଜିର ସମୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେହି ଲୋକମାନେ ନିଜ ଆଖିରେ ଦେଶ ସ୍ବାଧୀନ ହେବାକୁ ଦେଖିଥିଲେ। ତେଣୁ ସେମାନଙ୍କର ଭାବନା ଆମ ସମସ୍ତଙ୍କ ଅପେକ୍ଷା ନିଶ୍ଚିତ ଅଧିକ ହେବ।

ଫଟୋ ଶେୟାର ହେବାର ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୭ ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ୮୦୦ରୁ ଅଧିକ ଲୋକ ଏହାକୁ ରିଟୁଇଟ୍‌ କରିଛନ୍ତି। କିଶୋର ଗାଇକଓ୍ବାଡ ନାମକ ଜଣେ ୟୁଜର ଅନ୍ୟ ବୃଦ୍ଧ ଦମ୍ପତିଙ୍କ ଫଟୋ ଶେୟାର କରିଛନ୍ତି। ଯେଉଁମାନେ ତ୍ରିରଙ୍ଗା ଲଗାଇବାକୁ ଯାଉଛନ୍ତି। ଆଉ ଏକ ଭିଡିଓରେ ଜଣେ ବୃଦ୍ଧା ପତାକା ଧରି ଘରର ସୋଫାରେ ବସିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ଅନେକ ୟୁଜର କମେଣ୍ଟରେ ପତାକା ସହିତ ସେମାନଙ୍କର ଫଟୋ ବି ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri