ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏଲ ନିନୋ ସକ୍ରିୟ: ଭାରତର ମୌସୁମୀକୁ କରିପାରେ ଦୁର୍ବଳ,ବୈଜ୍ଞାନିକ ଦେଲେ ଚେତାବନୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୬ : ଆମେରିକାର ବୈଜ୍ଞାନିକମାନେ ଏଲ ନିନୋ ଆରମ୍ଭକୁ ନିଶ୍ଚିତ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପୃଥିବୀର ପାଣିପାଗ ଉପରେ ପ୍ରଭାବ ପକାଇପାରେ ଏବଂ ଭାରତର ମୌସୁମୀକୁ ଦୁର୍ବଳ କରିପାରେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ପୃଥିବୀର ତାପମାତ୍ରାକୁ ବୃଦ୍ଧି କରିପାରେ । ଏଲନିନୋ ଯୋଗୁ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ବାଭାବିକଠାରୁ ୪-୫ ଡିଗ୍ରୀ ଅଧିକ ହୋଇଯାଏ। ଆମେରିକାର ବିଜ୍ଞାନ ଏଜେନ୍ସି ନ୍ୟାଶନାଲ ଓସେନିକ ଏବଂ ଆଟମୋସଫେରିକ ଆଡମିନିଷ୍ଟ୍ରେସନ ଘୋଷଣା କରିଛି ଏଲ ନିନୋ ସକ୍ରିୟ ହୋଇଛି। ଯଦିଓ ଏହା ବର୍ତ୍ତମାନ ଦୁର୍ବଳ, ଶୀତ ସୁଦ୍ଧା ଏହା ଏକ ଶକ୍ତିଶାଳୀ ଘଟଣା ହୋଇପାରେ । ଏଜେନ୍ସି ପୂର୍ବାନୁମାନରେ କରିଛି, ’ଏଲ ନି ନୋ ଶୀତଦିନେ ମଧ୍ୟ ଜାରି ରହିବ।

ଏଲ ନିନୋ ଯୋଗୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣ ଅପେକ୍ଷା ଗରମ ହୋଇଯାଏ। ଏହି ପରିବର୍ତ୍ତନ ଦ୍ୱାରା ପାଣିପାଗ ଚକ୍ର ଖରାପ ପ୍ରଭାବିତ ହୁଏ । ଏଲ ନିନୋର ପ୍ରଭାବ ସମଗ୍ର ବିଶ୍ୱରେ ଅନୁଭୂତ ହୁଏ, ଯେଉଁଥିପାଇଁ ବର୍ଷା, ଥଣ୍ଡା, ଉତ୍ତାପରେ ପାର୍ଥକ୍ୟ  ହୁଏ।

ବର୍ତ୍ତମାନ ପାଣିପାଗର ପରିବର୍ତ୍ତନ ଯୋଗୁ ଅନେକ ସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏଲ ନିନୋ ସକ୍ରିୟ ହେଲେ ଏହା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ପ୍ରଭାବିତ କରିଥାଏ ଏହି କାରଣରୁ ପୃଥିବୀର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୁଏ ଏବଂ କେତେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ପରିସ୍ଥିତି ସାମ୍ନାକୁ ଆସିଥାଏ। ଯଦିଓ ଏହା ବେଳେବେଳେ ସକାରାତ୍ମକ ପ୍ରଭାବ ପକାଇପାରେ, ଉଦାହରଣ ସ୍ବରୂପ ଏଲ ନିନୋ ଆଟଲାଣ୍ଟିକ ମହାସାଗରରେ ଝଡ଼ ସୃଷ୍ଟି ସଂଖ୍ୟାରେ ହ୍ରାସ ଘଟାଇଥାଏ ।

ବିଶ୍ୱସ୍ତରରେ, ଏଲ ନିନୋ ସମୟରେ ଦକ୍ଷିଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ମଧ୍ୟ ଆଫ୍ରିକା ଭଳି ସ୍ଥାନରେ ଶୁଖିଲା ପାଗ ହୋଇଥାଏ। ଭାରତରେ ଏହା ଯୋଗୁ ମୌ ସୁମୀ ଦୁର୍ବଳ ହୋଇଯାଏ । ଏହି ସମୟରେ, ଚାରି ବର୍ଷର ଦୀର୍ଘ ବିଳମ୍ବ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର କେରଳରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ, ଏଲ ନିନୋ କାରଣରୁ ଚଳିତ ବର୍ଷ ଭାରତରେ ସାଧାରଣ ବୃଷ୍ଟିପାତ କମ ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ଗତ ୭୦ ବର୍ଷ ମଧ୍ୟରେ ଏଲ ନିନୋ ପାଣିପାଗ ଘଟଣା ୧୫ ଥର ଘଟିଛି, ଯେଉଁଥିରୁ ଭାରତରେ ମାତ୍ର ୬ ଥର ସାଧାରଣ ବୃଷ୍ଟିପାତ ହୋଇଛି। ଗତ ଚାରିଟି ଏଲ ନିନୋ ବର୍ଷରେ ଭାରତ କ୍ରମାଗତ ମରୁଡ଼ି ପରିସ୍ଥିତି ଏବଂ ବର୍ଷାରେ ପ୍ରବଳ ଅଭାବର ସମ୍ମୁଖୀନ ହୋଇଛି। ଦୁର୍ବଳ, ମଧ୍ୟମ କିମ୍ବା ଶକ୍ତିଶାଳୀ ଏଲ ନିନୋ ଘଟଣା ଉପରେ ନିର୍ଭର କରି ମୌସୁମୀ ବର୍ଷା ମଧ୍ୟ ଭିନ୍ନ ହୋଇପାରେ। ୧୯୯୭ ରେ, ଏକ ଶକ୍ତିଶାଳୀ ଏଲ ନିନୋ ଭାରତରେ ସାଧାରଣ ବୃଷ୍ଟିପାତର ୧୦୨ ପ୍ରତିଶତ ରେକର୍ଡ ସୃଷ୍ଟି କରିଥିଲା।

ଏହାର ସବୁଠାରୁ ବଡ ପ୍ରଭାବ କୃଷି କ୍ଷେତ୍ର ଉପରେ ପଡିପାରେ, ଯାହା ଭଲ ଅମଳ ପାଇଁ ମୌସୁମୀ ଉପରେ ନିର୍ଭରଶୀଳ। ମୌସୁମୀ ଚାଉଳ, ଗହମ, ଆଖୁ, ସୋୟାବିନ ଏବଂ ଭୂମି ବାଦାମ ପରି ପ୍ରମୁଖ ଫସଲକୁ ପ୍ରଭାବିତ କରିଥାଏ । ଏହି ଫସଲର ଅଭାବ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିପାରେ, ଯାହା ମୁଦ୍ରାସ୍ଫୀତିର କାରଣ ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?