ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ ବଢ଼ିଯାଇଛି । କାର୍ଯ୍ୟାଳୟରେ ପ୍ରତି ସପ୍ତାହର ବୁଧବାର ଓ ଗୁରୁବାର ୨ ଦିନ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ବିବାହ ପଞ୍ଜିକରଣ ଅଧିକାରୀ ଭାବେ ବ୍ଲକର ଅତିରିକ୍ତ ବିଡ଼ିଓ ଉମେଶ ଚନ୍ଦ୍ର ସେଠୀ ନିଯୁକ୍ତି ହୋଇଛନ୍ତି । ପଞ୍ଜୀକୃତ ଶ୍ରମିକ ମାନେ ବିବାହ କଲେ ଜିଲା ଶ୍ରମ ବିଭାଗ ପକ୍ଷରୁ ୫୦ ହଜାର ଟଙ୍କା ମିଳୁଥିବା ଯୋଗୁଁ ଦିନକୁ ଦିନ ବ୍ଲକରେ ବିବାହ ପଞ୍ଜିକରଣ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ ହେଉଥିବା ଯୋଗୁଁ ସାନଖେମୁଣ୍ଡି ‘କୁକୁଡାଖଣ୍ଡି ଓ ଚିକିଟି ବ୍ଲକ ଅଧିନ ବିଭିନ୍ନ ଗ୍ରାମାଞ୍ଚଳର ବହୁ ସଂଖ୍ୟକ ମହିଳା ପୁରୁଷ  ଏହି ବ୍ଲକ କାର୍ଯ୍ୟାଳୟକୁ ବିବାହ ପଞ୍ଜିକରଣ ପାଇଁ ଦଲାଲ ମାନଙ୍କ ମାଧ୍ୟମରେ ଆସି ବିବାହ ପଞ୍ଜିକରଣ କରୁଛନ୍ତି। ଏଥି ନିମନ୍ତେ ସେମାନଙ୍କୁ ୪ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

ଏପରିକି ୨/୩ ଟି ଛୁଆଥିବା ବୟସ୍କା ମହିଳା ମାନେ ମଧ୍ୟ ଶ୍ରମ ବିଭାଗ ଠାରୁ ଟଙ୍କା ପାଇବା ଆଶାରେ ଅଳ୍ପଦିନ ପୂର୍ବରୁ ବିବାହ କରିଥିବା ବିବାହ ନିମନ୍ତ୍ରଣ ପତ୍ର  ଛପାଇ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ସତ୍ୟପାଠ ଦାଖଲ କରିବା ପରେ ସେମାନଙ୍କୁ  ବିବାହ ପଞ୍ଜିକରଣ ସାର୍ଟିଫିକେଟ ମିଳିଯାଉଛି । ଗ୍ରାମାଞ୍ଚଳରୁ ଆସୁଥିବା ଅଶିକ୍ଷିତ ମହିଳାମାନଙ୍କ ଠାରୁ  ବିବାହ ପଞ୍ଜିକରଣ ସାର୍ଟିଫିକେଟ କରାଇଦେବି କହି ୪ ହଜାର ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହୋଇଛି।ଏନେଇ ବିବାହ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ବିଡ଼ିଓ ଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗ ନିରାଧାର। ନିର୍ଦ୍ଧିଷ୍ଟ ଅଭିଯୋଗ ମିଳିଲେ ତଦନ୍ତ କରାଯିବ। ବିବାହ ପଞ୍ଜିକରଣ ନିମନ୍ତେ ଅନଲାଇନ୍ ରେ ଆବେଦନକାରୀ ସରକାରୀ ଦେୟ ଦାଖଲ କରି ରସିଦ ପ୍ରଦାନ କରୁଛନ୍ତି। ୨୦ ବର୍ଷ ରୁ ଉର୍ଦ୍ଧ୍ବ ଆବେଦନକାରୀଙ୍କ ସମ୍ପର୍କରେ କ୍ଷେତ୍ରୀୟ ତଦନ୍ତ କରାଯିବା ପରେ ପଞ୍ଜିକରଣ ପରେ ପଞ୍ଜିକରଣ କରାଯାଉଛି ।

କୌଣସି ଦଲାଲ ଆବେଦନକାରୀଙ୍କ ଠାରୁ ଅର୍ଥ ଆଦାୟ କରିବା ତାଙ୍କ ଦୃଷ୍ଟିକୁ ଆସିନାହିଁ । ପଞ୍ଜିକରଣ ନୀତି ନିୟମ ଅନୁସାରେ ଆବେଦନକାରୀ ପ୍ରଦାନ କରିଥିବା ସମସ୍ତ ନଥିପତ୍ର ଯାଞ୍ଚ କରାଯିବା ସହ ଉପସ୍ଥିତ ସାକ୍ଷ୍ୟମାନଙ୍କ ବୟାନ ନିଆଯିବା ପରେ ସାର୍ଟିଫିକେଟ ପ୍ରଦାନ କରାଯାଉଥିବା ସେ କହିଛନ୍ତି।ପ୍ରାୟତଃ କିଛି ଆଇନଜୀବା ଆବେଦନକାରୀମାନଙ୍କ ସହ ଅଫିସ ଆସି ସେମାନଙ୍କ ଦରଖାସ୍ତ ଦାଖଲ କରୁଛନ୍ତି । ତେଣୁ କୌଣସି ଆବେଦନକାରୀଙ୍କ ଠାରୁ ଅର୍ଥ ଆଦାୟ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri