ଜର୍ମାନୀରେ ନାରୀ ନିର୍ଯାତନା: ଏକ ତୃତୀୟାଂଶ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା…

ବର୍ଲିନ,୧୧।୬ : ବିକଶିତ ଦେଶ ତାଲିକାରେ ଥିବା ଜର୍ମାନୀରୁ ଏକ ଲଜ୍ଜାଜନକ ଖବର ଆସିଛି। ଜର୍ମାନୀରେ କରାଯାଇଥିବା ଏକ ସର୍ଭେ ପରେ ଏହା ଜଣାପଡିଛି ଦେଶର ଏକ ତୃତୀୟାଂଶରୁ ଅଧିକ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା।ମହିଳାଙ୍କ ପ୍ରତି ହେଉଥିବା ହିଂସା ପୁରୁଷଙ୍କ ଦ୍ୱାରା ଗ୍ରହଣ ଯୋଗ୍ୟ ହୋଇଛି। ସର୍ଭେ କମ୍ପାନୀ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି।

ଜର୍ମାନ ଖବରକାଗଜରେ ପ୍ରକାଶିତ ଏକ ସର୍ଭେ ଅନୁଯାୟୀ, ୧୮-୨୫ ବର୍ଷ ବୟସର ୩୩ ପ୍ରତିଶତ ପୁରୁଷ କହିଛନ୍ତି ପରିବାରରେ ମହିଳାଙ୍କ ପ୍ରତି ହିଂସା ଏକ ସାଧାରଣ କଥା। ସର୍ବେକ୍ଷଣ ଅନୁଯାୟୀ, ୩୪ ପ୍ରତିଶତ ପୁରୁଷ କହିଛନ୍ତି ଅତୀତରେ ସେମାନେ ମହିଳା ହିଂସାରେ ଜଡ଼ିତ ଥିଲେ।

ଲିଙ୍ଗଗତ ସମାନତା ପାଇଁ ଓକିଲାତି କରୁଥିବା ଫେଡେରାଲ ଫୋରମ ମେନର ସଦସ୍ୟ କାର୍ଟେନ କାସନର୍‌ କହିଛନ୍ତି ଏହି ସଂଖ୍ୟା ଅତ୍ୟନ୍ତ ଲଜ୍ଜାଜନକ। ସର୍ଭେ କରାଯାଇଥିବା ୩୩ ତିଶତ ପୁରୁଷ ମହିଳାଙ୍କ ପ୍ରତି ଶାରୀରିକ ହିଂସାକୁ ସାଧାରଣ ବୋଲି ବିବେଚନା କରନ୍ତି। ଏହା ଏକ ବଡ ସମସ୍ୟା ଏବଂ ଏଥିରେ ପରିବର୍ତ୍ତନ ହେବା ଜରୁରୀ। ସମଗ୍ର ଦେଶରେ ଏହି ସର୍ଭେରେ ଏକ ହଜାର ପୁରୁଷ ଏବଂ ଏକ ହଜାର ମହିଳା ଅନ୍ତର୍ଭୁକ୍ତ ହୋଇଥିଲେ। ସର୍ବେକ୍ଷଣ ଅନୁଯାୟୀ, ୫୨ ପ୍ରତିଶତ ପୁରୁଷ ବିଶ୍ୱାସ କରନ୍ତି ସେମାନଙ୍କର ମହିଳା ସାଥୀ ପ୍ରାୟତଃ ଘର ଚଳାଇବା ଉଚିତ ।

ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି ପ୍ରାୟ ୪୮ ପ୍ରତିଶତ ଲୋକ କହିଛନ୍ତି ସମଲିଙ୍ଗୀ ସମ୍ପର୍କର ସର୍ବସାଧାରଣ ପ୍ରଦର୍ଶନ ଠିକ ନୁହେଁ। ଏହା ସେମାନଙ୍କୁ ବ୍ୟଥିତ କରେ। ପ୍ଲାନ ଇଣ୍ଟରନ୍ୟାଶନାଲର ଜର୍ମାନୀ ମୁଖପାତ୍ର ଆଲେକ୍ସଜାଣ୍ଡାର୍‌ ଶାଚର କହିଛନ୍ତି ଲୋକମାନେ ଏବେ ବି ପୁରୁଣା ଚିନ୍ତାଧାରା ବଜାୟ ରଖିଛନ୍ତି। ସେମାନଙ୍କ ମନରେ କେବଳ ଦୁଇଟି ପାରମ୍ପାରିକ ଲିଙ୍ଗ ଭୂମିକା ଅଛି ।

ପୋଲିସର ଆକଳନ ଅନୁଯାୟୀ, ଜର୍ମାନୀରେ ପ୍ରାୟ ୧ ଲକ୍ଷ ୧୫ ହଜାର ମହିଳା ହିଂସାର ଶିକାର ହୋଇଛନ୍ତି। ପ୍ରତି ଘଣ୍ଟାରେ ପ୍ରାୟ ୧୩ ଜଣ ମହିଳା ହିଂସାର ଶିକାର ହେଉଛନ୍ତି। ୨୦୨୧ ମସିହାରେ, ପ୍ରାୟ ୩୦୧ ମହିଳାଙ୍କୁ ସେମାନଙ୍କ ସାଥୀ ଦ୍ୱାରା ହତ୍ୟା କରାଯାଇଥିଲା। ଗତ ବର୍ଷ ଜର୍ମାନୀର ନ୍ୟାୟ ମନ୍ତ୍ରୀ ମାର୍କୋ ବୁଶମ୍ୟାନ କହିଥିଲେ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଅଧିକ ଗୁରୁତର ସହ ନିଆଯିବା ଆବଶ୍ୟକ। କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?