ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ ଆକ୍ରମଣ ଘଟଣାରେ ଫର୍ଦ୍ଧାଫାଶ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଥିଲା। ୧୨ ରୁ ଉର୍ଦ୍ଧ୍ବ ସଶସ୍ତ୍ର ଯୁବକଙ୍କ ମରଣାନ୍ତକ ଆକ୍ରମଣ ରେ ସେ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋମବାର ପାଟପୁର ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି।

ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୧୭୨/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା-୧୯୧(୨)/୧୯୧(୩)/୬୧(୨)/୧୯୦/୧୦୯(୧)/୨୯୬/୩୫୧(୩)/୧୧୮(୧)/୧୧୮(୨)/୧୧୫(୨/୩୩୩ ଏବଂ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଆଇନର ଧାରା – ୨୫(୧ଏ)/୨୭ ଅନୁଯାୟୀ  ହିଞ୍ଜିଳି ଥାନା ବଳରାମପୁର ନୂଆସାହିର ବେଣୁପାଣି ସେଠୀ, ଆଙ୍କୋରଡ଼ା ଗ୍ରାମ କାଳୁଆ ସାହିର ଟୁନା ସେଠୀ,  ପାଟପୁର ଥାନା କଙ୍କୋରଡ଼ା ଗ୍ରାମର କିରଣ ଗୌଡ଼, ଅଶ୍ଵିନୀ ପ୍ରଧାନ, ଚନ୍ଦନ ପାଢ଼ୀ, ଅନନ୍ତ ବିଷୋୟୀ, ଚନ୍ଦନ ପରିଡ଼ା, ମହେନ୍ଦ୍ର ବେହେରା, ଡମ୍ବରୁ ଜେନାଙ୍କୁ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଗତ ଗୁରୁବାର ରାତିରେ କଙ୍କୋରଡ଼ା ଗ୍ରାମ ପାଇକସାହିର ଅଶୋକ ନିଜ ବାଇକକୁ ଘର ସମ୍ମୁଖରେ ରଖି ଶୋଇଥିଲେ। ବାଇକରୁ ଚାବି ଆଣିବାକୁ ଭୁଲି ଯାଇଥିଲେ। ସକାଳେ ବାଇକରେ ଚାବି ଲାଗି ନଥିବାରୁ ଅଶୋକ ଘରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିଥିଲେ।  ଗ୍ରାମର ଅନନ୍ତ ବିଷୋୟୀ, କିରଣ ଗୌଡ଼, ରୁଦ୍ର ପାଣିଗ୍ରାହୀ ଏବଂ ଅନ୍ୟ କିଛି ଯୁବକ ବିଳମ୍ବିତ ରାତିରେ ତାଙ୍କ ଘର ପାଖକୁ ଆସି ବାଇକ୍ ରୁ ଚାବି ନେଇଥିବା ଜଣାପଡିଥିଲା। ଅଶୋକ ସେମାନଙ୍କୁ ଡକାଇ ବାଇକ ଚାବି ଫେରାଇ ଦେବାକୁ କହିଥିଲେ। ସେମାନେ ବାଇକ ଚାବି ନେଇନଥିବା କହିବାରୁ ସେ ସେମାନଙ୍କ ନାଁ ରେ ଥାନାରେ ଏତଲା ଦେବାକୁ କହିଥିଲେ। ତଥାପି ସେମାନେ ବାଇକ ଚାବି ନ ଫେରାଇବା କାରଣରୁ

ଅଶୋକ ଶୁକ୍ରବାର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଥାନା ମାମଲା ନଂ.୧୬୭/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ପରେ ସେମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା – ୩୫(୩) ଅନୁଯାୟୀ ନୋଟିସ କରି ଥାନାରୁ ଛାଡି ଦେଇଥିଲେ। ଏଥିରେ ସେମାନେ ଉତ୍ତେଜିତ ହୋଇ ଅଶୋକ ଙ୍କୁ ଆକ୍ରମଣ ପାଇଁ ଯୋଜନା କରିଥିଲେ। ସନ୍ଧ୍ୟାରେ ଅଶୋକ ଅଟୋ ରେ କିଛି ବ୍ୟକ୍ତି ଙ୍କୁ ନେଇ ବ୍ରହ୍ମପୁର ରେ ଛାଡ଼ି ଗାଁ କୁ ଫେରୁଥିବା ବେଳେ ବ୍ରହ୍ମପୁର ସଦର ଥାନା ନଳୀହାଡ଼ ଗ୍ରାମ ନିକଟରେ ୩ ଟି ବାଇକ ରେ ସେମାନେ ତାଙ୍କୁ ପିଛା କରି ଆକ୍ରମଣ ଉଦ୍ୟମ କରିଥିଲେ। କିନ୍ତୁ ସୌଭାଗ୍ୟ ବଶତଃ ଅଶୋକ ସେଠାରୁ ଖସି ଆସି ପରଦିନ ବ୍ରହ୍ମପୁର ସଦର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ରବିବାର ଗଜପତି ଜିଲା ପର୍ଯ୍ୟଟନ କ୍ଷେତ୍ର ଜିରାଙ୍ଗ ଠାରେ କଙ୍କୋରଡ଼ା ଗ୍ରାମର ଅଶ୍ଵିନୀ ପ୍ରଧାନ ତାଙ୍କ ବହୁ ସଂଖ୍ୟକ ସାଙ୍ଗକୁ ଡକାଇ  ଜନ୍ମଦିନ ପାଳନ କରିବା ସହ ଭୋଜି କରିଥିଲେ। ସେଠାରେ ସମସ୍ତେ ମଦ୍ୟପାନ କରି ଭୋଜି ଖାଇବା ପରେ ଅଶୋକଙ୍କୁ ହତ୍ୟା ପାଇଁ ବିସ୍ତୃତ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
ସନ୍ଧ୍ୟା ରେ ସେଠାରୁ ଫେରି ଯୋଜନାବଦ୍ଧ ଭାବେ ଅଶୋକଙ୍କୁ ମରଣାନ୍ତକ ଆକ୍ରମଣ କରି ହୁଣ୍ଡାଇ ଆଉରା କାର (ନଂ. ଓଡ଼ି୦୨ ବିଏମ୍ -୬୧୪୩) ଏବଂ ମାରୁତି ସୁଜକି ବଲେନୋ କାର (ନଂ. ଓଡ଼ି୦୭ ଏ ଏଚ୍ -୬୯୯୭) ଯୋଗେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଏନେଇ ସୋମବାର ସକାଳେ ଅଶୋକ ଙ୍କ ଭାଇ ବଂଶୀଧର ବିଷୋୟୀ ପାଟପୁର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯିବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ଫେରିଥିଲେ। ତଦନ୍ତକାରୀ ଅଧିକାରୀ ବ୍ରହ୍ମପୁର ଲୋଚାପଡ଼ା ଶକ୍ତି ନଗର ୩ ୟ ଲେନ୍ ର ଏକ ଘରେ ଚଢାଉ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ  ସେମାନଙ୍କ ଠାରୁ ଏହି ଘଟଣାରେ ବ୍ୟବହୃତ ୨ ଟି କାର୍, ୬ ଟି ମୋବାଇଲ ଫୋନ୍,୨ ଟି ଖଣ୍ଡା,ହକି ଷ୍ଟିକ୍ ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା: ପୁଅ ଗୁରୁତର,  ପଡ଼ୋଶୀ ଅଟ ଥିବା ସୂଚନା

କୋରୁକୋଣ୍ଡା, ୧/୧୧ (ଅଶୋକ କୁମାର ପରିଡ଼ା): ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କ ୧୨ ବର୍ଷୀୟ ପୁଅକୁ ମରଣାନ୍ତକ ଆକ୍ରମଣ…

ଆମେରିକା ନିକଟରେ ୭ଟି ସର୍ତ୍ତ ରଖିଲା ଇରାନ: ‘ଏଗୁଡ଼ିକ ପୂରଣ ହେଲେ, ଖୋଲିବ ରାସ୍ତା’

ତେହରାନ,୧।୧୧: ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ ଏବଂ ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମିବାର ମଧ୍ୟ…

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

‘ପ୍ରତିବାଦ କରନ୍ତୁ, କିଛି କିଣାକିଣି ମଧ୍ୟ କରନ୍ତୁ, ରାଲି ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ (INDIA) ମେଣ୍ଟ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ସମାବେଶ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ସମସ୍ତ…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

ସ୍ବାସ୍ଥ୍ୟ ପାଇଁ ସୁଧା: ବିଶ୍ୱ ଭେଗାନ୍‌ ଦିବସ

ସମଗ୍ର ବିଶ୍ୱରେ ଶାକାହାରୀ ଜୀବନଶୈଳୀ, ପରିବେଶ ସୁରକ୍ଷା ଏବଂ ପ୍ରାଣୀଙ୍କ ପ୍ରତି ଦୟାଭାବ ଜାଗ୍ରତ ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧ରେ ପାଳନ କରାଯାଇଆସୁଛି ‘ବିଶ୍ୱ ଭେଗାନ୍‌ ଦିବସ’।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?