ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ ଆକ୍ରମଣ ଘଟଣାରେ ଫର୍ଦ୍ଧାଫାଶ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଥିଲା। ୧୨ ରୁ ଉର୍ଦ୍ଧ୍ବ ସଶସ୍ତ୍ର ଯୁବକଙ୍କ ମରଣାନ୍ତକ ଆକ୍ରମଣ ରେ ସେ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋମବାର ପାଟପୁର ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି।

ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୧୭୨/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା-୧୯୧(୨)/୧୯୧(୩)/୬୧(୨)/୧୯୦/୧୦୯(୧)/୨୯୬/୩୫୧(୩)/୧୧୮(୧)/୧୧୮(୨)/୧୧୫(୨/୩୩୩ ଏବଂ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଆଇନର ଧାରା – ୨୫(୧ଏ)/୨୭ ଅନୁଯାୟୀ  ହିଞ୍ଜିଳି ଥାନା ବଳରାମପୁର ନୂଆସାହିର ବେଣୁପାଣି ସେଠୀ, ଆଙ୍କୋରଡ଼ା ଗ୍ରାମ କାଳୁଆ ସାହିର ଟୁନା ସେଠୀ,  ପାଟପୁର ଥାନା କଙ୍କୋରଡ଼ା ଗ୍ରାମର କିରଣ ଗୌଡ଼, ଅଶ୍ଵିନୀ ପ୍ରଧାନ, ଚନ୍ଦନ ପାଢ଼ୀ, ଅନନ୍ତ ବିଷୋୟୀ, ଚନ୍ଦନ ପରିଡ଼ା, ମହେନ୍ଦ୍ର ବେହେରା, ଡମ୍ବରୁ ଜେନାଙ୍କୁ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଗତ ଗୁରୁବାର ରାତିରେ କଙ୍କୋରଡ଼ା ଗ୍ରାମ ପାଇକସାହିର ଅଶୋକ ନିଜ ବାଇକକୁ ଘର ସମ୍ମୁଖରେ ରଖି ଶୋଇଥିଲେ। ବାଇକରୁ ଚାବି ଆଣିବାକୁ ଭୁଲି ଯାଇଥିଲେ। ସକାଳେ ବାଇକରେ ଚାବି ଲାଗି ନଥିବାରୁ ଅଶୋକ ଘରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିଥିଲେ।  ଗ୍ରାମର ଅନନ୍ତ ବିଷୋୟୀ, କିରଣ ଗୌଡ଼, ରୁଦ୍ର ପାଣିଗ୍ରାହୀ ଏବଂ ଅନ୍ୟ କିଛି ଯୁବକ ବିଳମ୍ବିତ ରାତିରେ ତାଙ୍କ ଘର ପାଖକୁ ଆସି ବାଇକ୍ ରୁ ଚାବି ନେଇଥିବା ଜଣାପଡିଥିଲା। ଅଶୋକ ସେମାନଙ୍କୁ ଡକାଇ ବାଇକ ଚାବି ଫେରାଇ ଦେବାକୁ କହିଥିଲେ। ସେମାନେ ବାଇକ ଚାବି ନେଇନଥିବା କହିବାରୁ ସେ ସେମାନଙ୍କ ନାଁ ରେ ଥାନାରେ ଏତଲା ଦେବାକୁ କହିଥିଲେ। ତଥାପି ସେମାନେ ବାଇକ ଚାବି ନ ଫେରାଇବା କାରଣରୁ

ଅଶୋକ ଶୁକ୍ରବାର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଥାନା ମାମଲା ନଂ.୧୬୭/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ପରେ ସେମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା – ୩୫(୩) ଅନୁଯାୟୀ ନୋଟିସ କରି ଥାନାରୁ ଛାଡି ଦେଇଥିଲେ। ଏଥିରେ ସେମାନେ ଉତ୍ତେଜିତ ହୋଇ ଅଶୋକ ଙ୍କୁ ଆକ୍ରମଣ ପାଇଁ ଯୋଜନା କରିଥିଲେ। ସନ୍ଧ୍ୟାରେ ଅଶୋକ ଅଟୋ ରେ କିଛି ବ୍ୟକ୍ତି ଙ୍କୁ ନେଇ ବ୍ରହ୍ମପୁର ରେ ଛାଡ଼ି ଗାଁ କୁ ଫେରୁଥିବା ବେଳେ ବ୍ରହ୍ମପୁର ସଦର ଥାନା ନଳୀହାଡ଼ ଗ୍ରାମ ନିକଟରେ ୩ ଟି ବାଇକ ରେ ସେମାନେ ତାଙ୍କୁ ପିଛା କରି ଆକ୍ରମଣ ଉଦ୍ୟମ କରିଥିଲେ। କିନ୍ତୁ ସୌଭାଗ୍ୟ ବଶତଃ ଅଶୋକ ସେଠାରୁ ଖସି ଆସି ପରଦିନ ବ୍ରହ୍ମପୁର ସଦର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ରବିବାର ଗଜପତି ଜିଲା ପର୍ଯ୍ୟଟନ କ୍ଷେତ୍ର ଜିରାଙ୍ଗ ଠାରେ କଙ୍କୋରଡ଼ା ଗ୍ରାମର ଅଶ୍ଵିନୀ ପ୍ରଧାନ ତାଙ୍କ ବହୁ ସଂଖ୍ୟକ ସାଙ୍ଗକୁ ଡକାଇ  ଜନ୍ମଦିନ ପାଳନ କରିବା ସହ ଭୋଜି କରିଥିଲେ। ସେଠାରେ ସମସ୍ତେ ମଦ୍ୟପାନ କରି ଭୋଜି ଖାଇବା ପରେ ଅଶୋକଙ୍କୁ ହତ୍ୟା ପାଇଁ ବିସ୍ତୃତ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
ସନ୍ଧ୍ୟା ରେ ସେଠାରୁ ଫେରି ଯୋଜନାବଦ୍ଧ ଭାବେ ଅଶୋକଙ୍କୁ ମରଣାନ୍ତକ ଆକ୍ରମଣ କରି ହୁଣ୍ଡାଇ ଆଉରା କାର (ନଂ. ଓଡ଼ି୦୨ ବିଏମ୍ -୬୧୪୩) ଏବଂ ମାରୁତି ସୁଜକି ବଲେନୋ କାର (ନଂ. ଓଡ଼ି୦୭ ଏ ଏଚ୍ -୬୯୯୭) ଯୋଗେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଏନେଇ ସୋମବାର ସକାଳେ ଅଶୋକ ଙ୍କ ଭାଇ ବଂଶୀଧର ବିଷୋୟୀ ପାଟପୁର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯିବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ଫେରିଥିଲେ। ତଦନ୍ତକାରୀ ଅଧିକାରୀ ବ୍ରହ୍ମପୁର ଲୋଚାପଡ଼ା ଶକ୍ତି ନଗର ୩ ୟ ଲେନ୍ ର ଏକ ଘରେ ଚଢାଉ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ  ସେମାନଙ୍କ ଠାରୁ ଏହି ଘଟଣାରେ ବ୍ୟବହୃତ ୨ ଟି କାର୍, ୬ ଟି ମୋବାଇଲ ଫୋନ୍,୨ ଟି ଖଣ୍ଡା,ହକି ଷ୍ଟିକ୍ ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ,୧୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି ପରିବାରର ଦୁଇ ଜଣଙ୍କ…

ଶ୍ରୀଦେବୀଙ୍କ ସମ୍ପତ୍ତିକୁ ନେଇ ଉଠିଲାଣି ବିବାଦ; ସୁପ୍ରିମକୋର୍ଟ ଦେଲେ ଏମିତି ପରାମର୍ଶ

ନୂଆଦିଲ୍ଲୀ,୧୬।୯: ସୁପ୍ରିମକୋର୍ଟ ବଲିଉଡର ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାରିବାରିକ ସମ୍ପତ୍ତି ସହ ଜଡ଼ିତ ବିବାଦର ସମାଧାନ ପାରସ୍ପରିକ ଆଲୋଚନା ମାଧ୍ୟମରେ କରିବାକୁ ପରାମର୍ଶ ଦେଇଛନ୍ତି। ଚେନ୍ନାଇର ଶୋଲିଙ୍ଗାନାଲୁର…

ମୂର୍ତ୍ତି ବିସର୍ଜନବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା, ଗାଁରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ସିଦ୍ଧଖଣ୍ଡି ଗାଁ ସ୍କୁଲରେ ୮ମ ଶ୍ରେଣୀରେ ପଢୁଥିବା ମରମ ଜେନାଙ୍କ ପୁଅ ସୀତାଂଶୁ (୧୩)ଙ୍କ…

୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ କଥା କହିଲେ ସଞ୍ଜୁ ସାମସନ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ‘ପ୍ଲେଇଙ୍ଗ ଇଲେଭେନ’ (ଖେଳାଳି ଦଳ)ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିନାହିଁ। ଅନ୍ୟପକ୍ଷରେ, ପୂର୍ବ ସିରିଜରୁ…

ପୁଅର ଏମିତି କାରନାମା ଦେଖି ଟେନ୍‌ସନ୍‌ରେ କରୀନା

ଆଜିକାଲି କରୀନା କପୁର ଖାନ ଭାରୀ ଟେନ୍‌ସନ୍‌ରେ ଅଛନ୍ତି। କୌଣସି ଫିଲ୍ମ ପାଇଁ ନୁହେଁ, ନିଜ ପୁଅ ପାଇଁ ସେ ବେଶ୍‌ ଚିନ୍ତିତ। ସେ ତାଙ୍କ ପୁଅ…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି, ୩୦ ବର୍ଷରେ…

ଗୁଣପୁର,୧୬ା୯(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ବୁଧବାର ଶୁଭଖୁଣ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?