Posted inଖେଳ

ଇକୋର୍ସା, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପାରାଦୀପ, ଗଜପତି ବିଜୟୀ

ଭୁବନେଶ୍ୱର, ୮ା୪(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ଏ ଓ ସିଲ୍‌ଭର-ଏ ଗ୍ରୁପ୍‌ର ୬ଟି ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇକୋର୍ସା, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପାରାଦୀପ, ଗଜପତି ଦଳ ବିଜୟୀ ହୋଇଛି। ଖୋର୍ଦ୍ଧାର ଜ୍ୟୋତି ବେହେରା ଶତକ ହାସଲ କରିଥିବାବେଳେ ଗଞ୍ଜାମ ଦଳର କେ. ଈଶ୍ୱର ପ୍ରସାଦ ୫ ଉଇକେଟ ସଫଳତା ପାଇଛନ୍ତି।
ଏମ୍‌ଜିଏମ୍‌ ଏସ୍‌ଓଏସ୍‌ ଗ୍ରାଉଣ୍ଡ: ଏଠାରେ ଇକୋର୍ସା ୧୦ ରନରେ ଭୁବନେଶ୍ୱର-ଏ ଦଳକୁ ପରାସ୍ତ କରିଛି। ଇକୋର୍ସା ୪୫ ଓଭରରେ ୭ ଉଇକେଟ ହରାଇ ୨୫୨ ରନ କରିଥିଲା। ଦଳ ପକ୍ଷରୁ ଗିରିଜା ରାଉତ ସର୍ବାଧିକ ୯୧ ରନ କରିଥିଲେ। ଜବାବରେ ଭୁବନେଶ୍ୱର-ଏ ୪୫ ଓଭରରେ ୯ ଉଇକେଟ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲା।
ବାରବାଟୀ ଷ୍ଟାଡିୟମ: ଖୋର୍ଦ୍ଧା ଦଳ ୮୭ ରନରେ କଟକ-ବି’କୁ ହରାଇଲା। ଖୋର୍ଦ୍ଧା ଦଳ ନିର୍ଦ୍ଧାରିତ ୪୩ ଓଭରରେ ୨ ଉଇକେଟ ହରାଇ ୨୪୪ ରନ କରିଥିଲା। ଦଳ ପକ୍ଷରୁ ଜ୍ୟୋତି ବେହେରା ଶତକ (୧୨୪ ରନ) ହାସଲ କରିଥିଲେ। କଟକ-ବି ୩୫ ଓଭରରେ ୧୫୭ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ବିଜୟୀ ଦଳର ରୂପକ ଜେନା ୪ ଉଇକେଟ ହାସଲ କରିଥିଲେ।
ରେଭେନ୍ସା ଗ୍ରାଉଣ୍ଡ-୧: ସୁନ୍ଦରଗଡ଼ଠାରୁ ଭଦ୍ରକ ହାରିଲା। ଭଦ୍ରକ ୩୩.୪ ଓଭରରେ ମାତ୍ର ୮୬ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ବିପକ୍ଷ ଦଳର ଆଶିଷ ତିଓ୍ବାରୀ ମାତ୍ର ୧୧ ରନ ଦେଇ ୪ ଉଇକେଟ ହାସଲ କରିଥିଲେ। ସୁନ୍ଦରଗଡ଼ ଦଳ ୨୫.୫ ଓଭରରେ ୪ ଉଇକେଟ ହରାଇ ୮୯ ରନ ସଂଗ୍ରହ କରି ନେଇଥିଲା।
ରେଭେନ୍ସା ଗ୍ରାଉଣ୍ଡ-୨: ଗଞ୍ଜାମ ଦଳ ୩ ଉଇକେଟରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଛି। କେନ୍ଦ୍ରାପଡ଼ା ୪୦.୨ ଓଭରରେ ୧୩୭ ରନରେ ସମସ୍ତ ଉଇକେଟ ହରାଇଥିଲା। ବିପକ୍ଷ ଦଳର କେ. ଈଶ୍ୱର ପ୍ରସାଦ ୩୫ ରନଦେଇ ୫ ଉଇକେଟ ସଫଳତା ପାଇଥିଲେ। ଜବାବରେ ଗଞ୍ଜାମ ୩୨.୩ ଓଭରରେ ୭ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରି ନେଇଥିଲା। କେନ୍ଦ୍ରାପଡ଼ାର ସଞ୍ଜୀବ ସାହୁ ୪ ଉଇକେଟ ନେଇଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡ: ପାରାଦୀପ ୭୧ ରନରେ ନୂଆପଡ଼ାକୁ ହରାଇଲା। ପାରାଦୀପ ଦଳ ୩୯.୩ ଓଭରରେ ୨୦୬ ରନକରି ସମସ୍ତ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ସାସ୍ବତ ମହାନ୍ତି ସର୍ବାଧିକ ୬୩ ରନ କରିଥିବାବେଳେ ବିପକ୍ଷ ଦଳର ଆୟୂଷ୍ମାନ ଗୁପ୍ତା ୪ ଉଇକେଟ ନେଇଥିଲେ। ନୂଆପଡ଼ା ଦଳ ୪୦ ଓଭରରେ ୧୩୫ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା।
ଅଡ଼ଶପୁର ଗ୍ରାଉଣ୍ଡ: ଗଜପତି ୭୯ ରନରେ କନ୍ଧମାଳକୁ ପରାସ୍ତ କଲା। ଗଜପତି ଦଳ ୩୮ ଓଭରରେ ୮ ଉଇକେଟ ହରାଇ ୨୧୧ ରନ କରିଥିଲା। ଜ୍ୟୋତି ରଞ୍ଜନ ଦଳାଇ ସର୍ବାଧିକ ୯୦ ରନ କରିଥିଲେ। ଜବାବରେ କନ୍ଧମାଳ ୩୫.୪ ଓଭରରେ ୧୩୨ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?