ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ: କଳାହାଣ୍ଡିର ଲଗାଯିବ ୨ହଜାର ଗ୍ରାମରେ ୬ଲକ୍ଷ ଗଛ

ଭବାନୀପାଟଣା,୧୬ା୯(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ବୁଧବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଏକ୍‌ ପେଡ୍‌ ମା’କେ ନାମ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲାର ୨ହଜାର ଗ୍ରାମରେ ୩ ଶହ ଲେଖାଏଁ ହିସାବରେ ୬ ଲକ୍ଷ ବୃକ୍ଷ ରୋପଣ କରାଯିବ। ଏ ନେଇ ମଙ୍ଗଳବାର ଭବାନୀପାଟଣାଠାରେ ଏକ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ବ୍ଲକ କୁଳିଆମାଲ ପଞ୍ଚାୟତରେ ଏହାର ଶୁଭାରମ୍ଭ କରାଯିବ। କାର୍ଯ୍ୟକ୍ରମରେ ଲୋକ ସଭା ସାଂସଦ, ରାଜ୍ୟ ସଭା ସଦସ୍ୟ, ବିଧାୟକ ତଥା ଜିଲାସ୍ତରୀୟ ବିଭିନ୍ନ ଅଧିକାରୀ ସାମିଲ ହେବେ। ଜିଲାର ସମସ୍ତ ପଞ୍ଚାୟତରେ ଏ ନେଇ ସଚେତନତା ରଥ ବୁଲିବ। ଗ୍ରାମାଞ୍ଚଳରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଶିକ୍ଷକ, ଅଙ୍ଗନୱାଡି, ଆଶା କର୍ମୀ, ଇକୋ କ୍ଲବ ସଦସ୍ୟ ସାମିଲ ହେବେ। ସେହିପରି ବୃକ୍ଷ ରୋପଣ ପରେ ଗଛଗୁଡିକର କେମିତି ଯତ୍ନ ନିଆଯାଉଛି ପ୍ରତି ୩ ମାସରେ ଥରେ ଯାଞ୍ଚ କରାଯିବ ବୋଲି ଜିଲାପାଳ ପ୍ରକାଶ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

କାକୁଡିଗଡ଼ିଆ ସଡ଼କ ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ତିହିଡ଼ି, ୨୩।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଅଧୀନ କାକୁଡିଗଡ଼ିଆ ଅଞ୍ଚଳରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌) ଅଧୀନରେ ଚାଲିଥିବା ସଡ଼କ ଉନ୍ନତିକରଣ କାମରେ ବ୍ୟାପକ…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ, ଛୁଟୁଛି ଅଭିନନ୍ଦନର ସୁଅ

ଦିଗପହଣ୍ଡି, ୨୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମୋକେଇ ଗ୍ରାମର ବିଶିଷ୍ଟ ଲୋକନାଟ୍ୟ କଳାକାର ଓ ପ୍ରହଲ୍ଲାଦ ନାଟକର ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ…

ପାନୀୟ ଜଳ ପ୍ରକଳ୍ପରୁ ମିଳୁନି ପିଇବା ପାଣି: ୧୦୩ରୁ ୨୨ ଅଚଳ, ବଢ଼ୁଛି ଜନ ଅସନ୍ତୋଷ

ଦିଗପହଣ୍ଡି, ୨୩ ଜୁନ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ୨୫ଟି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ସ୍ଥାପିତ ୧୦୩ଟି ପାନୀୟ ଜଳ ପ୍ରକଳ୍ପ…

ବକେୟା ଋଣ ଚାପରେ ଯୁବକଙ୍କ ଆତ୍ମହତ୍ୟା! କାଜୁ ବଗିଚାରୁ ମିଳିଲା ମୃତଦେହ

ଭଞ୍ଜନଗର, ୨୩।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।…

ବଡ଼ ଧରଣର ଚଢ଼ାଉ: ୧୯ ଦୋକାନୀ ନାଁରେ ମାମଲା ରୁଜୁ, ଜରିମାନା ଆଦାୟ

ରିଷିଡ଼ା ୨୩।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାରେ ତମାଖୁ ନିୟନ୍ତ୍ରଣ ଆଇନକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ପେଶାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri