୧୮ ଜଣ କାରିଗର ୬ ମାସ ଲାଗି ତିଆରି କରିଛନ୍ତି ଐଶ୍ୱର୍ଯ୍ୟାଙ୍କ ଗହଣା

ମୁମ୍ବଇ: ବଲିଉଡ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବଶୀଘ୍ର ହଙ୍ଗାମା କରିବାକୁ ଆସୁଛନ୍ତି । କଥା ହେଲୋ ଏବେ ଐଶ୍ୱର୍ଯ୍ୟା ତାଙ୍କ ଅପକମିଂ ଫିଲ୍ମ ‘ ପୋନ୍ନୟିନ ସେଲଭମ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏସବୁ ଭିତରେ ଏବେ ତାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା ଯୋର ଧରିଛି । ଏଥିରେ ଐଶ୍ୱର୍ଯ୍ୟା ଯେଉଁ ଗହଣା ପିନ୍ଧିଛନ୍ତି ତାହା ତାଙ୍କ ଲୁକ୍‌କୁ ଆହୁରି ସୁନ୍ଦର ଲାଗୁଛି । ହେଲେ ଏସବୁ ଗହଣା ତିଆରି କରିବାକୁ ୧୮ ଜଣ କାରିଗରଙ୍କୁ ୬ ମାସ ସମୟ ଲାଗିଥିବା ଜଣାପଡିଛି । ଫିଲ୍ମରେ ଐଶ୍ୱର୍ଯ୍ୟା ‘ନନ୍ଦିନୀ’ ଭୂମିକାରେ ନଜର ଆସିବେ । ଏହା ଏକ ଐତିହାସିକ ଚରିତ୍ର ହୋଇଥିବା ବେଳେ ଫିଲ୍ମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଗହଣା ତିଆରି କରାଯାଇଥିବା କୁହାଯାଉଛି ।
ଅତି ସୁନ୍ଦର ଲାଗୁଥିବା ଏହି ଗହଣାକୁ ହାଇଦ୍ରାବାଦର ଏକ କମ୍ପାନୀ ଦ୍ୱାରା ତିଆରି କରାଯାଇଛି । ଏହି କମ୍ପାନୀର ନାଁ ହେଲା କିଶନଦାସ ଆଣ୍ଡ କମ୍ପାନୀ । ଏହି ଗହଣା ତିଆରି କରିବାକୁ କମ୍ପାନୀର ୩ ଜଣ ଆଭୁଷଣ ଡିଜାଇନର ସାମିଲ ଥିଲେ । ଇତିହାସକୁ ଧ୍ୟାନରେ ରଖି ଏହି ଗହଣାକୁ ତିଆରି କରିବାକୁ ପ୍ରାୟ ୬ ମାସ ସମୟ ଲାଗିଥିବା ବେଳେ ୧୮ ଜଣ କାରିଗର ଏହାକୁ ତିଆରି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଦଶାହାଙ୍କ ବୈବାହିକ ଜୀବନରେ ଝଡ଼

ବମ୍ବେ: ବଲିଉଡର ଅନ୍ୟତମ ଲୋକପ୍ରିୟ ଗାୟକ ତଥା ର଼୍ୟାପର ହେଲେ ବାଦଶାହା। ଏବେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ବାଦଶାହା ଏବଂ ସ୍ତ୍ରୀ...

ବିହାରର ଏସ୍‌ଟିଇଟି ପରୀକ୍ଷାରେ ପାସ୍‌ ହେଲେ ଲୋକପ୍ରିୟ ଅଭିନେତ୍ରୀ ଅନୁପମା? ଭାଇରାଲ ହେଉଛି ରେଜଲ୍ଟ

ସୋସିଆଲ ମିଡିଆରେ ବିହାର ଏସ୍‌ଟିଇଟିର ଏକ ପରୀକ୍ଷାଫଳ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ଅନୁପମା ପରମେଶ୍ୱରନ ପରୀକ୍ଷା ପାସ କରିଥିବା ଦେଖିବାକୁ...

ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍‌

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍‌ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ।...

ସଞ୍ଜୟ ଦତ୍ତଙ୍କ ଯୋଗୁ ସ୍କୁଲର ଝିଅମାନଙ୍କର ହିରୋ ପାଲଟିଯାଇଥିଲେ ଏହି ଅଭିନେତା; ନିଜକୁ ଭାବୁଥିଲେ…

ବମ୍ବେ: ପିଲାଟିବେଳୁ ସଞ୍ଜୟ ଦତ୍ତଙ୍କ ବଡ଼ ପ୍ରଶଂସକ ଥିଲେ ବିବେକ ଓବରୟ। ସେତେବେଳେ ଗୋଟିଏ ଘଟଣା ପାଇଁ ସ୍କୁଲରେ ସେ ଝିଅମାନଙ୍କ ହିରୋ ପାଲଟିଯାଇଥିଲେ। ନିକଟରେ...

ସୋହେଲଙ୍କ ବଧୂ ସାଜିବେ ହଂସିକା, ଆଜି ପଡ଼ିବ ହାତଗଣ୍ଠି

ବମ୍ବେ: ବାଜିବ ଶାହାନାଇ। ପଡ଼ିବ ହାତଗଣ୍ଠି। ଆଜି ହାତକୁ ଦୁଇ ହାତ ହେବେ ବଲିଉଡ ଅଭିନେତ୍ରୀ ହଂସିକା ମୋଟଓ୍ବାନୀ। ପ୍ରେମିକ ସୋହେଲ କଥୁରିୟାଙ୍କ ସହ ତାଙ୍କର...

ଫେରୁଛନ୍ତି ନିନା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ନାଁ କରା ଅଭିନେତ୍ରୀ ନିନା ଗୁପ୍ତା ପୁଣିଥରେ ବଡ ପରଦାରେ ନଜର ଆସିବେ । ନିର୍ଦ୍ଦେଶକ ଅମିତ ଶର୍ମା ତାଙ୍କ ମୁଭି...

ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଏହି କାରଣରୁ ବେଦିରେ ବସିବାକୁ ମନା କରିଦେଇଥିଲେ ସଲମାନ ଖାନ୍‌

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବିବାହ ବିଷୟରେ ଅନେକ ସମୟରେ ପ୍ରଶ୍ନ ଉଠେ। ସେ କେବେ ବିବାହ କରିବେ, କାହାକୁ ବିବାହ କରିବେ ଏବଂ କରିବେ...

ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ଦେଖିବାକୁ ପାଗଳ ଦର୍ଶକେ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତ ଆଜି ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏବେବି ତାଙ୍କ ପାଇଁ...

Advertisement
Archives

Model This Week