ଜଡ଼ାଫଳ ଖାଇ ୮ ଅଙ୍ଗନଓ୍ବାଡ଼ି ଶିଶୁ ଅସୁସ୍ଥ

ମାଲକାନଗିରି,୩ା୨: ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ମୁନୁସକୋଣ୍ଡା ଗ୍ରାମରେ ବୁଧବାର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ୮ ଶିଶୁ ଜଙ୍ଗଲୀ ଜଡ଼ାଫଳ ଖାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି।
ଖବରରୁ ଜଣାପଡ଼ିଛି, କରୋନା ଯୋଗୁ ଦୀର୍ଘଦିନ ହେଲା ବନ୍ଦ ରହିଥିବା ଅଙ୍ଗନଓ୍ବାଡି କେନ୍ଦ୍ର ସୋମବାରଠାରୁ ଖୋଲାଯାଇଥିଲା। ମୁନୁସକୋଣ୍ଡା ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ ଖୋଲିଥିଲା। ମାତ୍ର ଏଠାରେ ଶିଶୁମାନଙ୍କୁ ପାଠ ପଢିବା ପାଇଁ ଅନୁମତି ମିଳିନାହିଁ। ବୁଧବାର ସକାଳେ କେନ୍ଦ୍ର ନିକଟରେ କେତେଜଣ ପିଲା ଖେଳୁଥିଲେ। ଏହି ସମୟରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଲାଗି ରହିଥିବା ଜଡ଼ାଗଛର ଫଳ ପିଲାମାନେ ଖାଇ ଦେଇଥିଲେ। କିଛି ଘଣ୍ଟା ପରେ ସେମାନଙ୍କ ମୁଣ୍ଡ ବୁଲାଇବା, ପେଟ ବ୍ୟଥା ହୋଇ ବାନ୍ତିହେବା ଲକ୍ଷଣ ଦେଖାଦେଇଥିଲା। ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି। ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିିଛି। ଏହି ଶିଶୁମାନଙ୍କ ମଧ୍ୟରେ ୨ପୁଅ ଓ ୬ଜଣ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍‌ଯାପିତ ହେଲା ନୟାଗଡ଼ ଜିଲା ମହୋତ୍ସବ

ନୟାଗଡ଼ ଅଫିସ,୨୯।୧୨- ୫ ଦିନ ଧରି ସ୍ଥାନୀୟ ଖେଳପଡ଼ିଆରେ ଚାଲି ଆସୁଥିବା ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୯ର ଶନିବାର ଉଦ୍‌ଯାପିତ ହୋଇଛି।...

ବିଜେପୁରରେ ଜିତିବା ଭଳି ଲାଗୁନି, କାହିଁକି ବଡ଼ କଥା କହିବୁ: ସୁର

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନା ବିଜେଡି ପ୍ରାର୍ଥୀ ରୀତା ସାହୁ, ଭାଜପା ପ୍ରାର୍ଥୀ ସନତ ଗଡ଼ତିଆ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ...

ମିଷ୍ଟର ଇଣ୍ଡିଆ ପ୍ରତଯୋଗିତାରେ ଜୟପୁରର ଶ୍ରୀଧର

ଜୟପୁର,୧୮ା୭(ନି.ପ୍ର.): ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଆ ଝିଅପୁଅଙ୍କ ଅଂଶଗ୍ରହଣ କିଛି କମ୍‌ ନୁହେଁ। ନିକଟରେ ଜିରୋନ ପ୍ରଡକ୍ସନ ହାଉସ ପ୍ରସ୍ତୁତ ମିଷ୍ଟର ଏବଂ ମିସ୍‌...

CORONAVIRUS UPDATE: ଆଉ ଦୁଇ ପଜିଟିଭ୍‌ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୪୫

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ସକାଳେ ବାଲେଶ୍ୱରରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ନରେ ଆଉ ଦୁଇଜଣ ଆକ୍ରାନ୍ତ...

ଜବରଦଖଲରେ ବଳଦେବଜୀଉଙ୍କ ସମ୍ପତ୍ତି

କେନ୍ଦୁଝର, ୮।୧୧(ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ କୋଟି କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଜମି ଜବରଦଖଲ ଥିଲେ ବି ଦେବୋତ୍ତର ବିଭାଗ ନିଜ...

କେନ୍ଦୁଝରରେ ଝଡପବନ ସହ କୁଆପଥର ବର୍ଷା, ଲୋକେ ଆଶ୍ୱସ୍ତ

କେନ୍ଦୁଝର, ୨୮ା୫ (ସ୍ବ.ପ୍ର./ଡି.ଏନ.ଏ.)-ଗତ କିଛି ଦିନ ହେଲା କେନ୍ଦୁଝରର ପାରଦ ଆକାଶଛୁଆଁ ହେଉଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଏଭଳି ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ କୁଆପଥର...

କଟକ ସହରରୁ ଆଉ ୭୯ କରୋନା ପଜିଟିଭ ଚିହ୍ନଟ: ସ୍ଥାନୀୟ ସଂକ୍ରମିତ ୨୩

କଟକ ଅଫିସ, ୧୮।୮(ବ୍ୟୁରୋ): କଟକ ସରରରୁ ମଙ୍ଗଳବାର ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ...

‘ମୁକ୍ତି ସଂଗ୍ରାମ ଇତିହାସର ଅମଳିନ ଅଧ୍ୟାୟ’

ଏରସମା,୬।୯(ସ୍ବ.ପ୍ର.): ସୋମବାର ଏରସମା ବିପ୍ଳବ ଦିବସ। ବ୍ରିଟିଶ ଶାସନ ବିରୋଧରେ ଏରସମାବାସୀ ଏକତ୍ରିତ ହୋଇ ଗୋଟିଏ ଥାନା ପୋଡ଼ିଦେଇଥିଲେ। ୬ ସେପ୍ଟେମ୍ବର ୧୯୪୨ରେ ଏହି ଘଟଣା...

Advertisement


Archives

Model This Week