୯ ମାସ ପରେ ଖୋଲିଲା ଇଫେଲ୍‌ ଟାଓ୍ବାର

ପ୍ୟାରିସ୍‌, ୧୬।୭: କରୋନା ମହାମାରୀ ଯୋଗୁ ୯ ମାସ ହେଲା ବନ୍ଦ ରହିଥିବା ଇଫେଲ୍‌ ଟାଓ୍ବାର ଶୁକ୍ରବାର ଖୋଲିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଟାଓ୍ବାର କେବେ ଏତେଦିନ ବନ୍ଦ ରହି ନ ଥିଲା। ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଦୈନିକ ୧୩,୦୦୦ ଦର୍ଶକଙ୍କୁ ଟାଓ୍ବାର ଉପରକୁ ଯିବା ଲାଗି ଅନୁମତି ଦିଆଯାଇଛି। ଏଥିପାଇଁ ଦର୍ଶକମାନଙ୍କୁ କୋଭିଡ୍‌ ଟିକା ନେଇଥିବା ପ୍ରମାଣ ପତ୍ର କିମ୍ବା ନେଗେଟିଭ୍‌ କୋଭିଡ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଦୀର୍ଘଦିନ ବନ୍ଦ ରହିବା ଫଳରେ ଉକ୍ତ ଟାଓ୍ବାର ପରିଚାଳନା ଦାୟିତ୍ୱ ନେଇଥିବା କମ୍ପାନୀ ଗୁରୁତର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି। ଉକ୍ତ କୀର୍ତ୍ତିରାଜିକୁ ଚଳାଇବାକୁ ହେଲେ ସରକାର ୬୦ ନିୟୁତ ୟୁରୋ ଯୋଗାଇଦେବାକୁ କମ୍ପାନୀ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବେଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ,୧୪ା୧୨: ସିଏଏକୁ ନେଇ ବିବାଦ ପ୍ରରିପ୍ରେକ୍ଷୀରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରତିପକ୍ଷ...

କରାଚି ବସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ସିନ୍ଧ ଓ ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ

କରାଚି,୧୩ ।୫: ପାକିସ୍ତାନର କରାଚିରେ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ସିନ୍ଧ ଓ ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ...

ଜେରେମି ହଣ୍ଟ୍‌ ନୂଆ ଅର୍ଥମନ୍ତ୍ରୀ

ଲଣ୍ଡନ,୧୫।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ତାଙ୍କ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ୍‌ଙ୍କୁ ଶୁକ୍ରବାର ବହିଷ୍କାର କରିଛନ୍ତି। ତାଙ୍କ ସ୍ଥାନରେ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ଜେରେମି ହଣ୍ଟଙ୍କୁ...

ପାକିସ୍ତାନରେ ପହଞ୍ଚିଲେ ୧୭ ଜଣିଆ ଆମେରିକା ପ୍ରତିନିଧି ଦଳ

ଇସଲାମାବାଦ୍‌,୭।୯: ପାକିସ୍ତାନରେ ଆମେରିକାର ୧୭ ଜଣିଆ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଶନିବାର ପାକିସ୍ତାନରେ ପହଞ୍ଚିଥିବା ପ୍ରତିନିଧି ଦଳ ଆଫଗାନିସ୍ତାନ ସମସ୍ୟା ନେଇ ପାକିସ୍ତାନ ପ୍ରତିପକ୍ଷଙ୍କ ସହିତ...

ହଂକଂ ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ…

ବେଜିଂ, ୩।୧ : ହଂକଂର ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ ଗାନ କରାଯାଇଛି। ଏହା ସହିତ ୯୦ ଜଣ ସଦସ୍ୟ...

ତାଲିମ୍‌ ପାଇଁ ଭାରତକୁ ସୈନ୍ୟ ପଠାଇବାକୁ ଚାହୁଁଛି ଆଫଗାନିସ୍ତାନ…

କାବୁଲ, ୪।୬ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶର ସ୍ଥିତି ଅସ୍ଥିର ଏବଂ ଦୁର୍ବଳ ରହିଛି। ଆଫଗାନିସ୍ତାନକୁ କ୍ଷୁଧା ଏବଂ ରୋଗର ସଙ୍କଟରୁ...

ଏହି ଦେଶରେ ଶିଶୁ ଜନ୍ମ ହେବା ପରେ ପରିବାରଠାରୁ ଅଲଗା ରହେ ମା’

ଶିଶୁ ଜନ୍ମ ହେବା ପରିବାରରେ ଅତ୍ୟନ୍ତ ଖୁସିର ବିଷୟ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ...

ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍‌ ତିଆରି କଲେ ଭାଇ

ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ...

Advertisement
Archives

Model This Week