ଢ଼େଙ୍କାନାଳରେ ଇଦ ପାଳିତ

ଢେଙ୍କାନାଳ,୨୨।୪: ଢ଼େଙ୍କାନାଳ ସହରରେ ଶନିବାର ଇଦ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ମିନାବଜାର ଠାରେ ଥିବା ମସଜିଦ ଓ କାଞ୍ଚନ ବଜାର ସ୍ଥିତ ମସଜିଦରେ ମୁସଲମାନମାନେ ସମୁହ ନମାଜ ପାଠ କରିଥିଲେ । ପରେ ସେମାନେ ଭାଇଚାରା ପରମ୍ପରାର ନିଦର୍ଶନ ସ୍ବରୂପ ସମସ୍ତଙ୍କୁ ଇଦ ମୁବାରକ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ । ବିଧାୟକ ସୁଧୀର କୁମାର ସାମଲ ଦୁଇଟି ଯାକ ମସଜିଦକୁ ଯାଇ ପ୍ରାର୍ଥନା କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ଦୁଇଟି ଯାକ ମସଜିଦର ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ବୋଲି ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଅଧିକ ଅନୁବାନ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ବିଧାୟକ ସୂଚନା ଦେଇଥିଲେ। ଏକ ମାସ ଧରି ରମଜାନ ମାସ ପାଳନ କରି ରୋଜା ତଥା ଉପବାସ ରଖି ଶେଷରେ ମୁସଲମାନ ପରିବାରର ଛୋଟ ରୁ ବଡ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦ ଉଲ୍ଲାସର ସହ ଇଦ଼ ପାଳିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କେହି ନଥିବା ସୁଯୋଗ ନେଇ ଲୁଟିନେଲେ ଦୁର୍ବୃତ୍ତ, ୩ ଲକ୍ଷ ସହ ସୁନା ଗହଣା…

କଲ୍ୟାଣସିଂହପୁର,୨୪।୪(ଦୀପକ କୁମାର ପରିଡା): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ଓ ଲୁଟ୍ ଘଟଣା ବୃଦ୍ଧି ପାଉଛି । କଲ୍ୟାଣସିଂହପୁର ବ୍ଲକର ଦାନୁ ସାହିରେ ଘରେ କେହି…

ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ: ଧାନ ସଂଗ୍ରହ କମିଟି ବୈଠକ ପୂର୍ବରୁ ଘଟିଲା..

ବରଗଡ,୨୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରହିଛି। ତେବେ ଏହି ବୈଠକ ପୂର୍ବରୁ…

ଯୌତୁକ ପାଇଁ ହତ୍ୟା, ସ୍ତ୍ରୀର ପେଟକୁ ଗୋଇଠା ମାରି ଜୀବନ ନେଇଗଲେ ସ୍ବାମୀ

ମୋରଡ଼ା,୨୪।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଯୌତୁକ ଦାବିରେ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ୍‌ରେ କ୍ରିୟାଂଶ ପାତ୍ର: ଛୁଟୁଛି ଶୁଭେଚ୍ଛାର ସୁଅ

କୃଷ୍ଣପ୍ରସାଦ,୨୪ା୪(କୈଳାସ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦଗଡ଼ର ୨ ବର୍ଷ ୪ ମାସର କ୍ରିୟାଂଶ ପାତ୍ର ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।…

ବର୍ବରତା…ମାଆର ମୁଣ୍ଡ କାଟିଲେ; ବାପା-ଭଉଣୀଙ୍କୁ ଆକ୍ରମଣ କଲେ ଝିଅ, କଟା ମୁଣ୍ଡ ପାଖରେ ରାତିସାରା ଜଗି ବସିଲେ

ନୂଆଦିଲ୍ଲୀ,୨୪ା୪: ଆସାମର ପଶ୍ଚିମ କାର୍ବି ଆଙ୍ଗଲଙ୍ଗ ଜିଲାର ଡେରାମୁଖ ଲାଲୁଙ୍ଗ ଗାଁରୁ ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀ…

ଚଳିତ ଶିକ୍ଷାବର୍ଷରେ ଏତିକି ଦିନ ସ୍କୁଲ ଖୋଲା, ଜାଣନ୍ତୁ କେଉଁ ମାସରେ କେତେ ଦିନ…

ଭୁବନେଶ୍ବର,୨୪ା୪(ସୁଚିସ୍ମିତା ସାହୁ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର…

ଗାଁ ଓଡ଼ିଶାରେ, ଭୋଟ ଦେଲେ ପଶ୍ଚିମବଙ୍ଗରେ: ଜାଣନ୍ତୁ କେମିତି…

ଭୋଗରାଇ,୨୪ା୪(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ସୀମାକୁ ଲାଗିଥିବା ପଡ଼ୋଶୀ ପଶ୍ଚିମବଙ୍ଗର ୧୬ ଜିଲାରେ ୧୫୨ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡ଼ା ନିରାପତ୍ତା ମଧ୍ୟରେ ଗୁରୁବାର…

୨୦୨୩ ହିଂସା ମାମଲା, ପଞ୍ଜାବ ଏମ୍‌ପି ଅମ୍ରିତପାଲ୍‌ ସିଂ ଗିରଫ

ଚଣ୍ଡିଗଡ଼,୨୪।୪: ୨୦୨୩ର ଅଜନାଲା ହିଂସା ମାମଲାରେ ପଞ୍ଜାବ ଏମ୍‌ପି ଅମ୍ରିତପାଲ୍‌ ସିଂଙ୍କୁ ଗୁରୁବାର ଗିରଫ କରାଯାଇଛି। ଅଜନାଲା ଥାନା ଆକ୍ରମଣ ସହ ଅମ୍ରିତପାଲ୍‌ ସମ୍ପୃକ୍ତ ଥିଲେ। ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri