Posted inପୁରୀ

‘ସାହିତ୍ୟ ସାଧନା ପାଇଁ ପ୍ରଚେଷ୍ଟା ଦରକାର’

ପୁରୀ,୧୬ା୩: ପୁରୀର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ଅଭିମାନ’ର ଚତୁର୍ଥ ବାର୍ଷିକ ଉତ୍ସବ ଜିଏସ୍‌ଟି ସମ୍ମିଳନୀ କକ୍ଷରେ ଦୋଳପୂର୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବରେ ସାମାଜିକ କର୍ମୀ ତଥା କବି ଶୈଳଜ ରବି, କଥାକାର ହିରଣ୍ମୟୀ ମିଶ୍ର, କବୟିତ୍ରୀ ସୁଚେତା ମିଶ୍ର, କବି ତଥା ଔପନାସିକ ଭବାନୀ ଶଙ୍କର ପାଟ୍ଟଯୋଷୀ ଯୋଗ ଦେଇ ସାହିତ୍ୟ ସାଧନା ପାଇଁ ପ୍ରଚେଷ୍ଟା ଦରକାର ବୋଲି ମନ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଦର୍ଶକ ମଣ୍ଡଳୀଙ୍କୁ ମୁଗ୍ଧ କରିଥିଲେ। ଏହି ପରିପ୍ରେକ୍ଷୀରେ କାନନବାଳା ନାୟକଙ୍କ ଗଳ୍ପ ସଂକଳନ ‘ଈଶ୍ବରଙ୍କ ହସ’, ବିନୋଦିନୀ ଗନ୍ତାୟତଙ୍କ ‘ବୋଉ’ ଏବଂ ଅନ୍ୟାନ୍ୟ ଗଳ୍ପ, ସୁରେନ୍ଦ୍ର କୁମାର ଦାଶଙ୍କ ‘ମଣି କାଞ୍ଚନ’, ସନ୍ତୋଷିନୀ ଦାଶ ଗିରିଙ୍କ ‘ଭକ୍ତି ଅର୍ଘ୍ୟ’, ଭବାନୀ ଶଙ୍କର ପାଟ୍ଟଯୋଷୀଙ୍କ କବିତା ସଂକଳନ ‘ଉଦାର ଅନ୍ଧାର’ ସ୍ବର୍ଗତ ଗୋଲକ ବିହାରୀ ରଥଙ୍କ ଭକ୍ତି କବିତା ସଂକଳନ ‘ସମର୍ପଣ’ ଏବଂ ବୃନ୍ଦାବନ ଦାଶଙ୍କ କବିତା ସଂକଳନ ‘ଗୀତିବୀଥି’ ଲୋକାର୍ପିତ ହୋଇଯାଇଛି । ନିଜର ସୁନ୍ଦର ଅଭିଭାଷଣରେ ବିଖ୍ୟାତ ସଂଯୋଜକ ଶ୍ୟାମ ପ୍ରକାଶ ସେନାପତି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲାବେଳେ ନିବେଦିତା ନନ୍ଦ ପ୍ରାରମ୍ଭିକ ଭକ୍ତି ସଙ୍ଗୀତ ଗାନ ଏବଂ ଶ୍ୱେତପଦ୍ମା ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି ଅବସରରେ ଅଭିମାନ ତରଫରୁ ଗୋଲକ ବିହାରୀ ରଥ ସ୍ମୃତି ପୁରସ୍କାର କବି ବୃନ୍ଦାବନ ଦାଶଙ୍କୁ , ‘ଜଗନ୍ନାଥ ଦାଶ ସ୍ମୃତି ସମ୍ମାନ ‘ କବୟିତ୍ରୀ ସୁଶ୍ରୀ ହରପ୍ରିୟା ସାହୁଙ୍କୁ, ‘ଗୋବିନ୍ଦ ଚନ୍ଦ୍ର ଦାଶ ସ୍ମୃତି ସମ୍ମାନ’ ଅନୁବାଦିକାୟ, ଗାଳ୍ପିକା ନନ୍ଦିତା ମହାନ୍ତିଙ୍କୁ ‘କବି ପଦ୍ମଜା ଶରଣ’ ଏବଂ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ‘ଅଭିମାନ ସର୍ଜକ ଯୁଗଳ ସମ୍ମାନ‘ ‘ଅଭିମାନ ବନ୍ଧୁ ସମ୍ମାନ’ ତ୍ରିଲୋଚନ ସାହୁ, ଲକ୍ଷ୍ମୀପ୍ରସାଦ ରାଉତ, ପ୍ରଶାନ୍ତ ପୋଥାଳଙ୍କୁ ପ୍ରଦାନ କରାଯାଇଥିଲା। ସଙ୍ଗୀତ ଓ ସାହିତ୍ୟର ଏହି ସର୍ଜନାତ୍ମକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଭବାନୀ ଭୂୟାଁ ।
ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରିୟା ନାୟକ, ଶରତ କୁମାର ବିଶ୍ବାଳ , କଲ୍ୟାଣି ନାୟକ, ସଂଯୁକ୍ତା ପାଢ଼ୀ, ଅଜୟ ପ୍ରଧାନ, ଚିନ୍ମୟ ବିବେକ, ସନ୍ନ୍ୟାସୀ ନାୟକ, ସୁଚିତ୍ରା ମିଶ୍ର , ଜୟଶ୍ରୀ ମୁଦ୍ରା, ଜ୍ୟୋତ୍ସ୍ନା ମହାପାତ୍ର , ଶ୍ରୀମାନ ସର୍ଗିଳା, ଓଁ ଅଭିଜ୍ଞାନ ସାହୁ, ଶାନ୍ତନୁ କୁମାର ଦାଶ, ସୁଧୀର କୁମାର ସାହୁ, ଶର୍ମିଷ୍ଠା ଜେନା, କାମଦେବ ମହାରଣା, ମନୋଜ ଦାସ, ଅତୁଲ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ସଫଳ ଭାବରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଯାଇଛି ବୋଲି ଅଭିମାନର ପ୍ରକାଶିକା ମାନମୟୀ ରଥ ଆନନ୍ଦ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?