କଳାହାଣ୍ଡିରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଜାଣନ୍ତୁ…

ଭବାନୀପାଟଣା,୧୦ା୯(ଉତ୍ତମ କୁମାର ଦାଶ): ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ରାଜ୍ୟରେ ବିଭିନ୍ନ ଜିଲାରେ ବର୍ଷା ଆରମ୍ଭ ହୋଇଯାଇଛି। ଏହିପରିପ୍ରେକ୍ଷୀରେ ଗୁରୁବାର କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜୁନାଗଡ଼ ସହର ଫତେନଗରପଡା ରାସ୍ତାରେ ଆଣ୍ଠୁଏ ପାଣି ଚାଲିବା ସହ ଘର ଭିତରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି।

ସେହିପରି ଭବାନୀପାଟଣା ସହରର ବଜାରପଡା, ତାରେଣୀ ମନ୍ଦିରପଡା ନିକଟରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଶୁକ୍ରବାର ମଧ୍ୟ ଜିଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତାକୁ ଧ୍ୟାନରେ ରଖି ଜିଲାର ସମସ୍ତ ସରକାରୀ/ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲାପାଳ ପାୱାର ସଚିନ ପ୍ରକାଶ ଘୋଷଣା କରିଛନ୍ତି। ତେବେ ଶିକ୍ଷକ ଓ କର୍ମଚାରୀ ସ୍ବାଭାବିକ ସ୍କୁଲ କାର୍ଯ୍ୟରେ ଯୋଗଦେଇ ବାକି ଥିବା କାମ ସମ୍ପୂର୍ଣ୍ଣ କରିପାରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର

ପାଟଣା, ୧୦।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତୋଣ୍ଡ ଗ୍ରାମର ଜାମୁନାଳିଆ ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ…

ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲରେ ସିନେ ତାରକା ବାବୁଶାନ୍; ଉଦ୍‌ଘାଟିତ ହେଲା ‘ମନୋଜ ଦାସ ପାଠାଗାର’

ହାଟଡିହୀ/ଛେନାପଦୀ, ୧୦।୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବେରୁଣପଦୀସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲ (UGIS)ରେ ଗୁରୁବାର ନୂତନ ଭାବେ ନିର୍ମିତ ‘ମନୋଜ…

ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ, ଲାଞ୍ଜିଗଡ଼ରୁ ଫେରୁଥିବା ବେଳେ…

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି…

ବ୍ରିକ୍ସ (BRICS) ସମ୍ମିଳନୀର ମିଳିତ ଘୋଷଣାନାମା ଉପରେ ଆଲୋଚନା: ଭାରତ ପାଇଁ ବଡ଼…

ନୂଆଦିଲ୍ଲୀ,୧୦।୯: ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ମିଳିତ ଘୋଷଣାନାମା ପ୍ରସ୍ତୁତି କ୍ଷେତ୍ରରେ ଏକ ବାଧା ଉପୁଜିଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ…

ଚାପୁଡ଼ା ମାଡ଼ର ଭୟଙ୍କର ପ୍ରତିଶୋଧ! ଫାର୍ମହାଉସରେ ଗ୍ରାମ୍ୟ କମିଟି ସଭ୍ୟଙ୍କୁ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତ ‘ଦିଗା’ ଗିରଫ

ଦିଗପହଣ୍ଡି, ୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ତିଳେଶ୍ୱର ଗ୍ରାମର ପ୍ରମୁଖ ଗ୍ରାମ୍ୟ କମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମାନନ୍ଦ (ପ୍ରେମା)…

ଦାଦନ ଯନ୍ତ୍ରଣା: ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର, ୧୦ା୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ଯନ୍ତ୍ରଣାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା…

କୋରାପୁଟ MP ସପ୍ତଗିରି ଉଲାକାଙ୍କୁ ମିଳିଲା ‘ସଂସଦ ରତ୍ନ’ ଉପାଧି! କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ପକ୍ଷରୁ ଉତ୍ସବ ଓ ସମ୍ବର୍ଦ୍ଧନା

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଏକ ବିଶେଷ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ଟିଉସନ୍‌ରୁ ଘରକୁ ଫେରୁଥିବା ସମୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ୫ ଲକ୍ଷ ସହାୟତା…

ବ୍ରହ୍ମପୁର,୧୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ବ୍ରହ୍ମପୁର ଫାଷ୍ଟଟ୍ରାକ୍ ପୋକସୋ କୋର୍ଟର ଜଜ୍ ରୋହିତ ଲାଲ ପଣ୍ଡା ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri