ଶିକ୍ଷା କାଲିର ଓ ଆଜିର

‘କାଖରେ ପୋଥି ଯାକି ଚାଲଇ ଚାଟ-ଦିଶଇ କିସୁନ୍ଦର ଗ୍ରାମର ବାଟ’ ଶିଶୁ ସାହିତି୍ୟକଙ୍କର ଏ କବିତାଂଶଟି ମଧ୍ୟରେ ଶିଶୁମାନଙ୍କର ବିଦ୍ୟାଳୟ ଗମନର ଅଭିନବ ପରିପାଟୀ ପରିସ୍ଫୁଟ। ବହିଖାତା ଭର୍ତ୍ତି ବସ୍ତାନି ଧରି ଖରା, ବର୍ଷା ଓ ଶୀତକାକରକୁ ଭ୍ରୂକ୍ଷେପ ନ କରି ବିଦ୍ୟାଳୟ ଗମନର ସାମୂହିକ ମନୋମୁଗ୍ଧକର ରୂପଲାବଣ୍ୟର ସଂଦର୍ଶନରେ ଦର୍ଶକର ମନ ଆପେ ଆପେ ପୁଲକିତ ହେଉଥିଲା। ସ୍ବର୍ଗୀୟ ସୁଷମାର ଗନ୍ତାଘର ଏଇ କୁନିକୁନି ପିଲାମାନେ ଗାଁ ଦାଣ୍ଡରେ ଧୂଳି ଉଡ଼ାଇ ଯାଉଥିବାର ଦୃଶ୍ୟ ବାସ୍ତବରେ ହୃଦୟସ୍ପର୍ଶୀ। ନିଷ୍ପାପ ନିଷ୍କଳଙ୍କ ହୃଦୟ, କୋମଳମନ, ଶାନ୍ତବିଷାଦହୀନ ମୁଖମଣ୍ଡଳରେ ଭବିଷ୍ୟତର ସମୁଜ୍ଜ୍ୱଳ ଭାଗ୍ୟଲିପିକୁ ବହନକରି ଛନ୍ଦାୟିତ ପଦନିକ୍ୱଣରେ ବିଦ୍ୟାଳୟ ଗମନର ଦୃଶ୍ୟ ପଥଚାରୀର ଦୃଷ୍ଟି ଆକର୍ଷଣର ଥିଲା ଏକ ମନୋଜ୍ଞ ଆଧାର। ସାଙ୍ଗସାଥୀଙ୍କ ସହ କେବେ କଳିଗୋଳ, ରାଗରୁଷା ତ କେବେ ପାଠ୍ୟ ପ୍ରସ୍ତୁତିରେ ବ୍ୟତିକ୍ରମଜନିତ ଗୁରୁଙ୍କର କଠିନ ଦଣ୍ଡର ସମ୍ଭାବନାକୁ ନେଇ ଭୀତତ୍ରସ୍ତ ମନରେ ବିଦ୍ୟାଳୟରେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଉପସ୍ଥିତ ହେବାର ପ୍ରତିଯୋଗିତା ବାସ୍ତବିକ ଅବିସ୍ମରଣୀୟ। ଗୁରୁ ମଧ୍ୟ କଳାପଟା ଓ ଧଳାଚକ୍‌ ଅର୍ଥାତ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ର ଏଇ ଅମୂଲ୍ୟ ଉପକରଣକୁ ନେଇ ଗଢୁଥିଲେ ଛାତ୍ରର ରଙ୍ଗିନ ଭବିଷ୍ୟତ। ସାଧାରଣ ପୋଷାକ ପରିହିତ ଗୁରୁ ମନରେ ନା ଥିଲା କିଛି ପ୍ରାପ୍ତିର ଲାଳସା ନା ପଦୋନ୍ନତି ଅବା ବେତନ ବୃଦ୍ଧିର ଚିନ୍ତା। ଜୀବନରେ ନାନା ଅର୍ଥକରୀ ଚାକିରିର ମୋହ ତ୍ୟାଗକରି ଆପଣେଇ ନେଇଥିଲେ ମଣିଷ ଗଢ଼ାର ଏ ମହତ୍‌ କର୍ମକୁ।
ଆଜି କିନ୍ତୁ ସମୟ ବଦଳିଛି। ପିଲାମାନଙ୍କର ଗାଁଦାଣ୍ଡର ଧୂଳିରେ ଅବା ବିଲଭୂଇଁର କାଦୁଆ ହିଡ଼ରେ ବିଦ୍ୟାଳୟ ଗମନର ସେ ଦୃଶ୍ୟ ଆଜି ବିରଳ। ଘରୋଇ ବିଦ୍ୟାଳୟଗୁଡ଼ିକର ପର୍ଯ୍ୟାପ୍ତ ଉପସ୍ଥିତି ପ୍ରଭାବିତ କରିଛି ପାରମ୍ପରିକ ଶିକ୍ଷାନୁଷ୍ଠାନଗୁଡିକୁ। ସରକାରୀ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ଉଦ୍‌ବେଗଜନକ ଭାବେ ହ୍ରାସ ପାଇ ଚାଲିଥିବାବେଳେ ଘରୋଇ ସ୍କୁଲରେ ଏହା ବୃଦ୍ଧି ପାଇଚାଲିଛି। ୨୦୦୭-୦୮ରେ ସରକାରୀ ସ୍କୁଲରେ ୪୩ଲକ୍ଷ ୯୨ହଜାର ପ୍ରାଥମିକ ସ୍ତରରେ ନାମଲେଖାଇ ଥିବାବେଳେ ଘରୋଇ ସ୍କୁଲରେ ନାମ ଲେଖାଇଥିଲେ ୨ଲକ୍ଷ ୨୨ହଜାର। ୨୦୧୪-୧୫ ଶିକ୍ଷାବର୍ଷ ବେଳକୁ ସରକାରୀ ପ୍ରାଥମିକ ସ୍କୁଲରେ ୪୨ଲକ୍ଷ ୨୦ହଜାର ପିଲା ନାମଲେଖାଇ ଥିବାବେଳେ ଘରୋଇ ସ୍କୁଲରେ ନାମ ଲେଖାଇଥିଲେ ୪ଲକ୍ଷ ୭୭ହଜାର, ଯାହା ୨୦୦୭-୦୮ ତୁଳନାରେ ଦୁଇଗୁଣରୁ ଅଧିକ। ବର୍ତ୍ତମାନ ଘରୋଇ ସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା ୨୦୧୪-୧୫ରୁ ଦୁଇଗୁଣ ହୁଅନ୍ତାଣି। କିନ୍ତୁ ସରକାର ଗତବର୍ଷ ଯେଉଁ ଘୋଷଣା କଲେ ଯେ ସରକାରୀ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ ଡାକ୍ତରୀ ତଥା ଅନ୍ୟାନ୍ୟ ବୈଷୟିକ ଶିକ୍ଷା କ୍ଷେତ୍ରରେ ଶତକଡ଼ା ୧୦ସିଟ୍‌ ସଂରକ୍ଷିତ ରଖାଯିବ। ଫଳରେ ଘରୋଇ ଶିକ୍ଷାନୁଷ୍ଠାନରେ ନାମଲେଖା ସାମାନ୍ୟ ଧିମେଇ ଯାଇଛି।
ପ୍ରତ୍ୟୁଷରୁ ଅଟୋ କିମ୍ବା ସ୍କୁଲ ବସ୍‌ରେ ଭର୍ତ୍ତି ହେବା ଓ ପଶୁ ଭଳି ବୁହାହୋଇ ବିଦ୍ୟାଳୟରେ ପହଞ୍ଚତ୍ବାର ସେ ଦୁଃଖ କୋମଳମତି ଶିଶୁଟି ଭିନ୍ନ କିଏ ବୁଝିପାରିବ ? ମା’ ବାପାଙ୍କର ପିଲା ଉପରେ ଅକଥନୀୟ ଚାପ ସେମାନଙ୍କୁ ଅଧିକ ଭାରାକ୍ରାନ୍ତ କରୁଛି। ମୋ ଝିଅ ବା ପୁଅ ସ୍ମାର୍ଟ ହେଉ- ଶିକ୍ଷା ଓ ଆନୁଷଙ୍ଗିକ ସମସ୍ତ ପ୍ରତିଯୋଗିତାରେ ପ୍ରଥମ ହେଉ- ଏପରି ଏକ ଦୂରାକାଂକ୍ଷିତ ଅଭିଳାଷ ଶିଶୁର ସୁସ୍ଥ ମାନସିକତାକୁ କିପରି ବିଦୀର୍ଣ୍ଣ କରୁଛି, ସେକଥା ଚିନ୍ତାକରିବାର ଅବକାଶ ସ୍ବପ୍ନ ବିଭୋର ମାତାପିତାଙ୍କ ନିକଟରେ ନାହିଁ। ଘରଠାରୁ ବିଦ୍ୟାଳୟ ଯାଏ ସବୁଠି ଉତ୍କଟ କଟକଣା। ଶିକ୍ଷା ପ୍ରତି ଶିଶୁର ସହଜାତ ଆବେଗକୁ ଏକ ପ୍ରକାର ହତ୍ୟାକରାଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ। ଶୈଶବରେ ପିଲାମାନଙ୍କୁ ଏତେ ନଷ୍ପେଷଣର ସମ୍ମୁଖୀନ ହେବାକୁ ପଡୁଛି ଯେ ଭବିଷ୍ୟତରେ କୌଣସି ଗୁରୁଦାୟିତ୍ୱ ସମ୍ପାଦନ ସମୟରେ ସେମାନଙ୍କଠାରେ ମାନବିକ ମୂଲ୍ୟବୋଧର ଅଭାବ ରହୁଛି। ଡାକ୍ତର ହୁଅନ୍ତୁୁ ଅବା ପ୍ରଶାସନିକ ଅଧିକାରୀ ଅନ୍ୟର ଦୁଃଖ ପାଇଁ ସମ୍ପୂର୍ଣ୍ଣ ଉଦାସୀନ। ଶୈଶବରେ ମୁକ୍ତ ଚିନ୍ତନରୁ ବଞ୍ଚତ୍ତ କରି ଓ ଅନ୍ୟମାନଙ୍କଠାରୁ ସେମାନଙ୍କୁ ଦୂରେଇ ରଖିବାର ପରିଣତି ସେମାନଙ୍କୁ ଏକପ୍ରକାର ସହାନୁଭୂତି ବିହୀନ କରିଦେଉଛି। ବେଳେବେଳେ ବୃଦ୍ଧ ମାତାପିତାଙ୍କ ପାଇଁ ମଧ୍ୟ ସେମାନଙ୍କ ନିଷ୍ଠୁରତା ଚରମ ସୀମାରେ ପହଞ୍ଚତ୍ଛି।
ଆଜି ବିଦ୍ୟାଳୟର ଭିତ୍ତିଭୂମି ସରସ ସୁନ୍ଦର ହୋଇଛି। ପାଠ୍ୟପୁସ୍ତକ, ଡେସ୍କବେଞ୍ଚ ଯୋଗାଣ, ଉନ୍ନତ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟୁତୀକରଣ, କମ୍ପୁଟର ଯୋଗାଣ, ମଧ୍ୟାହ୍ନଭୋଜନ, ସାଇକେଲ ଯୋଗାଣ ଓ ଅବୈତନିକ ଶିକ୍ଷାବ୍ୟବସ୍ଥା ସତ୍ତ୍ୱେ ଶିକ୍ଷାଦାନ ଆଶାନୁରୂପ ସଫଳତା ହାସଲ କରିପାରୁ ନାହିଁ। ପ୍ରତି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ, ପ୍ରତି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଓ ପ୍ରାୟ ପ୍ରତି ବ୍ଲକ୍‌ରେ ମହାବିଦ୍ୟାଳୟ ଗଢ଼ିଉଠିଥିଲେ ମଧ୍ୟ ଗୁଣାତ୍ମକ ଦୃଷ୍ଟି କୋଣରୁ ଶିକ୍ଷା ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ। ପ୍ରତିବର୍ଷ ୨-୩ ଶତାଂଶ ପିଲା ଅଧାରୁ ପାଠ ଛାଡୁଛନ୍ତି (ଡ୍ରପ୍‌ଆଉଟ୍‌)। ଏକ ସର୍ବେକ୍ଷଣ ଅନୁସାରେ କନ୍ଧମାଳ ଜିଲାରେ ଡ୍ରପ୍‌ଆଉଟ୍‌ ସଂଖ୍ୟା ସର୍ବାଧିକ ଅର୍ଥାତ ବାର୍ଷିକ ୧୮.୪୯ ଶତାଂଶ। ଯେଉଁମାନେ ବି ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଏକ ବୃହଦାଂଶ ନିଜଶ୍ରେଣୀ ପାଇଁ ଅଯୋଗ୍ୟ। ତୃତୀୟ ଶ୍ରେଣୀ ପିଲା ଓଡ଼ିଆ ପଢ଼ିପାରୁନାହିଁ। ସପ୍ତମ ଶ୍ରେଣୀ ପିଲା ଶୁଦ୍ଧ ଓଡ଼ିଆ ବାକ୍ୟଟିଏ ଲେଖିପାରୁ ନାହିଁ। ଅଥଚ ମାଟ୍ରିକ ପରୀକ୍ଷାରେ ସେହି ପିଲା ଓଡ଼ିଆରେ ୮୦ ପ୍ରତିଶତରୁ ଊଦ୍ଧର୍‌ବ ନମ୍ବର ରଖିବା ଆଶ୍ଚର୍ଯ୍ୟର କଥା ନୁହେଁକି ? ଗତ ମାଟ୍ରିକ ପରୀକ୍ଷାରେ ଓଡ଼ିଆରେ କିଛିପିଲା ଶତ ପ୍ରତିଶତ ନମ୍ବର ରଖିଛନ୍ତି। ଆମ ସମୟରେ ଅତି ମେଧାବୀ ଛାତ୍ର ଏପରିକି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ପିଲା ଓଡ଼ିଆ ମାତୃଭାଷାରେ ୭୦ପ୍ରତିଶତ ନମ୍ବର ରଖିବା କଷ୍ଟକର ଥିଲା। ଅଧିକ ନମ୍ବର ରଖିବା ଭଲକଥା; କିନ୍ତୁ ତଦନୁଯାୟୀ ଗୁଣାତ୍ମକ ବିକାଶ ସାଧିତ ହେବା ଉଚିତ।
ଗାନ୍ଧିଜୀଙ୍କ ଭାଷାରେ ଶିକ୍ଷା ଛାତ୍ରର ସାମଗ୍ରିକ ବିକାଶ ଅର୍ଥାତ-ଶାରୀରିକ, ମନସ୍ତାତ୍ତି୍ବକ ଓ ଆଧ୍ୟାମତ୍ିକ ବିକାଶକୁ ବୁଝାଏ। ଅଧିକ ନମ୍ବର ରଖି ଉଚ୍ଚ ପଦବୀ ମଣ୍ଡନ କଲେ ମଧ୍ୟ ଯଦି ଚାରିତ୍ରିକ ଶୁଦ୍ଧତା ନାହିଁ, ତେବେ ତାକୁ ପୂର୍ଣ୍ଣାଙ୍ଗ ଶିକ୍ଷା କୁହାଯାଇପାରିବ ନାହିଁ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ-୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri