ସମ୍ପୂର୍ଣ୍ଣ ହେବନି ଶିକ୍ଷା

ବଇଣ୍ଡା,୨୭ା୭ ଶିକ୍ଷାରେ ବାଧକ ସାଜିଛି କରୋନା। ମହାମାରୀ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ସ୍କୁଲ ପାଠପଢ଼ା ସ୍ବାଭାବିକ ହୋଇପାରୁ ନାହିଁ। ଅନ୍‌ଲାଇନ୍‌ କ୍ଲାସ ମଧ୍ୟ ସମସ୍ତ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ବାଧ୍ୟ ହୋଇ ସରକାର ପାଠ୍ୟକ୍ରମ ହ୍ରାସ ସହ ଶିକ୍ଷାବର୍ଷ ଗଡ଼ାଇ ନେଉଛନ୍ତି। ତେବେ କିଛିଦିନ ହେଲା କୋଭିଡ୍‌ ସଂକ୍ରମଣ ତଳମୁହାଁ ହୋଇଥିବାରୁ ରାଜ୍ୟ ସରକାର ୨୬ ତାରିଖଠାରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲି ଦେଇଛନ୍ତି। କୋଭିଡ୍‌ କଟକଣା ମାନି ସୋମବାରଠାରୁ ପାଠପଢ଼ା ଆରମ୍ଭ ହୋଇଥିବାରୁ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳର ଅନେକ ଛାତ୍ରୀଛାତ୍ର। କିନ୍ତୁ ଏଠାକାର ହାଇସ୍କୁଲଗୁଡ଼ିକରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ। ସରକାର ଶୀଘ୍ର ଶିକ୍ଷକ ନିଯୁକ୍ତି ନ ଦେଲେ ପିଲାଙ୍କ ଶିକ୍ଷା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ଅଭିଭାବକମାନେ ମତ ଦେଇଛନ୍ତି।
କିଶୋରନଗର ବ୍ଲକ ଅଞ୍ଚଳରେ ରହିଛି ୧୪ଟି ସରକାରୀ ହାଇସ୍କୁଲ। ଏଥିରୁ ୧୩ଟିରେ ବହୁ ଶିକ୍ଷକ ଓ ପିଅନ ପଦବୀ ଖାଲି ପଡ଼ିଛି। ବହୁବାର ଶିକ୍ଷା କମିଟି ପକ୍ଷରୁ ଏ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ଏହି କାରଣରୁ ଉରୁକୁଳାସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଖେଳ ଓ ସଂସ୍କୃତ ଶିକ୍ଷକଙ୍କ ସହ ୨ ପିଅନ ପଦବୀ ପୂରଣ ହୋଇପାରି ନାହିଁ। ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟରେ ୨ କଳା, ୧ ବିଜ୍ଞାନ ଓ ଖେଳ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୨ ପିଅନ ପଦବୀରେ ଏଯାଏ ନିଯୁକ୍ତି ଦିଆଯାଇ ନାହିଁ। ନାକିଚିର ମା’ ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ଶିକ୍ଷକଙ୍କ ସହ ପିଅନ ପଦବୀ ଖାଲି ପଡିଛି। ପୁଲାମ୍ବା ସରକାରୀ ଉଚ୍ଚ ବିଦ୍ୟାଳୟରେ କଳା, ଖେଳ ଶିକ୍ଷକ ପଦବୀ ପୂରଣ କରାଯାଉ ନାହିଁ। ବିଲେଇନାଳି ହାଇସ୍କୁଲରେ କଳା ବିଭାଗରେ ୨ ଜଣ ଶିକ୍ଷକ ନାହାନ୍ତି। ଜଣେ ପିଅନ ପଦବୀ ଖାଲି ପଡିଛି। ଅଙ୍ଗପଡାରେ ପ୍ରଧାନଶିକ୍ଷକ ନାହାନ୍ତି। କଳା ବିଭାଗର ଜଣେ ଶିକ୍ଷକ, ହିନ୍ଦୀ ଶିକ୍ଷକ, ଜଣେ ପିଅନ ପଦବୀରେ ନିଯୁକ୍ତି ନାହିଁ। ରଣିଆକଟା ହାଇସ୍କୁଲରେ କଳା ବିଭାଗରେ ଜଣେ, ହିନ୍ଦୀରେ ଜଣେ, ସଂସ୍କୃତରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ବାମୁର ହାଇସ୍କୁଲରେ ବିଜ୍ଞାନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡିଛି। କିଶୋରନଗର ହାଇସ୍କୁଲରେ କଳା ବିଭାଗରେ ୨, ଖେଳ ଓ ସଂସ୍କୃତ ବିଭାଗରେ ଜଣେ ଲେଖାଏ ଶିକ୍ଷକ ପଦବୀ ପୂରଣ ହୋଇପାରୁ ନାହିଁ। ଓସ୍କାପାଲି ହାଇସ୍କୁଲରେ ଜଣେ କଳା ଓ ଖେଳ ଶିକ୍ଷକ ପଦବୀ ଖାଲି ପଡିଛି। ଆମ୍ବପାଳ ହାଇସ୍କୁଲରେ ସଂସ୍କୃତ, ଖେଳ ଶିକ୍ଷକ ସହ କଳା ବିଭାଗର ଶିକ୍ଷକ ନାହାନ୍ତି। ୨ ଜଣ ପିଅନ ପଦବୀ ଖାଲି ପଡ଼ିଛି। ଇଚ୍ଛାପୁର ହୃଷୀକେଶ ଉଚ୍ଚ ବିଦ୍ୟାପୀଠରେ ୨ କଳା ଶିକ୍ଷକଙ୍କ ସହ ଜଣେ ପିଅନ ପଦବୀ ଖାଲି ପଡିଛି। କଦଳୀମୁଣ୍ଡା ହାଇସ୍କୁଲରେ ଖେଳ ଶିକ୍ଷକ ଓ ପିଅନ ନିଯୁକ୍ତି ଦିଆଯାଇ ନାହିଁ। ବଇଣ୍ଡା ଗ୍ରାମବାସୀ ୨ ମେ ୨୦୧୫ , ୧୨ ଏପ୍ରିଲ ୨୦୧୭ ଓ ୩୦ ମେ ୨୦୧୯ରେ ଜିଲା ଶିକ୍ଷାଧିକାରୀଙ୍କ ଠାରୁ ଗଣ ଶିକ୍ଷା ସଚିବଙ୍କ ପର୍ଯ୍ୟନ୍ତ, ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ବ୍ୟତୀତ ଆଉ କିଛି ମିଳିନାହିଁ। ଓସ୍କାପାଲି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କବିତା ଦଣ୍ଡପାଟ କୁହନ୍ତି, ଶିକ୍ଷକ ପଦବୀ ଖାଲି ପଡିଥିବାରୁ ପାଠ ପଢାରେ ଅସୁବିଧା ସୃଷ୍ଟି ହେଉଛି। ପଦବୀଗୁଡିକ ପୂରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ରିପୋର୍ଟରେ ଅବଗତ କରାଯାଉଛି।
କ୍ରୀଡ଼ା ପ୍ରଶିକ୍ଷଣରୁ ବଞ୍ଚିତ ହେବେ
ଉରୁକୁଳା ବିଦ୍ୟାଳୟରେ ଖେଳ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସ୍କୁଲ ଖୋଲିଥିବାରୁ ଛାତ୍ରୀଛାତ୍ରମାନନେ କ୍ରୀଡ଼ା ପ୍ରତି ଆଗ୍ରହୀ ହେବେ। କିନ୍ତୁ ବିଭାଗୀୟ ଶିକ୍ଷକ ନ ଥିବାରୁ ସେମାନେ ପ୍ରଶିକ୍ଷଣ ନେବାରୁ ବଞ୍ଚିତ ହେବେ। ଫଳରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କ୍ରୀଡାର ବିକାଶ ହୋଇପାରିବ ନାହିଁ।
-ଲକିଶ୍ୱର ପଣ୍ଡା, ଉରୁକୁଳା
ଠିକ୍‌ ଭାବେ ପଢ଼ା ହୋଇପାରିବ ନାହିଁ
ଛାତ୍ରୀଛାତ୍ରୀଙ୍କ ସଫଳତା ଭଲ ଶିକ୍ଷାଦାନ ଉପରେ ନିର୍ଭର କରେ। କିନ୍ତୁ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ଠିକ୍‌ ଭାବେ ପାଠପଢ଼ା ହୋଇପାରିବ ନାହିଁ। ସରକାର ନୂତନ ନିଯୁକ୍ତି ଦେଉ ନ ଥିବାରୁ ଶିକ୍ଷକ ଅଭାବ ସମସ୍ୟା ଲାଗିରହିଛି। ଅବସରପ୍ରାପ୍ତଙ୍କ ପରିବର୍ତ୍ତେ ଯୁବପଢିଙ୍କୁ ନିଯୁକ୍ତି ଦିଆଯାଉ।
-ସଚ୍ଚିଦାନଦ ସାହୁ, ଶିକ୍ଷାବିତ୍‌, ବଇଣ୍ଡା
ଅଭିଭାବକଙ୍କ ଭରସା ତୁଟୁଛି
ବହୁ ପୁରାତନ ସରକାରୀ ବିଦ୍ୟାଳୟରେ ଏକାଧିକ ଶିକ୍ଷକ ପଦବୀ ଖାଲି ପଡିଛି। କିନ୍ତୁ ନୂଆ ନିଯୁକ୍ତି ନିମନ୍ତେ ପଦକ୍ଷେପ ନିଆଯାଉ ନ ଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସରକାରୀ ବ୍ୟବସ୍ଥା ଉପରୁ ଭରସା ତୁଟାଇ ଅଭିଭାବକମାନେ ପିଲାଙ୍କୁ ବେସରକାରୀ ବିଦ୍ୟାଳୟକୁ ନେଇଯାଉଛନ୍ତି।
-ଲମ୍ବୋଦର ସାହୁ, ନାକିଚି
ଲୋକପ୍ରତିନିଧିମାନେ ଦୃଷ୍ଟି ଦିଅନ୍ତୁ
କିଶୋରନଗର ହାଇସ୍କୁଲରେ ଶିକ୍ଷକ ପଦବୀ ପୂରଣ ପାଇଁ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ବହୁବାର ଦାବି କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ। ସ୍ଥାନୀୟ ଲୋକ ପ୍ରତିନିଧିମାନେ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଶିକ୍ଷକ ନିଯୁକ୍ତି ପାଇଁ ଶିକ୍ଷାମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରନ୍ତୁ।
– ରମଣୀ ରଞ୍ଜନ ପ୍ରଧାନ, କିଶୋରନଗର
ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି
କିଶୋରନଗର ବ୍ଲକର ବିଭିନ୍ନ ହାଇସ୍କୁଲରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ପୂର୍ବରୁ ଶିକ୍ଷାବିଭାଗ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇଛି। ଯଥାଶୀଘ୍ର କିଭଳି ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ ସେ ନେଇ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri