Posted inଫୁରସତ

ଶିକ୍ଷା ଅନ୍ତହୀନ

ଓ୍ବାଶିଂଟନ୍‌: ନାମ ଜୟସେ ଡିଫଉ, ବୟସ ୯୦ ବର୍ଷ। ୯ ସନ୍ତାନ ସନ୍ତତିଙ୍କ ଜନନୀ, ୧୯ ଜଣଙ୍କ ଆଈ ଓ ୨୪ ଜଣଙ୍କ ଅଣଆଈ। ଆମେରିକାର ଏହି ବୃଦ୍ଧା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ତାଙ୍କ ପାଠପଢ଼ାକୁ ନେଇ। ୧୯୫୧ ମସିହାରେ ଆମେରିକାର ନର୍ଦନ ଇଲିୟନ୍ସ ୟୁନିଭର୍ସିଟିରେ ପାଠପଢ଼ା ଆରମ୍ଭ କରିଥିଲେ। ସାଢ଼େ ୩ ବର୍ଷର ଅଧ୍ୟୟନ ବେଳେ ସେ ନିକଟସ୍ଥ ଏକ ଚର୍ଚ୍ଚରେ ଡନ୍‌ ଫ୍ରିମ୍ୟାନ୍‌ଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଶେଷରେ ପ୍ରେମର ରୂପ ନେଇଥିଲା। ୧୯୫୫ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପରବର୍ତ୍ତୀ ସମୟରେ ଫ୍ରିମ୍ୟାନ୍‌ଙ୍କ ମୃତ୍ୟୁ ଘଟିଥିଲା। ଜୟସେ ପରେ ରୟ ଡିଫଉକ୍‌ଙ୍କୁ ବିବାହ କରିଥିଲେ। ଦ୍ୱିତୀୟ ସ୍ବାମୀଙ୍କ ସହ ସମ୍ପର୍କରୁ ତାଙ୍କର ୬ ପିଲା ଜନ୍ମ ହୋଇଥିଲେ। ପିଲାଙ୍କ ଲାଳନପାଳନ ଓ ଘର କଥା ବୁଝାବୁଝି ଭିତରେ ସେ ଆଉ ପାଠ ପଢ଼ିବାକୁ ସମୟ ପାଇ ନ ଥିଲେ। ଅଧୁରା ପାଠ ସମ୍ପୂର୍ଣ୍ଣ କରିବା ପାଇଁ ପରିବାର ଲୋକେ ବୁଝାଇବା ପରେ ୨୦୧୯ରେ ସେ ପୁଣି ପଢ଼ିବାକୁ ଆଗ୍ରହ ପ୍ରକାଶ କଲେ।

ସାଇତି ରଖିଥିବା ପୁରୁଣା ଷ୍ଟୁଡେଣ୍ଟ ଆଇଡି କାର୍ଡ ଧରି ସେ ପୁନର୍ବାର ନର୍ଦନ ଇଲିୟନ୍ସ ୟୁନିଭର୍ସିଟିକୁ ଗଲେ। ଅନ୍‌ଲାଇନ୍‌ରେ ପାଠପଢ଼ା ଶେଷ କରି ଏବେ ସେ ଜେନେରାଲ୍‌ ଷ୍ଟଡିଜ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଜୟସେ କହିଛନ୍ତି, ତୁମେ ନିଜ ଭିତରେ ଯେଉଁଟା ଦେଖିପାର ନାହିଁ ଲୋକେ ତାକୁ ଦେଖିଥାନ୍ତି। ଏହି ଲୋକମାନେ ମୋତେ ଭରସା କରିଥିଲେ। ଏମାନଙ୍କୁ ମୁଁ କେବଳ ଧନ୍ୟବାଦ ଦେଇପାରିବି। ସେହି ବିଶ୍ୱ ବିଦ୍ୟାଳୟରେ ପାଠ ପଢ଼ିଥିବା ଜୟସେଙ୍କ ଜଣେ ନାତୁଣୀ କହିଛନ୍ତି, ଆଈ ଯେତେବେଳେ ଶିକ୍ଷା ସମ୍ପୂର୍ଣ୍ଣ କରିବା କଥା ପ୍ରକାଶ କରିଥିଲେ, ସେତେବେଳେ ପରିବାରର ସମସ୍ତେ ‘କାହିଁକି’ ବୋଲି ପ୍ରଶ୍ନ କରିବା ପରିବର୍ତ୍ତେ ‘କାହିଁକି ନୁହେଁ’ କହିଥିଲେ। ଶିକ୍ଷାର କେବେ ଶେଷ ନ ଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri