ଶିକ୍ଷା ଓ ସାହିତ୍ୟର ବର୍ତ୍ତିକା : ବିଦ୍ୟୁତ୍‌ଲତା

ସେ ଲେଖାଲେଖିରେ ହେଉ କି ସାଙ୍ଗଠନିକ କାର୍ଯ୍ୟ ଅଥବା ଦପ୍ତର, ସବୁଠି ସବୁକ୍ଷେତ୍ରରେ ସେ ପାରଙ୍ଗମ। ସେଥିରେ ପୁଣି ଏକଦମ ପାରିବାରିକ। ଇଏ ହେଲେ ”ବିଦ୍ୟୁତ୍‌ଲତା ଦାସ“। ଦେଖିଦେଲେ ମାଆପଣର ଉଜ୍ଜ୍ବଳତା ବାରି ହୋଇପଡେ ତାଙ୍କ ଚେହେରାରେ । ବୟସ ତାଙ୍କ ପାଇଁ ସମର୍ଥ୍ୟର ମାପକାଠି ନୁହେଁ , ଏହି କଥା ସ୍ପଷ୍ଟ ବାରିହୋଇ ଦିଶୁଥାଏ ତାଙ୍କ ଆଚରଣ ଓ ଉଚ୍ଚାରଣରେ । ଶିଶୁ ଭଳି ଯେମିତି କୋମଳ ଓ ପରିଚ୍ଛନ୍ନ ତାଙ୍କ ଆପଣାପଣ, ବୟସ୍କଙ୍କ ଭଳି ସେତିକି ଗମ୍ଭୀର ଏବଂ ପରିପକ୍ୱ ତାଙ୍କ ଲେଖା ଓ ଅନୁଶାସନ । ଉଭୟ ଶିକ୍ଷା ଓ ସାହିତି୍ୟକ ସର୍ଜନା କ୍ଷେତ୍ରରେ ତାଙ୍କ ସ୍ବାକ୍ଷର ଉଜ୍ଜ୍ୱଳ । ଜଣେ ଶିକ୍ଷୟିତ୍ରୀ ହିସାବରେ ସେ ହଜାର ହଜାର କୋମଳମତି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣରେ ସହାୟକ ହୋଇଛନ୍ତି ,ପୁଣି କବିତା ରଚନା ଓ ଅନୁବାଦ ମାଧ୍ୟମରେ ସାହିତ୍ୟ କ୍ଷେତ୍ରକୁ କରିଛନ୍ତି ପରିପୁଷ୍ଟ । ଉଭୟ ବିଭା ତାଙ୍କ ବ୍ୟକ୍ତିତ୍ୱ ପାଇଁ ପରସ୍ପରର ପରିପୂରକ ସାବ୍ୟସ୍ତ ହୋଇଛନ୍ତି । ଯାଜପୁର ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା ଭାବରେ ସେ ଶିଶୁ କଲ୍ୟାଣ କ୍ଷେତ୍ରରେ କରିଛନ୍ତି ନିଷ୍ଠାପର କାର୍ଯ୍ୟ । ଜୀବନ ପ୍ରତି ଏତେ ସକାରାତ୍ମକ ଦୃଷ୍ଟିକୋଣ କେମିତି ପଚାରିଲେ ହସି ହସି ଉତ୍ତର ଦିଅନ୍ତି -‘ମଣିଷ ଯେତେବେଳେ ସମ୍ପୂର୍ଣ୍ଣ ନିଃସ୍ବ ହୋଇଯାଏ ସେତେବେଳେ, କୌଣସି ଅଭିଳାଷ , କାମନା କି ଆକାଂକ୍ଷାର ଊର୍ଦ୍ଧ୍ୱକୁ ଯାଇ ସେ ଶାନ୍ତ ଓ ସ୍ଥିର ହୋଇଯାଏ । ସଂଘର୍ଷ ଓ ଯନ୍ତ୍ରଣା ସହ ରହି ରହି ଉପଲବ୍ଧି ହୋଇଛି ଯେ, ତାକୁ ହିଁ ଈଶ୍ୱର ବେଶି ଦୁଃଖରେ ଘାଣ୍ଟି ଚାଲିଥାନ୍ତି, ଯାହାକୁ ସେ ଭଲପାଉଥାନ୍ତି । ତେଣୁ ସୁଅ ମୁହଁରେ ପତର ପ୍ରାୟେ ମୁଁ କେବଳ ଜୀବନର ସୁଅରେ ଭାସିଚାଲିଛି । ବୁଝିସାରିଛି ଅବାଞ୍ଛିତ ଅଭିଳାଷ ଭିତରେ ଛନ୍ଦିହୋଇ ଦୁଃଖକୁ ସାଉଁଟିବା ଅପେକ୍ଷା ସାମ୍ନାକୁ ଆସୁଥିବା ସବୁ ଛୋଟ ବଡ଼ ଦାୟିତ୍ୱକୁ ଖୁସି ଖୁସି ନିର୍ବାହ କରିବା ହେଉଛି ମୋ ଜୀବନ ।
ବିଦ୍ୟୁତ୍‌ଲତାଙ୍କର ସାହିତ୍ୟ ଅନୁରାଗ ଅତ୍ୟନ୍ତ ଗଭୀର । ‘ମାଟିର ମମତା’,‘ଅଞ୍ଜଳି’,‘ଶୂନ୍ୟ ହାତ’,‘ଡାଆଣୀ ଆଲୁଅ’, ‘ମିଛ ମୋହ’,‘ତୋତେ ଯାହା ମନା’,‘ମେଘର ପାଉଁଜି’, ‘ପକ୍ଷୀ ମୋହ’ ଓ ‘କେହି ଜଣେ ଭଳି’ ଲୋକପ୍ରିୟ ପୁସ୍ତକ ରଚନା କରିବା ସହ ସେ କଲ୍ଲୋଳିନୀ ପ୍ରଥମ ଓ ଦ୍ୱିତୀୟ ଭାଗ ନାମରେ ବଙ୍ଗଳା କବିତାର ଓଡ଼ିଆ ଅନୁବାଦ କରିଛନ୍ତି । ପୁଣି ରବୀନ୍ଦ୍ରନାଥଙ୍କ ‘ରାଜର୍ଷି’ , ରଞ୍ଜନ ବନ୍ଦୋପାଧ୍ୟାୟଙ୍କ ‘କାଦମ୍ବରୀ ଦେବୀର ଶେଷ ଚିଠି’, ‘ମୃଣାଳିନୀର ଆତ୍ମକଥା’ , ‘ମିଜର୍ର୍ା ଏଲିୟାଦଙ୍କ (ମିର୍ଜା ଏଲିୟାଡ୍‌)ଗୋଟିଏ ରାତିର କାହାଣୀ’ ଓ ତାରାଶଙ୍କର ‘ନା’ ଉପନ୍ୟାସର ଅନୁବାଦ କରି ବଙ୍ଗଳା ଓ ଓଡ଼ିଆ ସାହିତ୍ୟ ଭିତରେ ସମ୍ପର୍କର ସେତୁ ବାନ୍ଧିବାକୁ ସକ୍ଷମ ହୋଇପାରିଛନ୍ତି । ତାଙ୍କ କବିତାଗୁଡ଼ିକରେ ଚୁମ୍ବକୀୟ ଆକର୍ଷଣ ଯେତିକି କଥା ଓ ଅନୁବାଦରେ ସେ ମୌଳିକ, ସାବଲୀଳ ଏବଂ ଜୀବନ୍ତ ସେତିକି ।
ଏହି ମହୀୟସୀ ମହିଳା ୧୯୫୨ ମସିହା ଅକ୍ଟୋବର ୧୦ରେ ସ୍ବାଧୀନତା ସଂଗ୍ରାମୀ ରଙ୍ଗାଧର ଦାସ ଓ ବୈଦେହୀ ଦାସଙ୍କ କନ୍ୟା ରୂପେ ଭୂମିଷ୍ଠ ହୋଇଥିଲେ । ନିଜର ଅଧ୍ୟୟନ ନିଷ୍ଠା ହେତୁ ସେ ଓଡ଼ିଆରେ ସ୍ନାତକୋତ୍ତର ସହ ବି.ଏଡ୍‌. ଡିଗ୍ରୀ ଲାଭକରି ରାମବାଗ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକତାର ଜୀବନ ଆରମ୍ଭ କରିଥିଲେ । ଦଶରଥପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସେବା ନିବୃତ୍ତ ହୋଇଥିବା ବିଦ୍ୟୁତ୍‌ଲତା ଅନ୍ୟାନ୍ୟ ସମାଜ ଓ ସାହିତ୍ୟ କାର୍ଯ୍ୟରେ ଏଯାବତ ସକ୍ରିୟ ଅଛନ୍ତି। ତାଙ୍କର ସାହିତି୍ୟକ ଓ ସାମାଜିକ କାର୍ଯ୍ୟ ପାଇଁ ସେ ଯାଜପୁର ଜିଲା ଲେଖକ ସମ୍ମେଳନ ,କୋରେଇ ମଣ୍ଡଳ ସାହିତ୍ୟ ସଂସଦ , ବିବର୍ତ୍ତନ ସାହିତ୍ୟ ସଂସଦ, ଯୁଗାନ୍ତର ସାହିତ୍ୟ ସଂସଦ , ଶିଳାଲିପି ସାହିତ୍ୟ ସଂସଦ , ଧର୍ମଶାଳା ସାହିତ୍ୟ ସମାଜ , ରାଜ୍ୟ ଲେଖିକା ସଂସଦ , ଯାଜପୁର ଶାଖା , ସୁକିନ୍ଦା ସାହିତ୍ୟ ସମାଜ, ରାଧାନାଥ ପାଠାଗାର ,ସୋରୋ, ଯାଜପୁର ଜିଲା ଲେଖିକା ସଂସଦ , ଟିକି ଟିକି ତାରାଫୁଲ ପ୍ରତିଭା ସମ୍ମାନ ,ଚିରନ୍ତନୀ ସମ୍ମାନ, ସୂର୍ଯ୍ୟାସ୍ତ ପ୍ରତିଭା ସମ୍ମାନ , ସାରସ୍ବତ ସାରାଂଶ ପ୍ରତିଭା ସମ୍ମାନ ,
ବାଣୀପୀଠ ସମ୍ମାନ ଭଳି ଅସଂଖ୍ୟ ପୁରସ୍କାର ଓ ସମ୍ମାନର ଅଧିକାରିଣୀ ହୋଇଛନ୍ତି । ନିଜ ବୃତ୍ତି ଓ ପ୍ରବୃତ୍ତି ଭିତରେ ସମନ୍ବୟ ରଖିପାରୁଥିବା ବିଦ୍ୟୁତ୍‌ଲତା ଅନ୍ୟମାନଙ୍କ ପାଇଁ ନିଶ୍ଚିନ୍ତଭାବରେ ଉଦାହରଣ।
-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ,
ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?