ଶିକ୍ଷା ପ୍ରଭାବିତ

କେନ୍ଦ୍ରାପଡ଼ା ଜିଲା ଉଦୟନଗରର ଏକ ବେସରକାରୀ ସ୍କୁଲରେ ଜୁଲାଇ ମାସ ଦ୍ୱିତୀୟ ସପ୍ତାହରେ ଅଧିକ ତାପମାତ୍ରା ଓ ଅସହ୍ୟ ଗୁଳୁଗୁଳିରେ ୧୨ ଛାତ୍ରୀଛାତ୍ର ଚେତାଶୂନ୍ୟ ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଏହି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ପ୍ରାଥମିକ ସ୍କୁଲଗୁଡ଼ିକରେ ପିଲାମାନେ ଏଭଳି ସ୍ଥିତିର ସମ୍ମୁଖୀନ ହେଉଥିବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। କାରଣ ବହୁ ସ୍କୁଲରେ ବିଦ୍ୟୁତ୍‌ ନାହିଁ କି ଉନ୍ନତ ଗୃହ ନ ଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି। ଦେଖିବାକୁ ଗଲେ, ମଝି ଆଷାଢ଼ରେ ବର୍ଷା ଢାଳିବା କଥା, କିନ୍ତୁ ପୂର୍ବ ଭଳି ଏହି ସମୟରେ କମ୍‌ ବର୍ଷା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ପରିବର୍ତ୍ତିତ ଜଳବାୟୁ ସ୍ଥିତିକୁ ନିଶ୍ଚିତ କରୁଛି ଏବଂ ଶିକ୍ଷା ଉପରେ ଏହାର ପ୍ରଭାବ ଦର୍ଶାଉଛି। ପାର୍ଥକ୍ୟ ହେଉଛି, ଗ୍ରୀଷ୍ମମାସଗୁଡ଼ିକରେ ପ୍ରଚଣ୍ଡ ତାତିରେ ସ୍କୁଲ ଶିକ୍ଷା ବାଧାପ୍ରାପ୍ତ ହେବା ସହ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଜୀବନ ଯାଉଥିବାବେଳେ ବର୍ଷାଦିନେ ଏହାର ପ୍ରଭାବ ଚିନ୍ତା ବଢ଼ାଇବା ସ୍ବାଭାବିକ। ଏହା ସହ ଶିକ୍ଷା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ନିକଟରେ ପ୍ରକାଶିତ ଗ୍ଲୋବାଲ ଏଜୁକେଶନ ମନିଟରିଂ (ଜିଇଏମ୍‌) ରିପୋର୍ଟ ବିଶ୍ୱକୁ ଏହି ଗମ୍ଭୀର ସମସ୍ୟା ସମ୍ପର୍କରେ ଚେତାଇ ଦେବା କଥା। ୟୁନାଇଟେଡ୍‌ ନେଶନ୍ସ ଏଜୁକେଶନାଲ, ସାଇଣ୍ଟିଫିକ୍‌ ଆଣ୍ଡ୍‌ କଲ୍‌ଚରାଲ ଅର୍ଗାନାଇଜେଶନ(ୟୁନେସ୍କୋ) ଏବଂ ମନିଟରିଂ ଆଣ୍ଡ୍‌ ଇଭାଲ୍ୟୁଟିଂ କ୍ଲାଇମେଟ୍‌ କମ୍ୟୁନିକେଶନ ଆଣ୍ଡ୍‌ ଏଜୁକେଶନ (ଏମ୍‌ଇସିସିଇ) ତଥା କାନାଡ଼ାର ୟୁନିଭର୍ସିଟି ଅଫ୍‌ ସାସ୍‌କେଚଓ୍ବୋନ୍‌ର ମିଳିତ ସହଯୋଗରେ ପ୍ରସ୍ତୁତ ଏହିି ରିପୋର୍ଟରେ କୁହାଯାଇଛି, ଜଳବାୟୁଜନିତ ଅତ୍ୟଧିକ ଉତ୍ତାପ, ବନାଗ୍ନି, ବନ୍ୟା, ବାତ୍ୟା, ମରୁଡ଼ି, ରୋଗ ଓ ସମୁଦ୍ର ପତନ ବୃଦ୍ଧି ଚଳିତ ଦଶନ୍ଧିରେ ଶିକ୍ଷାରେ କ୍ଷତି ପହଞ୍ଚାଇଛି। ଏହା ସହ ସ୍କୁଲରେ ପିଲାମାନଙ୍କର ଜ୍ଞାନ, ଦକ୍ଷତା କମିବା ସହ ଡ୍ରପ୍‌ ଆଉଟ୍‌ ( ଅଧାରୁ ପାଠ ଛାଡ଼ିଦେବା) ସଂଖ୍ୟା ବୃଦ୍ଧି ପାଇବାର ବେଶି ସମ୍ଭାବନା ଅଛି। ଦେଖିବାକୁ ଗଲେ ଜଳବାୟୁ ବିସ୍ଥାପିତଙ୍କ ମଧ୍ୟରେ ପିଲାମାନେ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ପ୍ରଭାବିତ ହୋଇଥାନ୍ତି। ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ (ୟୁନାଇଟେଡ୍‌ ନେଶନ୍ସ ହାଇ କମିଶନ ଫର୍‌ ରିଫ୍ୟୁଜିସ୍‌)ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ୨୦ ମିଲିୟନ (ପ୍ରାୟ ୨ କୋଟି) ଲୋକ ବିସ୍ଥାପିତ ହେଉଛନ୍ତି। କେବଳ ୨୦୨୨ରେ ୩୨.୬ ମିଲିୟନ ଲୋକ ବିପର୍ଯ୍ୟୟ ଯୋଗୁ ବିସ୍ଥାପିତ ହୋଇଥିଲେ। ଭାରତ, ବାଂଲାଦେଶ, ଇଣ୍ଡୋନେସିଆ ଓ ଭିଏଟନାମ ଭଳି ଦେଶରେ ଜଳବାୟୁ ପରିବର୍ତ୍ତନ ବିପର୍ଯ୍ୟୟ ଯୋଗୁ ସମାୟିକ, ସ୍ଥାୟୀ, ସରକାରୀ ଯୋଜନାଭିତ୍ତିକ ତଥା ସୀମାପାର ବିସ୍ଥାପନ ଦେଖିବାକୁ ମିଳିଛି, ଯେଉଁଥିରେ ପିଲାମାନଙ୍କ ଶିକ୍ଷାରେ ନକାରାତ୍ମକ ପ୍ରଭାବ ପଡ଼ିଛି।
ଜିଇଏମ୍‌ ରିପୋର୍ଟର ବାସ୍ତବତା ଭାରତରେ ମଧ୍ୟ ଅନୁଭବ କରାଯାଇପାରେ। ଏଭଳି ଏକ ବିଶାଳ ଜନସଂଖ୍ୟାବହୁଳ ଦେଶରେ ଅନିୟମିତ ବର୍ଷା, ବନ୍ୟା, ବାତ୍ୟା, ମରୁଡ଼ି ବଢ଼ିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ହେତୁ ଏଗୁଡ଼ିକର ସଂଖ୍ୟା ଓ ତୀବ୍ରତା ବୃଦ୍ଧିପାଉଛି। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ (ସିଏସ୍‌ଇ) ଆକଳନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ କାରଣରୁ ୨୦୫୦ ସୁଦ୍ଧା ଭାରତରେ ପାଖାପାଖି ୬୫ ମିଲିୟନ ଲୋକ ବିସ୍ଥାପିତ ହେବେ। ଏବେ ଦେଖାଯାଉଛି, ଜଳବାୟୁଜନିତ ବିପର୍ଯ୍ୟୟ ଯୋଗୁ ବହୁ ଅଞ୍ଚଳରୁ ଲୋକେ ଅନ୍ୟତ୍ର ପଳାୟନ କରୁଛନ୍ତି। ଏହା ସହ ମରୁଡ଼ି ଯୋଗୁ ଜୀବିକା ଅନ୍ବେଷଣରେ ବିଭିନ୍ନ ସହରକୁ ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବେ ଲୋକମାନେ ଚାଲିଯାଉଛନ୍ତି। ଫଳରେ ସେମାନଙ୍କ ସହ ଯାଉଥିବା ପିଲାମାନଙ୍କର ଶିକ୍ଷାରେ ବାଧା ସୃଷ୍ଟି ହେଉଛି। ପିଲାମାନେ ନିଜ ଭାଷାରେ ଶିକ୍ଷା ପାଇପାରୁ ନାହାନ୍ତି କିମ୍ବା ସ୍କୁଲରେ ନାମଲେଖାଇ ପଢ଼ିବାର ସୁଯୋଗ ମଧ୍ୟ ପାଉନାହାନ୍ତି। ଏଭଳି ସ୍ଥିତିରେ ଅଧିକାଂଶ ପିଲା ଅଧାରୁ ପାଠପଢ଼ା ଛାଡ଼ିଦେଉଛନ୍ତି। ଭାରତରେ ଡ୍ରପ୍‌ ଆଉଟ୍‌ ସମସ୍ୟାର ବିଭିନ୍ନ କାରଣ ମଧ୍ୟରୁ ଏହା ମୁଖ୍ୟ ବୋଲି କୁହାଯାଇପାରେ। ଜଳବାୟୁ ପରିବର୍ତ୍ତନ ପ୍ରଭାବ ହେତୁ ଶିକ୍ଷାରେ ଉପୁଜୁଥିବା ଅସ୍ବାଭାବିକ ସ୍ଥିତି ଦୂର କରିବା ଲାଗି ଭିତ୍ତିଭୂମି ଓ ଜଳବାୟୁ ସୁରକ୍ଷା ବ୍ୟବସ୍ଥା ମଜଭୁତ କରାଯିବା ଆବଶ୍ୟକ। ଏହାପାଇଁ ଯୋଜନା ଓ ପାଣ୍ଠି ପ୍ରସ୍ତୁତ କରିବା ପୂର୍ବରୁ ସବୁ ସ୍ତରରେ ଚିନ୍ତାକରି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?