‘ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ତଦନ୍ତ କରୁ ଇଡି’

କଟକ ଅଫିସ,୧୫ା୧୦: ବହୁଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲା ଏବେ ହାଇକୋର୍ଟରେ ପହଞ୍ଚତ୍ଛି। ପୋଲିସ ତଦନ୍ତ ଆଗେଇ ପାରୁ ନ ଥିବାରୁ ମାମଲାର ତଦନ୍ତ ଭାର କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ଏ ସମ୍ପର୍କିତ ଜନସ୍ବାର୍ଥ ମାମଲା ରୁଜୁ କରାଯାଇ ଏହି ନିବେଦନ କରାଯାଇଛି। ଏଥିରେ ଇଡି ନିର୍ଦ୍ଦେଶକ, କେନ୍ଦ୍ର ଅର୍ଥ ସଚିବ, ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆବେଦନରେ ଦର୍ଶାଯାଇଛି , କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର ଏକ ଗରିବ ପରିବାରରୁ ଆସି ଭୁବନେଶ୍ୱରରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ ଅର୍ଚ୍ଚନା ନାଗ। ବିବାହିତା ମହିଳା ହୋଇଥିଲେ ମଧ୍ୟ ନିଜେ ଯୌନ କାର୍ଯ୍ୟରେ ଜଡ଼ିତ ହେବା ସହ ଦିଲ୍ଲୀ, ମୁମ୍ବାଇ, କୋଲକାତାରୁ ଦେହଜୀବୀ ଆଣି ନିଜ ଘର ଓ ହୋଟେଲରେ ଯୌନ କାର୍ଯ୍ୟରେ ସାମିଲ କରାଉଥିଲେ। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ ବ୍ଲାକ୍‌ମେଲ କରି ରାଜନେତା, ବ୍ୟବସାୟୀ, ପୋଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ, ରେଳ ଅଧିକାରୀ, ସିନେମା ପ୍ରଯୋଜକ, ବିଲଡର ଓ ଅନ୍ୟାନ୍ୟ ଧନଶାଳୀ ବ୍ୟକ୍ତିଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଉଥିଲେ। ୨୦୧୬ରେ ପ୍ରଥମେ ଖଣ୍ଡଗିରି ଥାନା ଅଞ୍ଚଳର ଏକ ଭଡ଼ା ଘରେ ରହି ବିଉଟି ପାର୍ଲରରେ କାର୍ଯ୍ୟ କରିଥିଲେ। ସେହି ସମୟରେ ଘର ମାଲିକଙ୍କୁ ସେକ୍ସ ଜାଲରେ ଫସାଇ ମୋଟା ଅଙ୍କର ଅର୍ଥ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଫସାଇ ପ୍ରଚୁର ଅର୍ଥ ରୋଜଗାର କରିଥିଲେ। ସେହି ଅର୍ଥରେ ସେ ଭୁବନେଶ୍ୱର ସତ୍ୟ ବିହାରରେ ରାଜକୀୟ ପ୍ରାସାଦ, ଫାର୍ମ ହାଉସ, ପୁରୁଣା କାର ଶୋରୁମ, ଗାଁରେ ସରକାରୀ ଜମିରେ ବିରାଟ ଅଟାଳିକା, କୋଟି କୋଟି ଟଙ୍କାର ସୁନା ଓ ହୀରା ଅଳଙ୍କାର, ଦାମୀଦାମୀ କାର ଆଦି କରିପାରିଛନ୍ତି। ତାଙ୍କ କଳା ସାମ୍ରାଜ୍ୟରେ ଶାସକ ଦଳର ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୋଲିସ ଉଚ୍ଚ ଅଧିକାରୀ, ପ୍ରଭାବଶାଳୀ ଆଇଏଏସ୍‌, ସୁନା ବ୍ୟବସାୟୀ, ବିଲଡର ଓ ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି ଜଡ଼ିତ ଥିବାବେଳେ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହୋଇଛି। ଥାନାରେ ଅର୍ଚ୍ଚନା ସମେତ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ ହୋଇଛି। ଅର୍ଚ୍ଚନାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରି ଜେଲ ପଠାଇଥିଲେ ବି ତଦନ୍ତ ଆଗେଇ ପାରିନାହିଁ। ରାଜ୍ୟ ପୋଲିସ ମାମଲାର ତଦନ୍ତ ଠିକ ଭାବେ କରିପାରିବେ ନାହିଁ। ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ଲୋକେ ସ୍ବାସ୍ଥ୍ୟ, ଶିକ୍ଷା, ବାସଗୃହ ଓ ଖାଦ୍ୟ ନ ପାଇ ଭୋକ ଉପାସରେ ମୃତ୍ୟୁବରଣ କରୁଥିବାବେଳେ ସେମାନଙ୍କ ଟଙ୍କାରେ ନେତା, ମନ୍ତ୍ରୀ, ଅଫିସର ଯୌନ କାମନା ମେଣ୍ଟାଉଛନ୍ତି। ତେଣୁ ଇଡି ଦ୍ୱାରା ମାମଲାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଅର୍ଚ୍ଚନାଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରି ସରକାରୀ ତହବିଲରେ ମିଶାଇବା ପାଇଁ ନିବେଦନ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri