Posted inଜାତୀୟ

ବାହୁବଳୀ ନେତା ମୁଖତାର୍‌ ଅନସାରୀଙ୍କ ଘରେ ଇଡି ଚଢାଉ

ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶର ବାହୁବଳୀ ନେତା ମୁଖତାର୍‌ ଅନସାରୀଙ୍କ ଘରେ ଇଡି ଚଢାଉ କରିଛି। ମୁଖତାରଙ୍କ ଗାଜିପୁରର ମହମ୍ମଦାବାଦସ୍ଥିତ ବାସଭବନ ଏବଂ ତାଙ୍କୁ ସହଯୋଗୀ, ପରିବାର ସଦସ୍ୟଙ୍କ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରସ୍ଥିତ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ ଇଡିର ଚଢାଉ କାର୍ଯ୍ୟ ଚାଲିଛି।
ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର୍‌ ଅନସାରୀ ଏବଂ ତାଙ୍କ ଗ୍ୟାଙ୍ଗ ସଦସ୍ୟ ଜମି ଜବରଦଖଲ ଏବଂ ବେଆଇନ ବ୍ୟବସାୟ ସହ ଜଡିତ ଅନେକ ମାମଲା ଆଧାରରେ ଜୁଲାଇ ୧, ୨୦୨୧ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଥିଲା। ଅନସାରୀ ଜେଲରେ ଅଛନ୍ତି।
ସୂଚନାଯୋଗ୍ୟ, ମୁଖତାର୍‌ ଅନସାରୀଙ୍କ ସମସ୍ୟା ଆହୁରି ବଢିପାରେ। ଏମ୍‌ପି-ବିଧାୟକ କୋର୍ଟ ତାଙ୍କ ବିରୋଧରେ ଜାଲିଆତି, ଶତ୍ରୁ ସମ୍ପତ୍ତି ଲୁଟ୍‌ ଏବଂ ବେଆଇନ ନିର୍ମାଣ ଘଟଣାରେ ମାମଲା ରୁଜୁ କରିଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୦ରେ ହେବ। ବୁଧବାର ଅନୁଷ୍ଠିତ ଶୁଣାଣି ସମୟରେ କୋର୍ଟ ଅନସାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଷ୍ଟ୍ରେନ୍‌ ଆତଙ୍କ: ୫୭୦ ବ୍ରିଟେନ୍‌ ଫେରନ୍ତାଙ୍କ ମିଳୁନି ପତ୍ତା

ଲକ୍ଷ୍ନୌ,୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ନେଇ ଏବେ ଆତଙ୍କ ଜାରି ରହିଛି। ସ୍ବଦେଶ ଫେରୁଥିବା ବ୍ରିଟେନ୍‌ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି...

ସୀମାରୁ ମିଳିଲାଣି ୧୧ ସୁଡ଼ଙ୍ଗ

ଜମ୍ମୁ,୫ା୫(ଆଇଏଏନ୍‌ଏସ୍‌): ଜମ୍ମୁର ସାମ୍ବା ସେକ୍ଟରରେ ପାକିସ୍ତାନ ସଂଲଗ୍ନ ଅନ୍ତର୍ଜାତୀୟ ବର୍ଡରରୁ ଏକ ସୁଡ଼ଙ୍ଗ ଠାବ ହେବା ପରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପାକିସ୍ତାନ ଆଗରେ...

ରାଗିଲେ ଦିଦି, ଭାଷଣ ଦେବାକୁ ମନା କଲେ

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ଭିକ୍ଟୋରିଆ ମେମୋରିଆଲ ପରିସରରେ ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାକୁ ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

୫ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ବେଙ୍ଗବେଙ୍ଗୁଲୀ ବାହାଘର, ଖୁସିରେ ନାଚିଲେ ଗାଁ ଲୋକେ…

ଜୟପୁର,୧୮।୭: ବର୍ଷାର କାମନା କରି ରାଜସ୍ଥାନରେ ବେଙ୍ଗବେଙ୍ଗୁଲୀ ବାହାଘର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ବାରାଂ ଜିଲାର ଅଟରୁ...

ଗୋଟିଏ ଦିନ ଉପବାସ ରହିବ ଡିଏମ୍‌କେ

ଚେନ୍ନାଇ,୧୮ ।୧୨: ତାମିଲନାଡୁର ରାଜନୈତିକ ପାର୍ଟି ଡିଏମ୍‌କେ ଗୋଟିଏ ଦିନ ଉପବାସ ରହି କୃଷକଙ୍କୁ ସହଯୋଗ କରିବ ବୋଲି କହିଛି । କେବଳ ଡିଏମ୍‌କେ ନୁହେଁ...

ସ୍ବଦେଶ ଫେରିିଲା ପଣ୍ଡିତ ଯଶରାଜଙ୍କ ପାର୍ଥିବ ଶରୀର

ମୁମ୍ବାଇ,୧୯।୮: ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଯଶରାଜଙ୍କ ଅଗଷ୍ଟ ୧୭ରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଆମେରିକାର...

ଡରାଉଛି ଡେଙ୍ଗୁ: ଘର ଛାଡୁଛନ୍ତି ଲୋକେ!

ଫିରୋଜାବାଦ,୪ ।୯: କରୋନା ପରେ ଏବେ ଲୋକଙ୍କୁ ଡରାଉଛି ଡେଙ୍ଗୁ । ଉତ୍ତର ପ୍ରଦେଶର ଫିରୋଜାବାଦରେ ଡେଙ୍ଗୁ ଓ ଭାଇରାଲ ଫିବରରେ ପୀଡ଼ିତ ହୋଇ ଅଧିକାଂଶ...

Advertisement
Archives

Model This Week