Posted inଜାତୀୟ

ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ,୨୨।୨: ଦେଶର ବୃହତ୍ତମ ଅନୁସନ୍ଧାନକାରୀ ସଂସ୍ଥା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ ୩୦ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରୀରେ କିରୁ ଜଳ ବିଦ୍ୟୁତ ପ୍ରକଳ୍ପ ଚୁକ୍ତି ସହ ଜଡିତ ଦୁର୍ନୀତି ମାମଲାରେ ଏହି ସିବିଆଇ ଚଢ଼ାଉ କରାଯାଉଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ କିରୁ ଜଳ ବିଦ୍ୟୁତ ପ୍ରକଳ୍ପ ମାମଲାରେ ସତ୍ୟପାଲ ମଲିକଙ୍କ ଘର ଉପରେ ସିବିଆଇ ଚଢାଉ କରିଛି। ଗତ ବର୍ଷ ମେ ମାସରେ ମଧ୍ୟ ସିବିଆଇ ସମାନ ମାମଲାରେ ୧୨ଟି ସ୍ଥାନ ଉପରେ ଚଢାଉ କରିଥିଲା, ସେଥିମଧ୍ୟରୁ ସତ୍ୟପାଲ ମଲିକଙ୍କ ପୂର୍ବତନ ସହଯୋଗୀ ସ୍ଥାନ ଥିଲା। ତଦନ୍ତକାରୀ ସଂସ୍ଥା ସତ୍ୟପାଲ ମଲିକଙ୍କ ମିଡିଆ ପରାମର୍ଶଦାତା ଥିବା ସୌନକ ବାଲିଙ୍କ ଘରେ ଚଢାଉ କରିଥିଲା।
ଉତ୍ତରପ୍ରଦେଶ (ୟୁପି) ର ବାଗପାଟର ବାସିନ୍ଦା ସତ୍ୟପାଲ ମଲିକ ମିରୁଟର ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଛନ୍ତି। ତାଙ୍କର ରାଜନୈତିକ କ୍ୟାରିୟର ୧୯୭୪ରେ ବାଗପାଟରୁ ବିଧାୟକ ଭାବରେ ଆରମ୍ଭ ହୋଇଥିଲା। ୧୯୮୦ରେ ସେ ରାଜ୍ୟ ସଭାରେ ପହଞ୍ଚିଥିଲେ। ତା’ପରେ ୟୁପିରେ ଆଲିଗଡରୁ ଏମ୍‌ପି ହୋଇଥିଲେ। ୧୯୯୬ରେ ସମାଜବାଦି ପାର୍ଟି (ଏସପି) ଟିକେଟ ପାଇଥିଲେ କିନ୍ତୁ ଏହି ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା।
ତା’ପରେ ୨୦୦୪ରେ ସେ ଭାଜପାର ଅଂଶ ହୋଇଥିଲେ ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ଏଥର ମଧ୍ୟ ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା। ୨୦୧୨ରେ, ତାଙ୍କୁ ଭାଜପାର ରାଷ୍ଟ୍ରୀୟ ଉପସଭାପତି କରାଯାଇଥିଲା ଏବଂ ତା’ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ୪ଟି ରାଜ୍ୟର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri