Posted inଜାତୀୟ

ଇଡି ସହକାରୀ ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ,୮ା୮: ମୁମ୍ବାଇର ଜଣେ ଜୁଏଲରଙ୍କଠାରୁ ୨୦ ଲକ୍ଷ ଟଙ୍କା ଜରିମାନା ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହକାରୀ ନିର୍ଦ୍ଦେଶକଙ୍କୁ ସିବିଆଇ ଗିରଫ କରିଛି। ଇଡି ପକ୍ଷରୁ ଗତ ୩ ଓ ୪ ତାରିଖରେ ଉକ୍ତ ଜୁଏଲେରୀ ପରିସରରେ ଚଢ଼ାଉ କରାଯାଇଥିଲା। ଜୁଏଲରଙ୍କ ପୁଅ ଯଦି ୨୫ ଲକ୍ଷ ଟଙ୍କା ନ ଦିଅନ୍ତି, ତେବେ ତାଙ୍କୁ ମିଛ ମାମଲାରେ ଫସାଇ ଗିରଫ କରାଯିବ ବୋଲି ଆସିଷ୍ଟାଣ୍ଟ ଡାଇରେକ୍ଟର ସନ୍ଦୀପ ସିଂ ଯାଦବ ଧମକ ଦେଇଥିଲେ। ବୁଝାମଣା ପରେ ଉତ୍କୋଚ ପରିମାଣ ୨୦ ଲକ୍ଷ ଟଙ୍କାକୁ କମାଇ ଦିଆଯାଇଥିଲା। ଲାଞ୍ଚ ନେଉଥିବା ବେଳେ ଯାଦବଙ୍କୁ ସିବିଆଇ ଟିମ୍‌ ଧରିଥିଲା। ଯାଦବ ଗିରଫ ହେବା ପରେ ଇଡି ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଛି। ଏଥିସହ ତାଙ୍କର ନୂଆଦିଲ୍ଲୀ ବାସଭବନରେ ଉଭୟ ଇଡି ଏବଂ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ଯାଦବଙ୍କୁ ଧରିବା ପାଇଁ ସିବିଆଇର ଦୁର୍ନୀତି ନିବାରଣ ବିଭାଗ ଲଜପତ ନଗର ବଜାରରେ ଜାଲ ବିଛାଇଥିଲା। ଯାଦବ ପୂର୍ବରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ରେ କାର୍ଯ୍ୟ କରୁଥିବା ବେଳେ ଗତବର୍ଷ ମେ’ରେ ଇଡିର ସହକାରୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଡ୍ଡାଙ୍କ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବାହାରିଲା ସାପ, ଭାଜପା ଅଧ୍ୟକ୍ଷ କହିଲେ…

ପାଟନା,୭।୯: ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଦୁଇ ଦିନିଆ ଗସ୍ତରେ ବିହାରରେ ଅଛନ୍ତି। ପାଟନାରେ ଥିବା ଇନ୍ଦିରା ଗାନ୍ଧୀ...

ସଞ୍ଜୟ ରୟଙ୍କୁ ଜାମିନ ଦିଆଯିବ….ସିବିଆଇକୁ ସିଧା ଶୁଣାଇଦେଲେ କୋର୍ଟ

କୋଳକାତା,୭।୯: ‘ଆମେ ସଞ୍ଜୟ ରୟଙ୍କୁ ଜାମିନ ଦେଇ ଦେବା ଉଚିତ… କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାର...

ଯୋଗୀଙ୍କ କାନରେ ଏମିତି କ’ଣ କହିଲେ ଉପରାଷ୍ଟ୍ରପତି, ହସି ପକାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୭।୯: ରାଜନୀତିର ଏକ ଭାଇରାଲ ଫଟୋକୁ ନେଇ ଏବେ ଆଲୋଚନା ଯୋର ଧରିଛି। ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇ ରହିଛି। ଏହି ଫଟୋ...

‘କବରରେ ଶୋଇଥିବା ଭୋଟରଙ୍କୁ…’ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ଏମିତି କହିଲେ ଶାହା

ଶ୍ରୀନଗର,୭।୯: ଜମ୍ମୁ କଶ୍ମୀରରେ ନିର୍ବାଚନ ପାଇଁ ଅଧିକ ସମୟ ବାକି ନାହିଁ। ନିର୍ବାଚନ ପୂର୍ବରୁ ପ୍ରଥମ ରାଲିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ...

ମଣିପୁରରେ ପୁଣି ବ୍ୟାପିଲା ହିଂସା, ଜିରିବାମରେ ୫ ମୃତ

ଇମ୍ଫାଲ,୭।୯: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ଗତ କିଛିମାସ ହେବ ମଣିପୁର ହିଂସାର ନିଆଁରେ ଜଳିବାରେ ଲାଗିଛି। ଏବେ ଜିରିବାମରେ ହୋଇଥିବା ହିଂସାରେ ୫...

ନିର୍ବାଚନ ପାଇଁ ଭାଜପାର ଖାସ୍‌ ପ୍ଲାନିଂ: ନିତିନ ଗଡକରୀଙ୍କୁ ବଡ଼ ଦାୟିତ୍ୱ

ପୁଣେ,୭।୯: ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ମହାରାଷ୍ଟ୍ରର ସମସ୍ତ ଭାଜପାନେତା ଅଂଶଗ୍ରହଣ କରିବେ। ମହାରାଷ୍ଟ୍ର ଭାଜପା ୟୁନିଟ...

୩ ଡାକ୍ତର ନିଲମ୍ବିତ, ସନ୍ଦୀପ ଘୋଷଙ୍କୁ କାରଣ ଦର୍ଶାଅ ନୋଟିସ୍‌

କୋଲକାତା,୭ା୯: ଆର୍‌.ଜି କର ମେଡିକାଲ ମାମଲାରେ ପଶ୍ଚିମବଙ୍ଗ ମେଡିକାଲ କାଉନସିଲ (ଡବ୍ଲ୍ୟୁବିଏମ୍‌ସି) ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ଡବ୍ଲ୍ୟୁବିଏମ୍‌ସି ତିନି ଜଣ ଡାକ୍ତରଙ୍କୁ...

ଟ୍ୟୁସନରୁ ଫେରୁଥିଲେ ନବମ ଶ୍ରେଣୀ ଛାତ୍ରୀ, ବାଟରେ ହେଲା ବଳାତ୍କାର:ଅର୍ଦ୍ଧନଗ୍ନ ଅବସ୍ଥାରେ…

କୋଲକାତା,୭।୯: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିବାର ଏକ ମାସ ହୋଇନାହିଁ। ସେପଟେ ହୁଗ୍‌ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri