Advertisement

ଆର୍ଥିକ ଅଭିବୃଦ୍ଧି ଆଶା ଉଜ୍ଜୀବିତ

ଯୋଡ଼ା,୨୦।୧୧(ଡି.ଏନ.ଏ): ପୂର୍ବରୁ ଲାଗୁ ହୋଇଥିବା ଲୁହାପଥର ରପ୍ତାନି କର ଯୋଗୁଁ ଦେଶରେ ରପ୍ତାନି କମିଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରପ୍ତାନି କରକୁ ହ୍ରାସ କରିଛନ୍ତି। ଶୁକ୍ରବାର ରାତିରେ କେନ୍ଦ୍ର ସରକାର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କର ହ୍ରାସ ପରେ ଦେଶରେ ରୁଗ୍‌ଣ ହୋଇ ପଡ଼ିଥିବା ଶିଳ୍ପ ପୁନଃ ଚାଲିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଆର୍ଥିକ ଅଭିବୃଦ୍ଧିର ସମ୍ଭାବନା ମଧ୍ୟ ଉଜ୍ଜୀବିତ୍‌ ହୋଇଛି।
ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲଙ୍କ ସୂଚନା ମୁତାବକ, ଶତକଡ଼ା ୫୮ ପ୍ରତିଶତ ଲୁହାପଥରର ମାନ (ଗ୍ରେଡ୍‌)ରୁ କମ୍‌ ଥିବା ଲୁହାପଥର ଲମ୍ପସ, ଫାଇନ୍ସ ଉପରେ କୌଣସି ରପ୍ତାନି କର ଲାଗୁ ହେବ ନାହିଁ । ୫୮ପ୍ରତିଶତ ଓ ତଦୂଦ୍ଧର୍‌ବ ଥିବା ଗ୍ରେଡ୍‌ ଲୁହାପଥର ଉପରେ ଶତକଡ଼ା ୩୦ ପ୍ରତିଶତ ଲାଗୁ କରାଯାଇଛି। ସେହିପରି ପିଗ୍‌ ଆଇରନ, ଆଇରନ ଓର ପିଲେଟ, ଷ୍ଟିଲ୍‌ ପ୍ରଡକ୍ଟ ଉପରେ କୌଣସି ରପ୍ତାନି କର ଲାଗୁ ହେବ ନାହିଁ। ଚଳିତ ବର୍ଷ ମେ ମାସଠାରୁ ଶତକଡ଼ା ୫୮ଗ୍ରେଡ୍‌ରୁ କମ୍‌ ଥିବା ଲୁହାପଥର ଉପରେ ଶତକଡ଼ା ୫୦ ପ୍ରତିଶତ ରପ୍ତାନି କର ଲାଗୁ କରାଯାଇଥିଲା। ଏହାଦ୍ବାରା ଭାରତରୁ ଲୁହାପଥର ରପ୍ତାନିରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଥିଲା। ଏହା ଦ୍ୱାରା ଘରୋଇ ବଜାରରେ ଷ୍ଟିଲ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଥିଲା।
ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବରରେ ୧.୫ ମିଲିୟନ ଟନ୍‌ ରପ୍ତାନି ହୋଇଥିବା ବେଳେ ଚଳିତ ବର୍ଷ ୨୦୨୨ରେ ଏହା ହ୍ରାସ ପାଇ ୩ ଲକ୍ଷ ୬୦ ହଜାର ମେଟ୍ରିକ୍‌ ହୋଇଛି। ରପ୍ତାନି କର ବୃଦ୍ଧି ଯୋଗୁଁ ପିଲେଟ୍‌ ରପ୍ତାନି ବନ୍ଦ ହୋଇଯାଇଥିଲା। ଏହାଦ୍ବାରା ଦେଶରେ ପିଲେଟ୍‌ ଶିଳ୍ପ ସଙ୍କଟରେ ପଡ଼ିଥିଲା। ଅଧିକାଂଶ ପିଲେଟ କାରଖାନା ବନ୍ଦ ହେବାକୁ ବସିଥିଲା। ଶିଳ୍ପ ସଂଘଗୁଡ଼ିକ ରପ୍ତାନି କର ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କଠାରେ ଦାବି କରି ଆସୁଥିଲେ। ଲୁହାପଥରର ରପ୍ତାନି ହ୍ରାସ ପରେ ମୂଲ୍ୟ ଅହେତୁକ ଭାବେ ହ୍ରାସ ଘଟିଥିଲା। ଫଳରେ ସରକାରଙ୍କ ରାଜସ୍ବ ଆଦାୟ ଉପରେ ବ୍ୟାପକ ପ୍ରଭାବ ପଡ଼ିଥିଲା। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଥିଲେ। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେବା ପରେ ବିଭିନ୍ନ ଖଣିରେ ଲୁହାପଥର କାରବାରକୁ ନେଇ ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୁହାପଥର ଗ୍ରେଡ୍‌କୁ ହେରଫେର କରି ଅଧିକ ଗ୍ରେଡ୍‌ର ଲୁହାପଥରକୁ ୫୮ପ୍ରତିଶତ ଗ୍ରେଡ୍‌ରୁ କମ୍‌ ଦର୍ଶାଇ ରପ୍ତାନି କରି ଅନିୟମିତତା କରିବାର ଆଶଙ୍କା ରହିଥିବା ଖଣି ବିଶାରଦମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପାଇଁ ବଳିପଡ଼ିଲା

ଢେଙ୍କାନାଳ ଅଫିସ,୨।୯: ପୌର ନିର୍ବାଚନକୁ ବିତିଛି ୬ମାସ। ପୌରାଧ୍ୟକ୍ଷା-ଉପାଧ୍ୟକ୍ଷ, ବିଜେଡି-ଭାଜପା କାଉନ୍‌ସିଲରଙ୍କ କାଦୁଅ ଫିଙ୍ଗା ରାଜନୀତି ମଧ୍ୟରେ ବିତିଛି ଏହି ମୂଲ୍ୟବାନ ସମୟ। ଏହି ବିବାଦରେ...

ସରକାରୀ ଶୋଷଣର ଶିକାର ହେଉଛନ୍ତି ଚାଷୀ

ବ୍ରହ୍ମପୁର ଅଫିସ୍‌,୬ା୧୨- ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି କୃଷି ଏବଂ କୃଷକ ଓ ଦେଶ ବଞ୍ଚାଅ ଡାକରା ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ...

ଗାଡି ଚାଳକଙ୍କ ମୃତ୍ୟୁକୁ ନେଇ ଥାନାରେ ଉତ୍ତେଜନା

ତିହିଡି,୫।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡି ଥାନା ଜାମଯୋଡି ପଞ୍ଚାୟତ ଅଧିନ ବାଲିଦାଣ୍ତି ଗ୍ରାମର ଜଣେ ଗାଡି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ...

ବଦଳିବ ଅନୁଗୋଳ ଷ୍ଟାଡିୟମ ରୂପ:ଭିତ୍ତିଭୂମି ପରଖିଲେ ଆର୍କିଟେକଚର୍‌

ଅନୁଗୋଳ ଅଫିସ, ୧୩।୮ ବଦଳିବ ଅନୁଗୋଳ ଷ୍ଟାଡିୟମ ରୂପରେଖ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହାର ନବକଳେବର କରାଯିବ। ଏଥିସହ ବିଭିନ୍ନ ଖେଳ ସୁବିଧାରେ ଏଠାରେ ଯେପରି ଆୟୋଜନ...

ହରପାର୍ବତୀଙ୍କ ବିବାହ ଲାଗି ଲଗ୍ନଧରା

ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ଖରିଦା ଗ୍ରାମରେ ଥିବା ବିଶାଳପୋଖରୀର ମା’ଶକ୍ତି ପୀଠ ପରିସରରେ ହରପାର୍ବତୀଙ୍କ ବିବାହ ନିମନ୍ତେ ଲଗ୍ନଧରା କାର୍ଯ୍ୟ ଅନୁଷ୍ଠିତ...

ପୁରୀରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଦିବାନା ବେହେରା ଗୁରୁତର; ପାଲଟା ଆକ୍ରମଣରେ ପୋଲିସ ଆହତ

ପୁରୀ ଅଫିସ,୨୫।୮: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ଆଶ୍ରମ ଛକରେ ଶନିବାର ବିଳମ୍ବିତ ରାତିରେ କୁମ୍ଭାରପଡା ଓ ବାସେଳି ସାହି ଥାନା ପୋଲିସ ପକ୍ଷରୁ...

ଟିଏଫ୍‌ଏଲ୍‌ ପାଇଁ ଆସିଲା ଯନ୍ତ୍ରାଂଶ

ତାଳଚେର,୨୩ା୭(ନି.ପ୍ର.): ଅନୁଗୋଳ ଜିଲାର ତାଳଚେର ସାର କାରଖାନାଠାରେ ନିର୍ମାଣାଧୀନ ଦେଶର ପ୍ରଥମ କୋଇଲା ଗ୍ୟାସ୍‌ ଭିତ୍ତିକ ସାର କାରଖାନା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌ (ଟିଏଫ୍‌ଏଲ୍‌) ନିମନ୍ତେ...

ତେଲ ଚୋରି ଉଦ୍ୟମ, ବୋଲେରୋ-ବାଇକ୍‌ ଜବତ, ୪ ଗିରଫ

ବଡ଼ବିଲ,୧୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ବୁଧବାର ଠାକୁରାଣୀ ଅଞ୍ଚଳରୁ ୨ଟି ଗ୍ୟାଲେନ ଭର୍ତ୍ତି ୧୦୦ ଲିଟର ଚୋରା ଡିଜେଲ, ଏକ ବୋଲେରୋ ଏବଂ ଏକ...

Advertisement
Archives

Model This Week