Posted inଫୁରସତ

‘ତଥାପି ମୋ ଗାଁ ହସୁଛି’

”ଫୁଲଟିଏ ନାହିଁ, ଗ୍ରାମଦେବତୀ ମୋ ଫୁଲବିନା ପୂଜା ପାଉଛି। ନେତାଙ୍କ ଉପରେ ସଜଫୁଟା ଫୁଲ କେତେ ଯେ ଅଜଡ଼ା ହେଉଛି। ଆଉ ସେବକ ଆମର କହିକି, ଯିଏ ସେ ଶୋଷଣ ଆମକୁ କରୁଛି, ମୋ ଗାଁ ପୁଅ ଶାସକ ହେଇକି ମୋରି ମା’କୁ ଶୋଷୁଛି। ତଥାପି ମୋ ଗାଁ ହସୁଛି…“ ଏମିତି ଅନେକ କବିତା ତାଙ୍କ କଲମ ମୁନରେ ଫୁଟିଉଠେ। ଯେମିତିକି ଗାଁ, ମା’ମାଟିର କଥା କହେ ତାଙ୍କ କବିତା । ହଜିଯାଉଥିବା ଗାଁର ମହକକୁ ବାସ୍ନାମୟ କରାନ୍ତି ସେ ତାଙ୍କ କଥା କବିତାରେ। ଏମିତି ସୃଜନଶୀଳତାର ଭିଡ଼ଭିତରୁ ବାରିହୋଇ ପଡ଼ୁଥିବା ସେ ଜଣେ ଭିନ୍ନ ମଣିଷ ।

ସେ ଏକାଧାରରେ ଜଣେ ଗୀତିକାର, କବି, ଲେଖକ ଭାବେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ପେସା ତାଙ୍କର ଚିକିତ୍ସା କିନ୍ତୁ ନିଶା ସାହିତ୍ୟ ସାଧନା। ସେ ହେଲେ ଡାକ୍ତର ଶୁଭ ଦାଶ। ଘର ଜଗତ୍‌ସିଂହପୁର ଜିଲା ମଇନ୍ଦିପୁର ଗ୍ରାମରେ। ପିତା ବିଭୂତି ଭୂଷଣ ଦାଶ ଓ ମାତା କବିତା ଦାଶ। ସେ କୁହନ୍ତି, ‘ମୋ ସ୍କୁଲ ଜୀବନରୁ ହିଁ ମୁଁ ଲେଖାଲେଖି ଆରମ୍ଭ କରିଛି। କଲେଜ ପଢ଼ା ବୟସରେ ମଧ୍ୟ ନାନା ପ୍ରକାର ଚଳନ୍ତି ଘଟଣାର ସମସ୍ୟାକୁ ନେଇ କିଛିକିଛି କବିତା ଲେଖୁଥିଲି। ତେବେ ସାମାଜିକ ଗଣମାଧ୍ୟମରେ ମୋର କେତୋଟି କବିତା ବେଶ୍‌ ଲୋକପ୍ରିୟ ହୋଇପାରିଛି। କାରଣ ଆଜିକାଲି ସମାଜର ପ୍ରାୟ ସବୁ କ୍ଷେତ୍ରରେ ଦୁର୍ନୀତି ବଢି ବଢି ଚାଲିଛି। ଯାହା ସମାଜ ଉପରେ ବହୁତ ଖରାପ ପ୍ରଭାବ ପକାଇବା ସହ ପ୍ରକାରନ୍ତରେ ବ୍ୟକ୍ତିବିଶେଷଙ୍କୁ ବହୁତ ପ୍ରଭାବିତ କରୁଛି। ତେଣୁ ସୁସ୍ଥ ସମାଜ ଲାଗି ସକାରାତ୍ମକ ଚିନ୍ତନ ଓ କାର୍ଯ୍ୟର ଆବଶ୍ୟକତା ରହିଛି। ଯେଉଁଥିପାଇଁ ମୁଁ ଚିନ୍ତା କଲି କ’ଣ କରି ସମାଜର କିଛି ପରିବର୍ତ୍ତନ କରିପାରିବି। ତା’ପରେ ମୋର ଆରମ୍ଭ ହେଲା ବିଭିନ୍ନ ପ୍ରସଙ୍ଗକୁ ନେଇ ସଚେତନଧର୍ମୀ କବିତା ଲେଖିବା। ମୁଁ ଭାବେ ଔଷଧରେ ରୋଗକୁ ଏବଂ କବିତାରେ ମନକୁ ସୁସ୍ଥ ରଖାଯାଇପାରେ। ପିଲାଟିଦିନୁ ଗାଁ ପରିବେଶରେ ବଢିଛି । ତା’ର ମାଟି, ପାଣିପବନ ମତେ କବିତା ଲେଖିବାକୁ ଆହ୍ବାନ ଦେଇଛି। ପ୍ରଥମେ ନିଜ ଅନୁଭୂତିରେ ଗାଁ ପରିସ୍ଥିତିକୁ ନେଇ ଏକ କବିତା -‘ତଥାପି ମୋ ଗାଁ ହସୁଛି’ ଲେଖିଥିଲି। ଏହା ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ବିଭିନ୍ନ ପୁରପଲ୍ଲୀର ସାଧାରଣ ଲୋକଙ୍କ ପାଖରେ ଖୁବ୍‌ ଆଦୃତ ହେବା ସହ ଓ ପ୍ରଶଂସା ସାଉଁଟିଲା। ଏଥିଯୋଗୁ ମୋ ମନରେ ଉତ୍ସାହ ସୃଷ୍ଟି ହୋଇଥିଲା। ତା’ପରେ ମୁଁ ଲେଖିଲି ‘ଚାଲ ଭାଇ ଆମେ ଗରିବ ହେବା’, ‘ପାଞ୍ଚଟଙ୍କିଆ ଆହାର କେନ୍ଦ୍ର’, ‘ମୁଁ ନୁହେଁ ସ୍ବାଧୀନ’, ‘ଗାଣିତିକ ପ୍ରେମ’, ‘ମୁଁ ୟାକୁ ହିଁ ବିରୋଧ କରୁଛି’ ପରି ଅନେକ କବିତା, ଯାହାକୁ ନେଇ ଏକ ପୁସ୍ତକ ସଙ୍କଳନ ବି କରିଛି।

ବୃତ୍ତି ପାଇଁ ବିଏଏମ୍‌ଏସ୍‌ ପାଠ ପଢି ସାରିବା ପରେ ଏବେ ମଣ୍ଡାସାହି ଚିକିତ୍ସାଳୟରେ ଚିକିତ୍ସକ ଭାବେ
କାର୍ଯ୍ୟ କରୁଛି। ଏହାଛଡା କେତେଟି ଘରୋଇ ଟିଭି ଚ୍ୟାନେଲରେ ‘ଘରବଇଦ’ ପରି ବିଭିନ୍ନ ସ୍ବାସ୍ଥ୍ୟ ସମ୍ପର୍କିତ ଆଲୋଚନାରେ ଆମ ହାତ ପାଖରେ ମିଳୁଥିବା ବୃକ୍ଷଲତାକୁ ବ୍ୟବହାର କରି କେମିତି କମ୍‌ ଖର୍ଚ୍ଚରେ ରୋଗରୁ ଉପଶମ ମିଳିପାରିବ ସେ କଥା ଲୋକଙ୍କୁ ଜଣାଇଥାଏ। ପୁଣି ଓଡ଼ିଆ ଫିଲ୍ମ ଓ ଆଲବମ୍‌ ପାଇଁ ମଧ୍ୟ ଗୀତ ରଚନା କରିଛି। ଯାହାମଧ୍ୟରେ ‘ମୁଁ ତୁମର’, ‘ତୁ ଯା ଚାଲିଯା’, ‘ଆଲୋ ପାଗେଳି ଗଲୁ ବଦଳି’, ‘ମୁଁ ଭିଜୁଛି ମୋ ଲୁହରେ’, ‘ହଁ ମୁଁ ତୋ ପ୍ରେମରେ ପଡ଼ିଗଲି’ ଆଦି ଗୀତ ଶ୍ରୋତାଙ୍କ ମନକୁ ଛୁଇଁପାରିଛି। ଏହା ଛଡ଼ା ଗାଁରେ ଏକ ଜନାର୍ଦ୍ଦନ ଶିଶୁ ଉଦ୍ୟାନ ଓ ପାଠାଗାର ସୃଷ୍ଟି କରିଛି। ପ୍ରତିଦିନ ଦିନ ୩ଟାରୁ ସନ୍ଧ୍ୟା ୭ଟା ଯାଏ ଏହା ଖୋଲାରହିଥାଏ। ଏଥିପାଇଁ ଆବଶ୍ୟକ ଅର୍ଥକୁ ନିଜ ପକେଟ୍‌ ମନିରୁ ବ୍ୟୟ କରିଥାଏ। ଏହାଦ୍ୱାରା ଗାଁର ଶିଶୁ ଓ ଯୁବ ପିଢ଼ି ବିଶେଷ ଭାବରେ ଉପକୃତ ହେବାସହ ଭଲ କାମ କରିବା ପାଇଁ ପ୍ରେରଣା ମଧ୍ୟ ପାଉଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା ମୋ କଥାରେ ଗାଁ ପିଲାମାନେ ଏକଜୁଟ ହୋଇ ବିଭିନ୍ନ ଜନହିତକର କାର୍ଯ୍ୟ କରିବାପାଇଁ ଆଗଭର ହୋଇଥାନ୍ତି। ପିଲାମାନଙ୍କୁ ଏକାଠି କରି ଗାଁର ରଜ ପର୍ବକୁ ଖୁବ୍‌ ଧୁମ୍‌ଧାମରେ ପାଳନ କରିଥାଉ। ଏହିସବୁ ସାମାଜିକ କାର୍ଯ୍ୟ ଓ ସାହିତ୍ୟ ସାଧନା ପାଇଁ ମତେ ‘ଯୁବ ପ୍ରେରଣା ସମ୍ମାନ’, ‘ଆଦର୍ଶକବି ସମ୍ମାନ’,‘ଲୋକନାଥ ସ୍ମୃତି ସମ୍ମାନ’, ‘ସେବାରତ୍ନ ସମ୍ମାନ’, ‘ସାହିତ୍ୟପ୍ରତିଭା ସମ୍ମାନ’ ଆଦି ଏକାଧିକ ସମ୍ମାନ ଓ ପୁରସ୍କାର ମିଳିଛି। ମୋ ମତରେ ଦୁନିଆରୁ ଯଦି ନେଇଯିବୁ କିଛି ରହିବୁ ଅମିର ହୋଇ, ଦୁନିଆକୁ ଯଦି ଦେଇ ଯିବୁ କିଛି ରହିବୁ ଅମର ହୋଇ। ଅମର ହେବୁ ନା ଅମିର ହେବୁ ନିଷ୍ପତି ତୋର।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri